‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’

କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଆଇନତଃ ସୁରକ୍ଷିତ। କଥାରେ ଅଛି ପ୍ରେମ ମାନେନା ବାଧା ବନ୍ଧନ। ତେଣୁ ସମସ୍ତ ବାଧା ବନ୍ଧନକୁ ଡେଇଁ ଲିଭ୍‌ ଇନ୍‌ ରିଲେଶନଶିପରେ ରହିବାକୁ ଚାହୁଁଥିବା ସମଲିଙ୍ଗୀଙ୍କୁ ଏକାଠି ରହିବାର ଅଧିକାରକୁ ସମାଜ ସୁଯୋଗ ଦେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାର ବିଚାର କରି ସୋମବାର ଜଷ୍ଟିସ ଏସ୍‌.କେ. ମିଶ୍ର ଏବଂ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମ୍‌କୋର୍ଟଙ୍କ ବିଭିନ୍ନ ରାୟକୁ ଜର୍ତମା ପରେ ଆବେଦନକାରିଣୀଙ୍କ ସାଥୀଙ୍କୁ ପରିବାରଠାରୁ ମୁକ୍ତ କରିବା ସହ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛିନ୍ତି। ଜଣଙ୍କ ଲିଙ୍ଗଗତ ପରିଚୟ ତାଙ୍କ ସମ୍ମାନର ମୌଳିକ ଅଧିକାର ସଦୃଶ। ବ୍ୟକ୍ତିଗତ ସ୍ବାଧୀନତା ଅନ୍ୟ କାହାଦ୍ୱାରା କ୍ଷୁଣ୍ଣ ହେବା ଅନୁଚିତ, ଏପରି କି ସମସ୍ତେ ନିଜ ଇଚ୍ଛାରେ ଜୀବନଯାପନ କରିବାର ନିଷ୍ପତ୍ତି ନିଜେ ନେବା ଅଧିକାର ରହିଛି। ଏଥିରେ କେହି ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି। ଏହି କଥାକୁ ବିଚାରପତି ରଥ ସମ୍ମତି ଜଣାଇବା ସହ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବା ଜଣେ ବ୍ୟକ୍ତିର ନିଜସ୍ବ ନିଷ୍ପତ୍ତି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୧ରୁ ଆବେଦନକାରିଣୀ ଯୁବତୀଙ୍କ ସହ ଯାଜପୁର ଜିଲା ବରୀ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଦୀର୍ଘଦିନ ଧରି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକାଠି ରହୁଥିଲେ। ପରେ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିବା ପାଇଁ ୨୦୨୦ ମାର୍ଚ୍ଚ ୧୭ରେ ସେମାନେ ଭୁବନେଶ୍ୱର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ। ଏକଥା ଜାଣିବା ପରେ ବରୀ ଯୁବତୀଙ୍କ ମା’ ଓ ମାମୁ ବଳପୂର୍ବକ ତାଙ୍କୁ ଉଠାଇନେଇ ଆଉ ଜଣଙ୍କ ସହ ବିବାହ କରିବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଆବେଦନକାରିଣୀ ଯୁବତୀ ଖଣ୍ଡଗିରି ଓ ବରୀ ଥାନାରେ ଏତଲା ଦେଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରିଣୀ ଜୁଲାଇ ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ଅଦାଲତ ବରୀର ଯୁବତୀଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର କରିବାକୁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସମ୍ପୃକ୍ତା ଯୁବତୀଙ୍କୁ ଗତ ୧୭ତାରିଖରେ ଅଦାଲତଙ୍କ ନିକଟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ସେଥିରେ ବରୀର ଯୁବତୀ ଜଣକ ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହ ରହିବାକୁ ଚାହିଁଥିଲେ। ଉଭୟେ ସାବାଳିକା ହୋଇଥିବାରୁ ଆବେଦନକାରିଣୀ ଏବଂ ତାଙ୍କ ସମଲିଙ୍ଗୀ ସାଥୀ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ, ଏଥିରେ ପରିବାର ଲୋକ ସହଯୋଗ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ରାୟରେ ପ୍ରକାଶ କରିବା ସହ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri