ଶାହିଦଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି କରିଥିଲେ ପ୍ରପୋଜ୍‌

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ଏବଂ ‘କବିର ସିଂହ’ ବେଶ୍‌ ଚର୍ଚ୍ଚିତ ହେବା ସହ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ଶାହିଦଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କଥା।

ଶାହିଦ ଏବଂ ପୂର୍ବ ପ୍ରେମିକା କରିନା କପୁର ଖାନ୍‌ ୨୦୦୪ରେ ଫିଲ୍ମ ‘ଫିଦା’ରେ କାମ କରିଥିଲେ। ଏହାର ଶୁଟିଂ ସମୟରେ ସତସତିକା ଶାହିଦଙ୍କ ଉପରେ ଫିଦା ହୋଇଯାଇଥିଲେ ବେବୋ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶାହିଦଙ୍କୁ ପାଇବା ପାଇଁ ପାଗଳପ୍ରାୟ ହୋଇଯାଇଥିଲେ କରିନା। ଦୁଇମାସ ଯାଏ ତାଙ୍କ ପଛରେ ପଡ଼ିଯାଇଥିଲେ। ମେସେଜ୍‌ କରିବା ସହ ବାରମ୍ବାର ଫୋନ୍‌ କରୁଥିଲେ। ଶାହିଦଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ତାଙ୍କୁ ନିଜଆଡୁ ପ୍ରପୋଜ୍‌ ମଧ୍ୟ କରିଥିଲେ। ହେଲେ ଅଭିନେତ୍ରୀଙ୍କୁ ଭାଉ ଦେଉ ନ ଥିଲେ ଅଭିନେତା। ଏପରି କିଛି ମାସ ଚାଲିବା ପରେ ବେବୋଙ୍କୁ ହଁ କହିଥିଲେ ଶାହିଦ।

୨୦୦୭ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାପରେ କରିନା ସୈଫଙ୍କ ପ୍ରେମରେ ପଡ଼ି ବିବାହ କରିନେଇଥିଲେ। ଏହା ଖୁବ୍‌ ଆଘାତ ଦେଇଥିଲା ଶାହିଦଙ୍କୁ। ସେମାନଙ୍କୁ ଏକାଠି ଦେଖି ସେ ଦୁଃଖି ହୋଇଯାଉଥିଲେ। ହେଲେ ଯାହା ସତ ତାହାକୁ ସ୍ବିକାର କରିବାର ସମୟ ଆସିଛି ବୋଲି ସେ ଭାବିଥିଲେ। ଉଭୟଙ୍କ ଖଟାମିଠା ସ୍ମୃତିକୁ ହୃଦୟରେ ରଖି ସେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି କହିଥିଲେ। ଏବେ ସେ ମୀରା ରାଜପୁତଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଅପରପକ୍ଷେ କରିନା ଏବେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri