Advertisement
Posted inଜାତୀୟ

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ସହିତ ଏହି ଚିନ୍ତନ ଶିବିର ଆରମ୍ଭ କରିଥିଲେ। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗୃହମନ୍ତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ପର୍ବପର୍ବାଣିର ସିଜିନ୍‌ ଚାଲିଛି। ଶାନ୍ତିପୂର୍ଣ୍ଣ ଭାବରେ ଏହିସବୁ ପର୍ବ ପାଳନ କରିବା ଉଚିତ୍‌। ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟରୁ ଶିଖନ୍ତୁ। ସ୍ବାଧୀନତାର ଅମୃତକାଳ ଆମ ସାମ୍ନାରେ ଅଛି। ଆଗାମୀ ୨୫ ବର୍ଷ ଦେଶରେ ଏକ ଅମୃତ ପିଢି ନିର୍ମାଣ ହେବାର ଅଛି। ଯଦିଓ ଆଇନ ଏବଂ ଶୃଙ୍ଖଳା ସମ୍ବିଧାନରେ ରାଜ୍ୟମାନଙ୍କର ଦାୟିତ୍ୱ ଅଟେ, କିନ୍ତୁ ସେମାନେ ଦେଶର ଏକତା ଏବଂ ଅଖଣ୍ଡତା ସହିତ ସମାନ ଭାବରେ ଜଡିତ। ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖନ୍ତୁ, ପରସ୍ପରଠାରୁ ପ୍ରେରଣା ନିଅନ୍ତୁ।
ସୁରଜକୁଣ୍ଡରେ ଆୟୋଜିତ ଏହି ଧ୍ୟାନ ଶିବିରରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀମାନେ ଜଡିତ ଅଛନ୍ତି। ଚିନ୍ତନ ଶିବୀରରେ ସାଇବର ଅପରାଧ, ଡ୍ରଗ ଚୋରା ଚାଲାଣ, ସୀମା ପରିଚାଳନା, ଉଗ୍ରବାଦ ଭଳି ଅନେକ ଆହ୍ବାନ ଉପରେ ମନ୍ଥନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୨ ମାସ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୫।୫: କରୋନା ସଙ୍କଟ ବେଳେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ ୨...

ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…

ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...

ଏବେ ଆରମ୍ଭ ହେବ ସର୍ଜିକାଲ ଅପରେଶନ୍‌…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ୍‌ କିଲିଂ ସହିତ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏବେ ସର୍ଜିକାଲ ଅପରେଶନ୍‌ ପାଇଁ ଯୋଜନା କରାଯାଇଛି। ଆତଙ୍କବାଦର ମୁକାବିଲା...

ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା...

କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ

ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...

ସ୍ବାମୀଙ୍କ ଦଶାହ ପରେ ବିଷ ପିଇଲେ ମା’, ଝିଅ

ଗୁରୁଗ୍ରାମ(ହରିୟାଣା),୧୭।୭: ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ୨୪ ବର୍ଷୀୟା ଝିଅ ଗୁରୁଗ୍ରାମ ସୋସାଇଟ୍‌ ସ୍ଥିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଟ୍ୟାକ୍ସ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ...

Advertisement
Archives

Model This Week