ଲେମ୍ବୁ ଚାଷ ଦେଇଛି ଆତ୍ମସନ୍ତୋଷ

ସିମୁଳିଆ, ୩୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଗ୍ରାମର ସୁରେନ୍ଦ୍ର ପ୍ରସାଦ ସେନାପତି(୬୫) ଲେମ୍ବୁଚାଷ କରି ବାର୍ଷିକ ୮୦ହଜାର ଟଙ୍କା ଆୟ କରୁଛନ୍ତି। ଏହି ଟଙ୍କାରେ ତାଙ୍କ ଖର୍ଚ୍ଚ ଉଠିଯାଉଥିବାରୁ ଆତ୍ମସନ୍ତୋଷ ମିଳୁଥିବା ସେ ପ୍ରକାଶ କରିଛନ୍ତି।
ସୁରେନ୍ଦ୍ର କୁହନ୍ତି, ବେତଡା ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଘରର ୯ ଏକର ଜମିର ଦାୟିତ୍ୱ ନେଇ ଧାନ ଚାଷ ଆରମ୍ଭ କରିଥିଲେ ା ତାଙ୍କ ବାପା ଉପେନ୍ଦ୍ର ଓ ବଡବାପା ସୁଦର୍ଶନ ଘର ପାଖ ବାଡିରେ କିଛି ଲେମ୍ବୁ ଚାରା ଲଗାଇଥିଲେ ା ପରେ ଏହା ପ୍ରତ୍ୟେକ ଡାଳରୁ ଚେର କାଢି କ୍ରମଶଃ ବଢି ବଢି ୩ଶହ ଗଛରେ ପହଞ୍ଚିଛି। ତେବେ ଆଗପଛ ହୋଇ ଡିସେମ୍ବରରୁ ଲେମ୍ବୁଗଛରେ ଫୁଲ ଆସି ଫଳ ଧରେ ା ଏପ୍ରିଲରୁ ଲେମ୍ବୁ ବିକ୍ରି ଆରମ୍ଭ ହୋଇଥାଏ ା ଶହେ ଲେମ୍ବୁର ଦାମ ଶହେରୁ ଦେଢଶହ ଟଙ୍କାରେ ବିକ୍ରୀ ହୋଇଥାଏ ା ବାର୍ଷିକ ପ୍ରାୟ ୧୫ହଜାର ଟଙ୍କା ଖର୍ଚ୍ଚ କରି ଏଥିରୁ ସେ ୮୦ହଜାର ଟଙ୍କା ଲାଭ କରୁଛନ୍ତି। ଲେମ୍ବୁ ବଗିଚା ମଧ୍ୟରେ ସେ ଲଙ୍କା, କଦଳୀ ଇତ୍ୟାଦି ବିଭିନ୍ନ କିସମର ଫସଲ କରିଛନ୍ତି। ତେବେ ଲେମ୍ବୁ ଚାଷର କିଛି ନିୟମ ରହିଥିବା କହନ୍ତି ସୁରେନ୍ଦ୍ର ା ବଗିଚା ମଧ୍ୟକୁ ବାହାର ଲୋକମାନଙ୍କୁ ପଶିବା ମନା ା ଲେମ୍ବୁ ମଧ୍ୟ ସେ ନିଜେ ଏକା ତୋଳି ବେପାରୀମାନଙ୍କୁ ଦେଇଥାଆନ୍ତି ା କେବଳ କାମ ସମୟରେ କେତେକ ଶ୍ରମିକ ଭିତରେ ପଶି ବାଡି କାମ କରିଥାଆନ୍ତି। ବର୍ତ୍ତମାନ ଧାନ ଚାଷରେ ସେମିତି ଲାଭ ହେଉ ନ ଥିବାରୁ ସେ ଅନ୍ୟମାନଙ୍କୁ ଭାଗଚାଷ କରିବା ପାଇଁ ଦେଇ କେବଳ ଲେମ୍ବୁ ଚାଷ କରୁଛନ୍ତି। ତାଙ୍କର ୩ଝିଅ ଓ ଦୁଇ ପୁଅଙ୍କ ବିବାହ କାର୍ଯ୍ୟ ସରିଥିବା ବେଳେ ବଡପୁଅ ଜଣେ ଆଇନଜୀବୀ ଓ ସାନ ପୁଅ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ା ପରିବାର ଚାପ ତାଙ୍କ ଉପରେ ନ ଥିବାରୁ ଲେମ୍ବୁ ଚାଷ ତାଙ୍କ ହାତ ଖର୍ଚ୍ଚ ଚଳାଇନେଉଛି ା ତେବେ କୃଷିମନସ୍କ ଯୁବତୀ ଯୁବକମାନେ ଲେମ୍ବୁ ଚାଷକୁ ଆଦରି ନେଇପାରିଲେ ଲାଭବାନ ହେବେ ବୋଲି କହନ୍ତି ସୁରେନ୍ଦ୍ର ା


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?