ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପ୍ରଶାସନ, କୃଷି ବିଭାଗ ସମ୍ପୃକ୍ତ ଲାଇନ ବିଭାଗ, ଚାଷୀ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ, ଅତିରିକ୍ତ ଜିଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଉପସ୍ଥିତ ଥିଲେ। ସଭାରେ ଚଳିତ ବର୍ଷ ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା ହେବ ବୋଲି କୃଷି ବୈଜ୍ଞାନିକମାନେ ଆକଳନ କରିଥିବାରୁ ଖରିଫ ଧାନ, ପନିପରିବାର ଫସଲ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଭୂତଳ ଜଳସ୍ତର କମିଯିବାରୁ କୂଅ ଓ ଜମିରେ କମ୍‌ ପାଣି ଆସୁଛି, ଯାହାକି ଭବିଷ୍ୟତ ପାଇଁ ବିପଦ। ଏଣୁ ବର୍ଷା ଜଳ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ଚାଷୀଙ୍କ ଜମିରେ ଗାତ କରି ଜଳର ସଂରକ୍ଷଣ ହୋଇ ଫସଲ ହୋଇପାରିବ, ସେହି ବିଷୟରେ ଆଲୋଚନା ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାକୃତିକ ଚାଷକୁ ଓ ମାଟିର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଥିବାରୁ ଚାଷୀଙ୍କ ଜମିର ହୁଡାରେ ଓ ପତିତ ଜମିରେ ନିମ୍ବଗଛ ଲଗାଇଲେ ମାଟିର ଉର୍ବରତା ବଢିବା ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ହୋଇ ଭଲ ବର୍ଷା ହେବ ବୋଲି ଆଶା ପ୍ରକାଶ କରାଯାଇଛି।

ଗଞ୍ଜାମର ବୁରୁଡି ଠାରେ ଦୀର୍ଘ ୨୦୦୮ରୁ ମାର୍କେଟିଂ ସେଣ୍ଟର ଓ ଶୀତଳ ଭଣ୍ଡାର ଥିଲେ ହେଁ ସେହିଗୁଡିକ ଚାଷୀଙ୍କ ହିତରେ ଆସୁନାହିଁ। ବିଭାଗୀୟ ଆଦାୟକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏଭଳି ହୋଇପଡିରହିଛି ବୋଲି ଅଭିଯୋଗ ହୋଇଛି। ଯାହାଦ୍ୱାରା ଚାଷୀମାନେ ଟମାଟ ପ୍ରତି କେଜି ୩ ଟଙ୍କାରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ। ଏବେ ଟମାଟୋ ବଜାରରେ କେଜି ପ୍ରତି ୫୦ ଟଙ୍କାରେ ପହଞ୍ଚିଛି। ଯଦି ୨ ମାସ ତଳେ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥାନ୍ତା, ତେବେ ଖାଉଟି ଏବଂ ଚାଷୀ ଉଭୟ ଲାଭବାନ ହୋଇଥାନ୍ତେ ବୋଲି ପ୍ରକାଶ କରିଯାଇଥିଲା।

ଏଣୁ ତୁରନ୍ତ ବୁରୁଡି ଠାରେ ମାର୍କେଟିଂ ସେଣ୍ଟର ଓ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବି ହୋଇଥିଲା। ଖରିଫ ଚାଷ ପାଇଁ ସମସ୍ତ ଉଠାଜଳ ସେଚନ ପ୍ରକଳ୍ପ କାମ ନିୟମିତ କରିବା, ସମସ୍ତ ଶାଖା କେନାଲର ମରାମତି କରି ତଳ ମୁଣ୍ଡକୁ ଜଳ ସେଚିତ କରିବା ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ଚାଷୀଙ୍କ ଚାହିଦା ମୁତାବକ ଧନିଚା, ଧାନ ଓ ପନିପରିବା ବିହନ ଆଦି ବାରହା, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କ କବଳରୁ ଫସଲର ସୁରକ୍ଷା ପାଇଁ ସୋଲାର ଝଟକା ମେଶିନ ଯୋଗାଇବା, ସୋଲାର୍‌ ପମ୍ପ ଓ କୂଅ କରିବାକୁ ରିହାତି ଦେବା, ସମସ୍ତ ଲାଇନ ବିଭାଗକୁ ନେଇ ଏକ ସମନୟ କମିଟି ଗଠନ କରି ଦୁଇ ମାସକୁ ଥରେ କୃଷିର କାର୍ଯ୍ୟକ୍ରମ ସମୀକ୍ଷା କରିବା, ଗ୍ରାମ ସେବକ ଓ ଅଧିକାରୀମାନେ ଚାଷୀଙ୍କ ନିକଟକୁ ଯାଇ ସଭାରେ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ଆଲୋଚନା ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମର ଦାୟିତ୍ୱରେ ବିଭାଗୀୟ ଅଫିସରମାନେ ରହିବେ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ। ଆସନ୍ତା ଦିନ ମଧ୍ୟରେ ଗଞ୍ଜାମ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆଉ ଏକ ଚାଷୀ ସଭା ଆୟୋଜନ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ସମସ୍ତ ତଥ୍ୟ ପେପରଲେସ ଭାବରେ ଡାଟାବେସ ରକ୍ଷଣାବେକ୍ଷଣ କରାଯିବ। ଆସନ୍ତା ୧୨ ତାରିଖରେ ସବୁ ବିଭାଗର କର୍ମଚାରୀ ଏ. ସଞ୍ଜୀବ ରେଡ୍ଡୀଙ୍କ ଜୈବିକ କୃଷି ଫାର୍ମ ପରିଦର୍ଶନ କରିବେ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri