କୋଭିଶିଲ୍ଡ ପରେ କୋଭାକ୍ସିନ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ ଶନିବାର ଭାରତ ବାୟୋଟେକ୍‌ ପ୍ରସ୍ତୁତ ‘କୋଭାକ୍ସିନ୍‌’କୁ ଜରୁରୀ ବ୍ୟବହାର ଲାଗି ସବୁଜ ସଙ୍କେତ ଦେଇଛି। କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ଶନିବାର ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍‌ର ଅତିରିକ୍ତ ତଥ୍ୟକୁ ଅନୁଧ୍ୟାନ କରିବା ପରେ ଏହାର ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ଦେବାକୁ ସୁପାରିସ କରିଛି। ଏବେ ଦୁଇଟିଯାକ ଟିକା ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା। ଭାରତ ବାୟୋଟେକ୍‌ ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ମିଳିତ ଭାବେ ଏହି ଟିକାର ବିକାଶ କରିଛନ୍ତି। ଅନ୍ୟପକ୍ଷରେ କୋଭିଶିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁଣେର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରୁଛି। ଏହି ସଂସ୍ଥା କୋଭିଶିଲ୍ଡର ୫ କୋଟି ଡୋଜ୍‌ ପ୍ରସ୍ତୁତ କରିସାରିଛି। ଆମେରିକାର ଫାଇଜର ଏବଂ ଜର୍ମାନୀର ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା ପକ୍ଷରୁ ମଧ୍ୟ ଭାରତର ଅନୁମୋଦନ ପାଇଁ ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାରେ ମହିଳାଙ୍କୁ ଯୁଦ୍ଧ ପାଇଲଟ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କହିଛନ୍ତି, ଏହି...

ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ଶେଷ ପ୍ରଚାର

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶ ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ। ଏନେଇ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ୨୦ରେ...

ବ୍ରିଟେନ୍‌ରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିବା ଆଶଙ୍କା: ୨୦୨୪ ପର୍ଯ୍ୟନ୍ତ ମାନିବାକୁ ପଡ଼ିବ ସାମାଜିକ ଦୂରତା ନିୟମ

ଲଣ୍ଡନ,୧୧।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ସାମାଜିକ ଦୂରତା ନିୟମ ମାନିବାକୁ...

ଆଦାନୀଙ୍କ ସମସ୍ତ ସମ୍ପତ୍ତିର ଜାତୀୟକରଣ କରନ୍ତୁ ସରକାର: ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ,୮।୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ...

ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ ଟିଏମ୍‌ସି: ମମତା

ଅଗରତାଲା,୮।୨(ପି.ଟି.): ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକମାତ୍ର ଦଳ ଯିଏ ଭାଜପାର ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ ଏବଂ ଦେଶବାସୀଙ୍କୁ ଭାଜପାର ବିକଳ୍ପ ଦେବ ବୋଲି ପଶ୍ଚିମବଙ୍ଗ...

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ...

ବ୍ରିଟେନରେ ୯୦ ପ୍ରତିଶତ ଲୋକ ଚାହୁଁନାହାନ୍ତି ଲକ୍‌ଡାଉନରେ କୋହଳ

ଲଣ୍ଡନ,୧୦।୫: କରୋନା ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ଦୂରେଇ ରହିବାର ମୁଖ୍ୟମାଧ୍ୟମ ହେଉଛି ଲକ୍‌ଡାଉନ। ତେଣୁ ବିଶ୍ୱର...

Advertisement
Archives

Model This Week