ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ

କାଠମାଣ୍ଡୁ,୭ା୧୨: ଅଢ଼େଇ ବର୍ଷ ପୂର୍ବେ ଦୁଇଜଣ ନେପାଳୀ ଯୁବକ ହିମାଳୟ ରାଷ୍ଟ୍ରର ପୁରୁଣା ଜାତୀୟ ସଙ୍ଗୀତ ଗାଇ ଗିରଫ ହୋଇଥିଲେ। ପରେ ସେମାନଙ୍କ ସାଥୀମାନେ ଦେଶବ୍ୟାପୀ ପୁରୁଣା ଜାତୀୟ ସଙ୍ଗୀତ ଅଭିଯାନର ଘୋଷଣା କାଠମାଣ୍ଡୁରେ କରିଥିଲେ। ସେମାନଙ୍କ ଦାବି ଥିଲା ନେପାଳରେ ପୁନର୍ବାର ସାମ୍ବିଧାନିକ ରାଜତନ୍ତ୍ର ପ୍ରତିଷ୍ଠା ହେଉ। ରାଜା ଜ୍ଞାନେନ୍ଦ୍ର ଓ ରାଣୀ କୋମଲଙ୍କ ଫଟୋ ଥିବା ଟି-ଶାର୍ଟ ବାଣ୍ଟୁ ବାଣ୍ଟୁ ଏହି ଦକ୍ଷିଣପନ୍ଥୀ ଯୁବ ସଙ୍ଗଠନ ‘ବୀର ଗୋର୍ଖାଲୀ ଅଭିଯାନ’ ନାମରେ ପରିଚିତି ପାଇଲା। ଏଥିରେ ସାମିଲ ଥିଲେ ଅଧିକାଂଶ କମଲ ଥାପାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରିକ ପାର୍ଟିର ଅସନ୍ତୁଷ୍ଟ ସଦସ୍ୟ। ପୂର୍ବର ଜାତୀୟ ସଙ୍ଗୀତ ଗାନ ଓ ଟି-ଶାର୍ଟ ବଣ୍ଟନରୁ ଅଗ୍ରସର ହୋଇଥିବା ଏହି ବିକ୍ଷୋଭ ଏବେ ଆନ୍ଦୋଳନ ଭାବେ ଦାନା ବାନ୍ଧୁଛି।
ନଭେମ୍ବର ୩୦ରେ ରାଷ୍ଟ୍ର ଶକ୍ତି ନେପାଳ (ଆର୍‌ଏସ୍‌ଏନ୍‌) ଶାନ୍ତିପୂର୍ଣ୍ଣ ଉପାୟରେ ହିନ୍ଦୁରାଷ୍ଟ୍ର ମାନ୍ୟତା ଫେରାଇ ଆଣିବାକୁ ଚେତାବନୀ ଦେଇଥିଲା। ଆର୍‌ଏସ୍‌ଏନ୍‌ ନେତା କେଶର ବାହାଦୁର ବିଷ୍ଟ୍‌ କହିଥିଲେ, ଗଣତନ୍ତ୍ର ପତନ ପରଠାରୁ ନେପାଳ ଅନେକ ରାଜାଙ୍କ ଦେଶ ପାଲଟିଯାଇଛି। ପୃଥିବୀ ଇତିହାସରେ ରାଜା ଜ୍ଞାନେନ୍ଦ୍ରଙ୍କ କେହି ବିକଳ୍ପ ନାହାନ୍ତି। ସେ ଏପରି ଜଣେ ରାଜା, ଯିଏକି ନେତାଙ୍କୁ ସୁଯୋଗ ଦେବା ପାଇଁ ରାଜପଦ ତ୍ୟାଗ କରିଛନ୍ତି। କିନ୍ତୁ ସେମାନେ ବିଗତ ୧୪ ବର୍ଷ ଧରି ଭ୍ରଷ୍ଟାଚାରରେ ବୁଡ଼ିରହି ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଆନ୍ଦୋଳନକୁ ଚପାଇଦେବା ପାଇଁ ଆବଶ୍ୟକ ହେଲେ ବଳ ପ୍ରୟୋଗ କରିବାକୁ ୭୭ ଜିଲାକୁ ନିର୍ଦ୍ଦେଶ ଦେଇଛି। ସରକାର ବଳ ଖଟାଇଲେ ଆମେ ତା’ର ଜବାବ ଦେବୁ ବୋଲି ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଯୁବ ସଙ୍ଗଠକ ବାଗମତି ଚେତାବନୀ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ହାତରେ ଥିବା ଫ୍ଲାଗ୍‌ ଓ ପ୍ଲାକାର୍ଡରେ ଆଧୁନିକ ନେପାଳର ନିର୍ମାତା ପୃଥ୍ବୀନାରାୟଣ ଶାହାଙ୍କ ଛବି ରହିଛି।
ଆନ୍ଦୋଳନର ନେତୃତ୍ୱ: ୨୦୦୬ରେ ଶାନ୍ତି ପ୍ରକ୍ରିୟା ପରଠୁ ନେପାଳ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ଅନେକଙ୍କ ମତରେ ଗଣତନ୍ତ୍ର ପ୍ରୟୋଗର ଅଦ୍ୟାବଧି ପରିଣାମ ରାଜନୈତିକ ବିଫଳତାର ସ୍ବାଦ ଚଖାଇଛି। ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନରେ ଅନେକ ଅଣସ୍ବୀକୃତିପ୍ରାପ୍ତ ଦଳ ଉତ୍ସାହର ସହ ଭାଗନେଉଛନ୍ତି। ଏପରି ଦଳ ଓ ସଙ୍ଗଠନଗୁଡ଼ିକ ମଧ୍ୟରେ ନ୍ୟାଶନାଲିଷ୍ଟ ସିଭିଲ୍‌ ସୋସାଇଟି, ନେପାଳ ସ୍କୋଲାର୍ସ କାଉନ୍‌ସିଲ, ଇଣ୍ଡିପେଣ୍ଡେଣ୍ଟ ପାଟ୍ରିଓଟିକ୍‌ ନେପାଳୀ ସିଟିଜେନ୍‌, ୱେଷ୍ଟର୍ନ ନେପାଳୀ ପିପୁଲ୍ସ, ନେପାଳ ନ୍ୟାଶନାଲିଷ୍ଟ ଗ୍ରୁପ୍‌ ଓ ରାଷ୍ଟ୍ର ଶକ୍ତି ନେପାଳ ପ୍ରମୁଖ ଅଛନ୍ତି। ରାଷ୍ଟ୍ରୀୟ ନାଗରିକ ଆନ୍ଦୋଳନ ପକ୍ଷରୁ ଶନିବାର କାଠମାଣ୍ଡୁରେ ବିକ୍ଷୋଭ କରାଯାଇଥିଲା। ଅନ୍ୟ କିଛି ଗୋଷ୍ଠୀ ଦେଶର ବିଭିନ୍ନ ଭାଗରେ ଧାରଣା ଦେଇଥିଲେ। ବିକ୍ଷୋଭକାରୀଙ୍କ କହିବା ହେଲା, ସେମାନଙ୍କ ଆନ୍ଦୋଳନର କେହି ଜଣେ ହେଲେ ନେତା ନାହାନ୍ତି କି କୌଣସି ଗୋଟିଏ ଶକ୍ତି ଏହାର ନେତୃତ୍ୱ ନେଉନାହିଁ।
କ’ଣ ଚାହୁଁଛନ୍ତି: ୨୦୦୮ ମେ’ରେ ରାଜା ଜ୍ଞାନେନ୍ଦ୍ରଙ୍କୁ ରାଜପ୍ରାସାଦ ଖାଲି କରିବାକୁ କୁହାଯାଇ ତାକୁ ସଂଗ୍ରହାଳୟରେ ସଜ୍ଜାଗଲା। ଏବେ ହିନ୍ଦୁବାଦୀ ସଙ୍ଗଠନ ରାଜମହଲରେ ରାଜାଙ୍କୁ ପୁଣି ଦେଖିବାକୁ ଚାହାନ୍ତି। ରାଜତନ୍ତ୍ର ପୁନଃ ଅବସ୍ଥାପିତ ହେବା ଦେଶବାସୀଙ୍କ ଏକତା, ମଙ୍ଗଳ ଓ ଐତିହ୍ୟର ପ୍ରତୀକ ବୋଲି ବିଭିନ୍ନ ବର୍ଗ କହୁଛନ୍ତି। ରାଜତନ୍ତ୍ର ସପକ୍ଷରେ ଓକିଲାତି କରୁଥିବା ଲୋକଙ୍କ ସ୍ବର ତେଜିବାରେ ଲାଗିଛି। ବିଶେଷକରି ବଡ଼ ସହରଗୁଡ଼ିକରେ ବାଇକ୍‌ ରାଲି କରି ଯୁବକମାନେ ‘ରାଜା ହିଁ ନେପାଳକୁ ବଞ୍ଚାଇ ପାରିବେ’ ଏବଂ ‘ଦଳ ଊର୍ଦ୍ଧ୍ୱରେ ଦେଶ’ ନାରା ଦେଉଛନ୍ତି। ସୋସିଆଲ ମିଡିଆରେ ସେହି ଦୃଶ୍ୟର ବହୁଳ ପ୍ରସାର ସାମ୍ପ୍ରତିକ ସରକାର ପ୍ରତି ପୁଞ୍ଜିଭୂତ ଜନଅସନ୍ତୋଷର ବିସ୍ଫୋରକ ରୂପକୁ ବୟାନ କରୁଛି। କିନ୍ତୁ ଦୀର୍ଘ ସମୟ ଧରି ରାଜକୀୟ ଶାସନ ବିରୋଧରେ ଲଢ଼େଇ କରିଥିବା ବାମପନ୍ଥୀଙ୍କ ମତରେ ଦେଶକୁ ରାଜତନ୍ତ୍ର ଫେରିବା ଅସମ୍ଭବ।
କାରଣ: ଜାତୀୟ ସ୍ବାର୍ଥ ଆଳରେ ନେପାଳ ବିଦେଶୀ ଓ ନେତାଙ୍କ କ୍ରୀଡ଼ନକ ସାଜିବାରେ ଲାଗିଥିବାରୁ ଯୁବଗୋଷ୍ଠୀ ଅସନ୍ତୁଷ୍ଟ। ଐତିହାସିକ ମହେଶ ରାଜ ପନ୍ଥଙ୍କ ମତରେ ଦେଶରେ ପ୍ରଥମ ଥର ମନ୍ଦିରଗୁଡ଼ିକୁ ବନ୍ଦ କରି ଦିଆଗଲା। କରୋନା ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ ପଶୁପତିନାଥ ମନ୍ଦିର ବନ୍ଦ କରାଯିବା ନିଷ୍ପତ୍ତି ହିନ୍ଦୁମାନଙ୍କୁ କ୍ଷୁବ୍ଧ କରିଛି। ନଭେମ୍ବର ୨୬ରେ ଜନକପୁରରେ ନେପାଳ ନ୍ୟାଶନାଲିଷ୍ଟ ଗ୍ରୁପ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ପରିଚାଳନା ମନ୍ଦିର ପୂଜାରୀମାନେ କରିଥିଲେ। ଦେଶର ସଂସ୍କୃତିକୁ ବଦଳାଇବା ପାଇଁ ଉଦ୍ୟମ ହେଉଥିବା ଦର୍ଶାଇ ଅନେକ ଧାର୍ମିକ ଗୋଷ୍ଠୀ ଆନ୍ଦୋଳନରେ ସାମିଲ ହେଉଛନ୍ତି।
ସରକାର କହୁଛନ୍ତି: ମହାମାରୀ କରୋନା ଯୋଗୁ ସବୁକିଛି ବନ୍ଦ ଥିବାବେଳେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନିଆଯାଇ ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ପ୍ରଦର୍ଶନ ବନ୍ଦ ନ ହେଲେ ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ଚକ୍ର ବାହାଦୁର ବୁଦ୍ଧ ଚେତାବନୀ ଦେଇଛନ୍ତି। କ୍ଷମତାସୀନ ନେତାଙ୍କ ମତରେ ଗଣତନ୍ତ୍ର, ସଂଘବାଦ ଓ ଧର୍ମନିରପେକ୍ଷତା ବିରୋଧରେ ଚାଲିଥିବା ଆନ୍ଦୋଳନ ଫସର ଫାଟିବ। ପ୍ରତିକ୍ରିୟା ବାଦୀମାନେ ଦିବାସ୍ବପ୍ନ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri