ଲେହେଙ୍ଗା ଫ୍ୟାଶନ

ବର୍ତ୍ତମାନ ଯେକୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଲେହେଙ୍ଗା ପାଲଟିଛି ଲାଟେଷ୍ଟ ଫ୍ୟାଶନ୍‌। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହାନ୍ତି ତେବେ ନିଜ ବଡି ଶେପ୍‌ ଅନୁଯାୟୀ କେଉଁ ଭଳି ଲେହେଙ୍ଗା ବାଛିିଲେ ଆକର୍ଷଣୀୟ ଲୁକ୍‌ ପାଇପାରିବେ ଜାଣିରଖନ୍ତୁ ଟିପ୍ସ…

ମର୍‌ମେଡ୍‌ ବା ଫିସ୍‌ଟେଲ୍‌ ଲେହେଙ୍ଗା: ଅନ୍ୟ ଲେହେଙ୍ଗା ଡିଜାଇନ୍‌ଗୁଡିକ ତୁଳନାରେ ଏହାର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ। ଏହା ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ଟାଇଟ୍‌ ହୋଇ ପାଦ ଆଡକୁ ମାଛ ଲାଞ୍ଜ ଭଳି ଅଧିକ ଘେର ହୋଇ ରହିଥାଏ; ଯାହା କି କାହାଣୀରେ ବର୍ଣ୍ଣିତ ଜଳପରୀ ବା ମତ୍ସକନ୍ୟା ପରି ଲୁକ୍‌ ଦେଉଥିବାରୁ ଅନେକେ ଏହାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କ ଫିଗର ଆଓ୍ବାରଗ୍ଲାସ୍‌ କିମ୍ବା ରେକ୍ଟାଙ୍ଗୁଲାର ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଖୁବ୍‌ ସୁନ୍ଦର ମାନିବ।
ଫ୍ଲେୟାର୍‌ ଲେହେଙ୍ଗା: ଏହି ଲେହେଙ୍ଗାରେ ସାଧାରଣତଃ ଅଧିକ କୁଞ୍ଚ ଥିବାରୁ ଘେର ଖୁବ୍‌ ଭାରି ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ଆପଣଙ୍କ ଫିଗର ପିଅର୍‌, ଷ୍ଟ୍ରେଟ୍‌, ଆଓ୍ବାରଗ୍ଲାସ୍‌, ଆପ୍‌ଲ ଏବଂ ଭି ଭଳି ଶେପ୍‌ ହୋଇଥିଲେ ଏଭଳି ଲେହେଙ୍ଗାରେ ଆଟ୍ରାକ୍ଟିଭ ଲୁକ୍‌ପାଇପାରିବେ।
ଜ୍ୟାକେଟ୍‌ ଓ୍ବିଥ୍‌ ଲେହେଙ୍ଗା: ଏହା ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ପାଲଟିଛି। ଏଭଳି ଲେହେଙ୍ଗାରେ ଚୋଲି ଉପରେ ଏକ କଣ୍ଟ୍ରାଷ୍ଟ କଲରର ଲଙ୍ଗ ଜ୍ୟାକେଟ୍‌ ରହୁଛି। ବିଶେଷ କରି ସାଇନିଂ ମ୍ୟାଟେରିଆଲ ଉପରେ ହେଭି ଓ୍ବାର୍କ ଥିବା ଜ୍ୟାକେଟ୍‌ର ଡିମାଣ୍ଡ ବେଶି। ଯଦି ଆପଣଙ୍କ ବଡି ଶେପ୍‌ ଆଓ୍ବାରଗ୍ଲାସ୍‌, ଆପ୍‌ଲ, ଇନ୍‌ଭର୍ଟେଡ ଟ୍ରାଇଏଙ୍ଗୁଲାର୍‌ କିମ୍ବା ଅଧିକ ଲମ୍ବା ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବ।
ପ୍ୟାନେଲ୍ଡ ଲେହେଙ୍ଗା: ଏଭଳି ଲେହେଙ୍ଗାରେ କେବେ କେବେ ଦୁଇ, ତିନି କିମ୍ବା ଅଧିକ ଲେୟାର କପଡା ଡିଜାଇନ୍‌ କରାଯାଇଥାଏ। ଏହାର ବେଶ୍‌ ଆକର୍ଷଣୀୟ ଡିଜାଇନ୍‌ ଆଓ୍ବାର୍‌ଗ୍ଲାସ, ପେଟିଟ୍‌ ଏବଂ ପିଅର୍‌ ବଡି ଶେପ୍‌କୁ ଭଲ ଲାଗିଥାଏ। ତେଣୁ ଆପଣଙ୍କ ବଡି ଶେପ୍‌ ଏପରି ହୋଇଥିଲେ ଏହି ଲେହେଙ୍ଗା ବେଷ୍ଟ ଅପ୍ସନ।
ଟ୍ରେଲ୍‌ ଲେହେଙ୍ଗା: ଯଦି ଆପଣଙ୍କ ଫିଗର ମୋଟା ବୋଲି କେଉଁ ଲେହେଙ୍ଗା ବାଛିବେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ତେବେ ଟ୍ରେଲ୍‌ ଲେହେଙ୍ଗା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବା ଲାଗି ସବୁଠୁ ଭଲ ଅପ୍ସନ। ଏଥିରେ ଟ୍ରେଲ୍‌ ପାଇଁ ସାଧାରଣ ଲେହେଙ୍ଗାରେ ଆବଶ୍ୟକ ହେଉଥିବା କପଡାଠାରୁ ଅଧିକ କପଡା ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri