Posted inଜାତୀୟ

ନବାବ-ଅନୀଲ ଦେଇପାରିବେନି ଭୋଟ

ମୁମ୍ବାଇ,୧୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ଲାଗି କରାଯାଇଥିବା ଆବେଦନର ଶୁଣାଣିରେ ଇଡି ଦ୍ୱାରା ଗିରଫ ହୋଇଥିବା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଝଟ୍‌କା ମିଳିଛି। ଶୁକ୍ରବାର ସେସନ୍ସ କୋର୍ଟ ଓ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ନିର୍ବାଚନରେ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି। ସେହିଭଳି ବିଧାନ ପରିଷଦ ନିର୍ବାଚନରେ ମଧ୍ୟ ଭୋଟ ଦେବାକୁ ଅନୁମତି ପାଇବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ। ହେଲେ ତାଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଛି। ବିଧାନ ପରିଷଦ ନିର୍ବାଚନରେ ଭୋଟ ଦେବାକୁ ଉଭୟଙ୍କ ଆବେଦନକୁ ଶୁକ୍ରବାର ମୁମ୍ବାଇ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, କୋର୍ଟର କାନ୍ଧରେ ବନ୍ଧୁକ ରଖି କିଏ କ’ଣ କରୁଛି ତାହା ସମସ୍ତେ ଜାଣନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ, କିନ୍ତୁ ସେମାନଙ୍କୁ ବେଆଇନ ଭାବେ ଜେଲ୍‌ରେ ରଖାଯାଇଛି। ଗଣତନ୍ତ୍ର ସେମାନଙ୍କୁ ରାଜ୍ୟ ସଭା ଏବଂ ବିଧାନ ପରିଷଦ ପାଇଁ ଭୋଟ ଦେବାର ଅଧିକାର ଦେଇଛି। ହେଲେ ଏବେ ସଂସଦୀୟ ଗଣତନ୍ତ୍ର ବନ୍ଦ କରିବାର ସମୟ ଆସିଛି ବୋଲି ସଞ୍ଜୟ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ଦେଶରେ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ...

‘ରଘୁପତି ରାଘବ’ ଗାନକୁ ମେହବୁବାଙ୍କ ବିରୋଧ

ଶ୍ରୀନଗର,୨୧ା୯: କଶ୍ମୀରୀ ଛାତ୍ରୀଛାତ୍ର କ୍ଲାସରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜା ରାମ’ ଗାନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା...

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ...

ସ୍ପାଇସ ଜେଟ କ୍ୟାବିନ କ୍ର‌୍ୟୁଙ୍କ ସହ ଦୁର୍ବବ୍ୟହାର: ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ,୨୪ ।୧: ସ୍ପାଇସ ଜେଟ ଫ୍ଲାଇଟରେ କ୍ୟାବିନ କ୍ରୁ୍ୟଙ୍କ ସହ ଜଣେ ଯାତ୍ରୀ ଦୁର୍ବବ୍ୟହାର କରିଥିବା ଜଣାପଡିଛି । ଏହାପରେ ଅଭିଯୁକ୍ତ ଯାତ୍ରୀ ଓ ତାଙ୍କ...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ପ୍ରଥମଥର କଥା ହେବେ ମୋଦି

ନୂଆଦିଲ୍ଲୀ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି । ହେଲେ ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

୩୦ ଓଡ଼ିଆ ଶ୍ରମିକ ଉଦ୍ଧାର

ସୁରଟ,୫ା୮: ପ୍ରବଳ ବର୍ଷା ଯୋଗୁ ତିନିଦିନ ହେଲା ଗୁଜରାଟର ନଭସାରୀ ଅଞ୍ଚଳରେ ଫସି ରହିଥିବା ୩୦ ଓଡ଼ିଆ ଶ୍ରମିକଙ୍କ ସମେତ ୩୨ ଜଣଙ୍କୁ ସ୍ଥାନୀୟ ପ୍ରଶାସନ...

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ...

ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା...

Advertisement
Archives

Model This Week