Posted inଜାତୀୟ

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ବିକ୍ରି ଅନୁମତି ନ ଥିଲା। ଏବେ ସେହି ସମୟସୀମା ୨୧ ବର୍ଷକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଏକ ଚିଠା ଆଇନ ପ୍ରସ୍ତୁତ କରିଛନ୍ତି। ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ (ବିଜ୍ଞାପନ ନିଷିଦ୍ଧ, ବାଣିଜ୍ୟ ଉତ୍ପାଦନ, ଯୋଗାଣ, ବଣ୍ଟନର ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୦ର ଚିଠା ବିଲ୍‌ରେ ବୟସସୀମା ୨୧ ବର୍ଷକୁ ବୃଦ୍ଧି କରିବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜୋର୍‌ ଦେଇଛି। ୨୦୦୩ର ଏହି ଆଇନରେ ସଂଶୋଧନ ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ୨୧ ବର୍ଷରୁ କମ୍‌ ବ୍ୟକ୍ତିଙ୍କୁ ସିଗାରେଟ ଓ ଅନ୍ୟ ତମାଖୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ସେହିପରି ସେହି ବୟସ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଉକ୍ତ ସାମଗ୍ରୀ ବିକିପାରିବେ ନାହିଁ। ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସିଗାରେଟ ଓ ତମାଖୁ ସାମଗ୍ରୀ ବିକ୍ରି ନିଷିଦ୍ଧ ହେବ। ଆଇନର ଧାରା ୭ରେ ସଂଶୋଧନ କରାଯାଇଛି। ତଦନୁଯାୟୀ ଉପରୋକ୍ତ ସାମଗ୍ରୀ ବନ୍ଦ କଭରରେ ଓ ମୂଳ ପ୍ୟାକେଜ୍‌ରେ ବ୍ୟବସାୟ କରାଯିବ। କୌଣସି ବ୍ୟକ୍ତି ସିଧାସଳଖ କିମ୍ବା ପରୋକ୍ଷରେ ଉକ୍ତ ସାମଗ୍ରୀର ଉତ୍ପାଦନ, ଯୋଗାଣ କିମ୍ବା ବଣ୍ଟନ କରିପାରିବେ ନାହିଁ, ଯଦି ଉକ୍ତ ପ୍ୟାକେଜ୍‌ଗୁଡ଼ିକର ସର୍ବନିମ୍ନ ଗୁଣବତ୍ତା ନ ଥିବ। ଏହାର ଉଲ୍ଲଂଘନ କଲେ ୨ ବର୍ଷ ଜେଲ୍‌ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଦ୍ୱିତୀୟ ଥର ଆଇନ ଉଲ୍ଲଂଘନ ପାଇଁ ୫ ବର୍ଷ ଜେଲ୍‌ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ବେଆଇନ ତମାଖୁ ସାମଗ୍ରୀ ବିକ୍ରି ଲାଗି ୧ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ଥିବାବେଳେ ଦ୍ୱିତୀୟ ଥର ଧରାପଡ଼ିଲେ ୨ ବର୍ଷ ଜେଲ୍‌ ଓ ୧ ଲକ୍ଷ ଜରିମାନା ଦେବାକୁ ହେବ। ବେଆଇନ ସିଗାରେଟ ଉତ୍ପାଦନ ପାଇଁ ୨ ବର୍ଷ ଜେଲ୍‌ ଓ ଲକ୍ଷେ ଟଙ୍କା ଜରିମାନା ପ୍ରସ୍ତାବ ରହିଛି। ନିଷିଦ୍ଧାଞ୍ଚଳରେ ଧୂମପାନ ପାଇଁ ଜରିମାନା ରାଶିକୁ ୨୦୦ରୁ ୨୦୦୦ ଟଙ୍କାବୁ ବୃଦ୍ଧି କରାଯାଇଛି। କୌଣସି ବ୍ୟକ୍ତି ସିଧାସଳଖ କିମ୍ବା ପରୋକ୍ଷରେ ତମାଖୁ ସାମଗ୍ରୀ ପାଇଁ କୌଣସି ମାଧ୍ୟମରେ ବିଜ୍ଞାପନ କରିପାରିବେ ନାହିଁ। ସେହିପରି ସିଗାରେଟ ଓ ଅନ୍ୟ ତମାଖୁ ସାମଗ୍ରୀ ବ୍ୟବହାର ଲାଗି ସିଧାସଳଖ କିମ୍ବା ପରୋକ୍ଷରେ ପ୍ରୋତ୍ସାହିତ କରାଯାଇପାରିବ ନାହିଁ ବୋଲି ବିଲ୍‌ରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?