Posted inଜାତୀୟ

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ବିକ୍ରି ଅନୁମତି ନ ଥିଲା। ଏବେ ସେହି ସମୟସୀମା ୨୧ ବର୍ଷକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଏକ ଚିଠା ଆଇନ ପ୍ରସ୍ତୁତ କରିଛନ୍ତି। ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ (ବିଜ୍ଞାପନ ନିଷିଦ୍ଧ, ବାଣିଜ୍ୟ ଉତ୍ପାଦନ, ଯୋଗାଣ, ବଣ୍ଟନର ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୦ର ଚିଠା ବିଲ୍‌ରେ ବୟସସୀମା ୨୧ ବର୍ଷକୁ ବୃଦ୍ଧି କରିବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜୋର୍‌ ଦେଇଛି। ୨୦୦୩ର ଏହି ଆଇନରେ ସଂଶୋଧନ ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ୨୧ ବର୍ଷରୁ କମ୍‌ ବ୍ୟକ୍ତିଙ୍କୁ ସିଗାରେଟ ଓ ଅନ୍ୟ ତମାଖୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ସେହିପରି ସେହି ବୟସ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଉକ୍ତ ସାମଗ୍ରୀ ବିକିପାରିବେ ନାହିଁ। ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସିଗାରେଟ ଓ ତମାଖୁ ସାମଗ୍ରୀ ବିକ୍ରି ନିଷିଦ୍ଧ ହେବ। ଆଇନର ଧାରା ୭ରେ ସଂଶୋଧନ କରାଯାଇଛି। ତଦନୁଯାୟୀ ଉପରୋକ୍ତ ସାମଗ୍ରୀ ବନ୍ଦ କଭରରେ ଓ ମୂଳ ପ୍ୟାକେଜ୍‌ରେ ବ୍ୟବସାୟ କରାଯିବ। କୌଣସି ବ୍ୟକ୍ତି ସିଧାସଳଖ କିମ୍ବା ପରୋକ୍ଷରେ ଉକ୍ତ ସାମଗ୍ରୀର ଉତ୍ପାଦନ, ଯୋଗାଣ କିମ୍ବା ବଣ୍ଟନ କରିପାରିବେ ନାହିଁ, ଯଦି ଉକ୍ତ ପ୍ୟାକେଜ୍‌ଗୁଡ଼ିକର ସର୍ବନିମ୍ନ ଗୁଣବତ୍ତା ନ ଥିବ। ଏହାର ଉଲ୍ଲଂଘନ କଲେ ୨ ବର୍ଷ ଜେଲ୍‌ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଦ୍ୱିତୀୟ ଥର ଆଇନ ଉଲ୍ଲଂଘନ ପାଇଁ ୫ ବର୍ଷ ଜେଲ୍‌ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ବେଆଇନ ତମାଖୁ ସାମଗ୍ରୀ ବିକ୍ରି ଲାଗି ୧ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ଥିବାବେଳେ ଦ୍ୱିତୀୟ ଥର ଧରାପଡ଼ିଲେ ୨ ବର୍ଷ ଜେଲ୍‌ ଓ ୧ ଲକ୍ଷ ଜରିମାନା ଦେବାକୁ ହେବ। ବେଆଇନ ସିଗାରେଟ ଉତ୍ପାଦନ ପାଇଁ ୨ ବର୍ଷ ଜେଲ୍‌ ଓ ଲକ୍ଷେ ଟଙ୍କା ଜରିମାନା ପ୍ରସ୍ତାବ ରହିଛି। ନିଷିଦ୍ଧାଞ୍ଚଳରେ ଧୂମପାନ ପାଇଁ ଜରିମାନା ରାଶିକୁ ୨୦୦ରୁ ୨୦୦୦ ଟଙ୍କାବୁ ବୃଦ୍ଧି କରାଯାଇଛି। କୌଣସି ବ୍ୟକ୍ତି ସିଧାସଳଖ କିମ୍ବା ପରୋକ୍ଷରେ ତମାଖୁ ସାମଗ୍ରୀ ପାଇଁ କୌଣସି ମାଧ୍ୟମରେ ବିଜ୍ଞାପନ କରିପାରିବେ ନାହିଁ। ସେହିପରି ସିଗାରେଟ ଓ ଅନ୍ୟ ତମାଖୁ ସାମଗ୍ରୀ ବ୍ୟବହାର ଲାଗି ସିଧାସଳଖ କିମ୍ବା ପରୋକ୍ଷରେ ପ୍ରୋତ୍ସାହିତ କରାଯାଇପାରିବ ନାହିଁ ବୋଲି ବିଲ୍‌ରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri