ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର ଉକ୍ତ ରାସ୍ତା ଦେଇ ରାହାଡ଼ିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ନିଜ ପିଲାମାନଙ୍କୁ ୩ ଦିନ ହେଲା ପାଠ ପଢିବାକୁ ଛାଡୁନାହାନ୍ତି। ଗ୍ରାମ ମଧ୍ୟରେ ଏକ ପାଲ ବାନ୍ଧି ପ୍ରାୟ ୩୦ରୁ ଊଦ୍ଧର୍‌ବ ଅଙ୍ଗନଓ୍ବାଡି ଓ ସ୍କୁଲ ଯାଉଥିବା ପିଲାଙ୍କୁ ପାଠ ପଢ଼ା ଯାଉଛି। ଗ୍ରାମବାସୀ ଏ ସମ୍ପର୍କରେ ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗ୍ରାମବାସୀ ସାରଦା ସାମଲ, କେଦାର ସାମଲ ଓ କବିତା ସାମଲଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନରୁ ଗ୍ରାମବାସୀ ଏହି ମାଟି ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ଗତବର୍ଷ ତତ୍କାଳୀନ ସରପଞ୍ଚଙ୍କ ଉଦ୍ୟମରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମାଟି କାମ କରାଯାଇଥିଲା। ଚଳିତବର୍ଷ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି। କେତେକ ମୁଷ୍ଟିମେୟ ବ୍ୟକ୍ତି ଏହି ରାସ୍ତା ସଂଲଗ୍ନ ଶ୍ମଶାନ ଜମିକୁ ଜବରଦଖଲରେ ରଖି ରାସ୍ତା କାର୍ଯ୍ୟ କରାଇ ଦେଉନାହାନ୍ତି। ଏହାଛଡା ଯାତାୟାତ ପାଇଁ ବାରଣ କରୁଛନ୍ତି।
ଜିଲାପାଳ ପାରୁଲ ପଟୱାରୀ ୬ ମାସ ଉକ୍ତ ଗଁାକୁ ଗସ୍ତ କରି ରାସ୍ତାକାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ହେଲେ ରାସ୍ତାରେ ଯାତାୟାତ ବନ୍ଦ କରାଯିବା ଏହା ଦଳିତଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ଅହଲ୍ୟା ସାମଲ, ସବିତା ସାମଲ, ସଂଯୁକ୍ତା ସାମଲ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏକ କିମି ବାଟ ବୁଲି ଜଗତ୍‌ସିଂହପୁର-ଜଇପୁର ରାସ୍ତା ଦେଇ ସ୍କୁଲକୁ ପରିବାର ଲୋକେ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇ ଦେଇଥିବା ଗ୍ରାମବାସୀ କହିଛନ୍ତି। ଏପରି ସମସ୍ୟା ଯୋଗୁ ବିଦ୍ୟାଳୟକୁ ପିଲା ଆସୁ ନ ଥିବା ସମ୍ପର୍କରେ ସିଆରସିସି ବିରୂପାକ୍ଷ ସେଠୀ ବିଇଓଙ୍କୁ ଜଣାଇଥିବା କହିଛନ୍ତି। ମଙ୍ଗଳବାର ସକାଳୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ସ୍ଥାନୀୟ ସରପଞ୍ଚ ଅମିତା ଖୁଣ୍ଟିଆ ଓ ସମିତିସଭ୍ୟ ରଞ୍ଜନ କୁମାର ସ୍ବାଇଁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଛନ୍ତି। ପିଲାମାନେ ଉକ୍ତ ରାସ୍ତା ଦେଇ ସ୍କୁଲକୁ ଯାତାୟାତ କରନ୍ତୁ। ଖୁବ୍‌ଶୀଘ୍ର ରାସ୍ତାକାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri