ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ

ନୂଆଦିଲ୍ଲୀ, ୬।୧୨: କୋଭିଡ୍‌ ଚିହ୍ନଟ ଲାଗି ହୋଇଥିବା ଆର୍‌ଟି-ପିସିଆର୍‌ ପରୀକ୍ଷାରେ ଘରୋଇ ଲାବ୍‌ ଓ ହସ୍ପ୍‌ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ ଅର୍ଥ ଫେରାଇବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଶନିବାର ଆବେଦନ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଜୟ ଅଗ୍ରଓ୍ବାଲ ସାରା ଦେଶରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଫି ୪୦୦ ଟଙ୍କା ରଖିବା ଲାଗି ପୂର୍ବରୁ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଓଡ଼ିଶା ସରକାର ଏହି ପରୀକ୍ଷା ଦେୟ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏନେଇ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନୋଟିସ କରିଥିଲେ। ପରୀକ୍ଷା କିଟ୍‌ ଦାମ୍‌ ୮୦୦ରୁ ୧୨୦୦ ଟଙ୍କା ମଧ୍ୟରେ ହୋଇଥିବାବେଳେ କେତେକ ହସ୍ପିଟାଲ ଓ ଲାବରେଟୋରି ପରୀକ୍ଷା ବାବଦରେ ୪୫୦୦ ଟଙ୍କା ନେଇଛନ୍ତି। ଅତିରିକ୍ତ ଟଙ୍କା ସେମାନେ ଫେରାଇବାକୁ ଅଜୟ ପୁଣି ଥରେ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…

ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍‌ ଅଫିସର ନିଲମ୍ବିତ

ନୂଆଦିଲ୍ଲୀ,୧୭।୧୦: ଏକ ଗଣବଳାତ୍କାର ମାମଲାରେ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

ବିକାଶ ଦୁବେଙ୍କ ଲଭ୍‌ଷ୍ଟୋରୀ: ଶାଶୁ-ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ କରିଥିଲେ ବିବାହ

ଲକ୍ଷ୍ନୌ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ତାଙ୍କ ଲଭ୍‌ଷ୍ଟୋରୀ ନେଇ ସୋସିଆଲ ମିିଡ଼ିଆରେ...

ଫଡ୍‌ନବିସ୍‌ଙ୍କୁ କରୋନା

ମୁମ୍ବାଇ, ୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ କରୋନା ଆକ୍ରାନ୍ତ କରିଛି। ଏବେ...

ରାମଙ୍କ ବିନା ଭାରତର କାର୍ଯ୍ୟ ଚାଲିପାରିବ ନାହିଁ: ଯୋଗୀ ଆଦିତ୍ୟନାଥ

ଗୁଆହାଟୀ,୧୭।୩:ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏଠାରେ ଏକ ରାଲି କରୁଛନ୍ତି। ଯୋଗୀ ଆଦିତ୍ୟନାଥ ଆସାମର ହୋଜାଇରେ ରାଲି...

ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି।...

୧୭ ହଜାର ଫୁଟ ଉପରେ ଯୋଗ କଲେ ହିମବୀର

ସିକ୍କିମ, ୨୧ ।୬: କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସାର୍ବଜନିକ ଭାବେ ପାଳନ କରାଯାଇ ପାରି ନ ଥିଲା...

Advertisement
Archives

Model This Week