ନୂଆ ରେକର୍ଡ ସୃଷ୍ଟି କଲା ଫେସ୍‌ବୁକ୍‌: ହ୍ବାଟ୍ସଆପ୍‌ରେ ୧୪୦ କୋଟି ଭିଡିଓ, ଭଏସ୍‌ କଲ୍‌

ନୂଆଦିଲ୍ଲୀ,୩।୧: କରୋନା ମହାମାରୀର କଟକଣା ମଧ୍ୟରେ ନୂଆବର୍ଷକୁ ଭିନ୍ନ ଭିନ୍ନ ମାଧ୍ୟମରେ ସ୍ବାଗତ ଜଣାଇଛନ୍ତି ସାରା ବିଶ୍ବବାସୀ। ଏହି ଅବସରରେ ସୋସିଆଲ ମିଡିଆ ଆପ୍‌ ଫେସ୍‌ବୁକ୍‌, ହ୍ବାଟ୍ସଆପ ସମେତ ଏହାର ଅନ୍ୟ ଆପ୍‌ଗୁଡିକ ମଧ୍ୟ ନୂଆବର୍ଷରେ ସମସ୍ତଙ୍କ ପାଇଁ ସକାରାତ୍ମକ ସାବ୍ୟସ୍ତ ହୋଇପାରିଛି। ନୂଆ ବର୍ଷ ସନ୍ଧ୍ୟାରେ ହ୍ବାଟ୍ସଆପ୍‌ ବ୍ୟବହାରକାରୀମାନେ ୧.୪ ବିଲିୟନ ଅର୍ଥାତ୍‌ ୧୪୦ କୋଟି ଥର ଭିଡିଓ କଲ୍‌ ଓ ଭଏସ୍‌ କଲ୍‌ର ବ୍ୟବହାର କରିଥିବା ସୂଚନା ମିଳିଛି। ସେହିଭଳି କମ୍ପାନୀର ମେସେଜିଂ ଆପ୍‌ଗୁଡିକ ମଧ୍ୟ ନୂଆବର୍ଷରେ ତା’ର ଭଏସ୍‌ କଲ୍‌ ଏବଂ ଭିଡିଓ କଲ୍‌ରେ ୫୦% ବୃଦ୍ଧି ପାଇଥିବା ଜଣାପଡିଛି। ୨୦୧୯ ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦% ବୃଦ୍ଧି ପାଇଛି। କୋଭିଡ୍‌-୧୯ ଯୋଗୁ ଅନେକ ଲୋକ ଘରେ ରହି ଅନ୍‌ଲାଇନ ମାଧ୍ୟମରେ ବନ୍ଧୁ ଓ ପରିଜନମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଫେସ୍‌ବୁକ୍‌ରେ ପ୍ରାୟ ୫୫ ମିଲିୟନ ଲାଇଭ୍‌ ବ୍ରଡ୍‌କାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ ସମୟରେ ଶିଳ୍ପସଂସ୍ଥାଗୁଡିକରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକ୍ନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଥିବା ଜଣାପଡିଛି। ମହାମାରୀ ସମୟରେ ଟେକ୍ନୋଲୋଜି ସେକ୍ଟରଗୁଡ଼ିକରେ ଭଲ ବ୍ୟବସାୟ କରିଛି। ଏହି ଭିଡିଓ କଲିଂ ଫିଚର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନ ଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହା ସହ ଫେସ୍‌ବୁକ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସାରେ ମେସେଞ୍ଜର, ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପରେ ଭିଡିଓ ଚାଟିଂ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛି। ନୂଆବର୍ଷ ଏକ ଐତିହାସିକ ଦିନ ଥିଲା, ଏହା ସହ ଚଳିତ ବର୍ଷ ଏହା ସବୁ ରେକର୍ଡ ଭାଙ୍ଗିଦେଇଥିଲା ବୋଲି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri