ଲେହେଙ୍ଗା ଫ୍ୟାଶନ

ବର୍ତ୍ତମାନ ଯେକୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଲେହେଙ୍ଗା ପାଲଟିଛି ଲାଟେଷ୍ଟ ଫ୍ୟାଶନ୍‌। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହାନ୍ତି ତେବେ ନିଜ ବଡି ଶେପ୍‌ ଅନୁଯାୟୀ କେଉଁ ଭଳି ଲେହେଙ୍ଗା ବାଛିିଲେ ଆକର୍ଷଣୀୟ ଲୁକ୍‌ ପାଇପାରିବେ ଜାଣିରଖନ୍ତୁ ଟିପ୍ସ…

ମର୍‌ମେଡ୍‌ ବା ଫିସ୍‌ଟେଲ୍‌ ଲେହେଙ୍ଗା: ଅନ୍ୟ ଲେହେଙ୍ଗା ଡିଜାଇନ୍‌ଗୁଡିକ ତୁଳନାରେ ଏହାର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ। ଏହା ଅଣ୍ଟାରୁ ଆଣ୍ଠୁ ପର୍ଯ୍ୟନ୍ତ ଟାଇଟ୍‌ ହୋଇ ପାଦ ଆଡକୁ ମାଛ ଲାଞ୍ଜ ଭଳି ଅଧିକ ଘେର ହୋଇ ରହିଥାଏ; ଯାହା କି କାହାଣୀରେ ବର୍ଣ୍ଣିତ ଜଳପରୀ ବା ମତ୍ସକନ୍ୟା ପରି ଲୁକ୍‌ ଦେଉଥିବାରୁ ଅନେକେ ଏହାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କ ଫିଗର ଆଓ୍ବାରଗ୍ଲାସ୍‌ କିମ୍ବା ରେକ୍ଟାଙ୍ଗୁଲାର ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଖୁବ୍‌ ସୁନ୍ଦର ମାନିବ।
ଫ୍ଲେୟାର୍‌ ଲେହେଙ୍ଗା: ଏହି ଲେହେଙ୍ଗାରେ ସାଧାରଣତଃ ଅଧିକ କୁଞ୍ଚ ଥିବାରୁ ଘେର ଖୁବ୍‌ ଭାରି ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ଆପଣଙ୍କ ଫିଗର ପିଅର୍‌, ଷ୍ଟ୍ରେଟ୍‌, ଆଓ୍ବାରଗ୍ଲାସ୍‌, ଆପ୍‌ଲ ଏବଂ ଭି ଭଳି ଶେପ୍‌ ହୋଇଥିଲେ ଏଭଳି ଲେହେଙ୍ଗାରେ ଆଟ୍ରାକ୍ଟିଭ ଲୁକ୍‌ପାଇପାରିବେ।
ଜ୍ୟାକେଟ୍‌ ଓ୍ବିଥ୍‌ ଲେହେଙ୍ଗା: ଏହା ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍‌ ପାଲଟିଛି। ଏଭଳି ଲେହେଙ୍ଗାରେ ଚୋଲି ଉପରେ ଏକ କଣ୍ଟ୍ରାଷ୍ଟ କଲରର ଲଙ୍ଗ ଜ୍ୟାକେଟ୍‌ ରହୁଛି। ବିଶେଷ କରି ସାଇନିଂ ମ୍ୟାଟେରିଆଲ ଉପରେ ହେଭି ଓ୍ବାର୍କ ଥିବା ଜ୍ୟାକେଟ୍‌ର ଡିମାଣ୍ଡ ବେଶି। ଯଦି ଆପଣଙ୍କ ବଡି ଶେପ୍‌ ଆଓ୍ବାରଗ୍ଲାସ୍‌, ଆପ୍‌ଲ, ଇନ୍‌ଭର୍ଟେଡ ଟ୍ରାଇଏଙ୍ଗୁଲାର୍‌ କିମ୍ବା ଅଧିକ ଲମ୍ବା ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଟ୍ରେଣ୍ଡି ଲୁକ୍‌ ଦେବ।
ପ୍ୟାନେଲ୍ଡ ଲେହେଙ୍ଗା: ଏଭଳି ଲେହେଙ୍ଗାରେ କେବେ କେବେ ଦୁଇ, ତିନି କିମ୍ବା ଅଧିକ ଲେୟାର କପଡା ଡିଜାଇନ୍‌ କରାଯାଇଥାଏ। ଏହାର ବେଶ୍‌ ଆକର୍ଷଣୀୟ ଡିଜାଇନ୍‌ ଆଓ୍ବାର୍‌ଗ୍ଲାସ, ପେଟିଟ୍‌ ଏବଂ ପିଅର୍‌ ବଡି ଶେପ୍‌କୁ ଭଲ ଲାଗିଥାଏ। ତେଣୁ ଆପଣଙ୍କ ବଡି ଶେପ୍‌ ଏପରି ହୋଇଥିଲେ ଏହି ଲେହେଙ୍ଗା ବେଷ୍ଟ ଅପ୍ସନ।
ଟ୍ରେଲ୍‌ ଲେହେଙ୍ଗା: ଯଦି ଆପଣଙ୍କ ଫିଗର ମୋଟା ବୋଲି କେଉଁ ଲେହେଙ୍ଗା ବାଛିବେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ତେବେ ଟ୍ରେଲ୍‌ ଲେହେଙ୍ଗା ଆପଣଙ୍କୁ ପର୍‌ଫେକ୍ଟ ଲୁକ୍‌ ଦେବା ଲାଗି ସବୁଠୁ ଭଲ ଅପ୍ସନ। ଏଥିରେ ଟ୍ରେଲ୍‌ ପାଇଁ ସାଧାରଣ ଲେହେଙ୍ଗାରେ ଆବଶ୍ୟକ ହେଉଥିବା କପଡାଠାରୁ ଅଧିକ କପଡା ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ

ଆମ ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ଶରୀରର ପ୍ରମୁଖ ଅଂଶ ହେଉଛି ଜଳ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଆମ...

ଦ୍ରୁତ ଗତିରେ ଚାଲିବା ବ୍ୟାୟାମ ଅପେକ୍ଷା ମସ୍ତିଷ୍କ ପାଇଁ ଦେଢ଼ଗୁଣା ଅଧିକ ଲାଭଦାୟକ…

ଓ୍ବାଶିଂଟନ,୨୫।୫ : ନିୟମିତ ବ୍ୟାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ ଯେପରିକି ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ଆମ...

ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁ

ବିବାହ ପରେ ଅନେକ ସମୟରେ ଦେଖାଯାଏ, ପତ୍ନୀପତିଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୋଇଥାଏ। ଏପରିକି ସମ୍ପର୍କରେ ଧୀରେ ଧୀରେ ତିକ୍ତତା...

କାଲି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଜାଣନ୍ତୁ କ’ଣ କରିବେ ଭୋଗ…

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ବୁଧବାର ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଏହା...

ଏସବୁ ଜିନିଷ କରନ୍ତୁ ନାହିଁ ଦାନ, ଛାଡି ପଳାଇବେ ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ଦାନ କରିବା ପୁଣ୍ୟ ବୋଲି ଧରାଯାଏ। ଦାନ କରିବା ଦ୍ୱାରା କେବଳ ଇଶ୍ୱରଙ୍କ ଆଶୀର୍ବାଦ ମିଳେ ତାହା ନୁହେଁ, ଘରେ ସୁଖ-ଶାନ୍ତି ଆସିଥାଏ...

ସ୍ବପ୍ନରେ ଫୁଲ

ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେ...

କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ...

ଟ୍ୟାନ୍‌ ଫ୍ରି ତ୍ୱଚା ପାଇଁ କାକୁଡ଼ି

କାକୁଡ଼ି ଖାଇବା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ, ବରଂ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାକୁ ଟ୍ୟାନ୍‌ ଫ୍ରି ରଖିବାରେ ମଧ୍ୟ ବେଶ୍‌ଲାଭଦାୟକ।...

Advertisement
Archives

Model This Week