ମଠୁଆଙ୍କୁ ଜାଗା ନାହିଁ

Dillip Cherian

ସେବାନିବୃତ୍ତ ବୟସ ପୂର୍ବରୁ ଅବସର(ପ୍ରିମାଚ୍ୟୁର ରିଟାୟର୍‌ମେଣ୍ଟ) ଦେବା ଲାଗି କେନ୍ଦ୍ରର ବ୍ୟବସ୍ଥା ରହିଛି। ତାହାକୁ ଲକ୍ଷ୍ୟ କରି ଦିଲ୍ଲୀ ସରକାର ସେଭଳି ବାଟ ଆପଣାଇଛନ୍ତି। ନିକଟରେ ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ଅବସର ନେବାକୁ ଥିବା ଏବଂ ପ୍ରଦର୍ଶନ ଭଲ ନ ଥିବା ଆକାଉଣ୍ଟ କ୍ୟାଡର ଅଧିକାରୀମାନଙ୍କ କ୍ୟାରିୟରକୁ ନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଏହି ବାବୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅବସର ଦେବା ଉଦ୍ଦେଶ୍ୟରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଜଣାପଡ଼ିଛି ଯେ, ଦିଲ୍ଲୀର ଲ୍ୟୁଟନାଣ୍ଟ ଗଭର୍ନର ବିନୟ କୁମାର ସକ୍‌ସେନାଙ୍କ ସମେତ ସମସ୍ତେ ଏହି ଯୋଜନାକୁ ଗ୍ରହଣ କରିଛନ୍ତି। ଏହି ବିଷୟକୁ ସକ୍‌ସେନା ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦିଲ୍ଲୀ ସରକାରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କର ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉ ବୋଲି ଚାହିଁଛନ୍ତି। ବ୍ୟବସ୍ଥାରେ କାର୍ଯ୍ୟକରୁଥିବା ମାନ୍ଦା ବା ମଠୁଆ ଏବଂ ବାଧା ସୃଷ୍ଟିକାରୀ ଅଧିକାରୀମାନଙ୍କୁ ସଫା କରିବା ଲାଗି ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ସେ ଚାହଁୁଥିବା ସ୍ପଷ୍ଟ ହୋଇଛି। ଆକାଉଣ୍ଟ କ୍ୟାଡର ଅଧିକାରୀ, ଡେପୁଟି କମ୍ପଟ୍ରୋଲର ଅଫ୍‌ ଆକାଉଣ୍ଟସ୍‌, ସିନିୟର ଆକାଉଣ୍ଟସ୍‌, ଆକାଉଣ୍ଟ ଅଧିକାରୀ ଏବଂ ସହକାରୀ ଆକାଉଣ୍ଟ ଅଧିକାରୀ ଯେଉଁମାନେ ଡିଓପିଟିର ପ୍ରିମାଚ୍ୟୁର ରିଟାୟର୍‌ମେଣ୍ଟ ନିୟମ ଅଧୀନରେ ରହୁଛନ୍ତି, ସେମାନଙ୍କ ରିପୋର୍ଟ ଦାଖଲ କରିବା ଲାଗି ସମସ୍ତ ମୁଖ୍ୟ ବିଭାଗଗୁଡ଼ିକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ରିପୋର୍ଟ ଉପରେ ଏକ ସମୀକ୍ଷା କମିଟି ଯାଞ୍ଚ କରିବ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରିବ। ତେବେ ଏହି ନିଷ୍ପତ୍ତିରେ ପ୍ରଭାବିତ ହେବାକୁ ଥିବା ବାବୁମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେ ସମ୍ପର୍କରେ ଏଯାବତ କିଛି ଜଣାପଡ଼ିନାହିଁ।
ଚମକିବେ କାନ୍ତ
ଭାରତର ଜି ୨୦ ଟିମ୍‌ ମୁଖ୍ୟ ଭାବେ ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତଙ୍କ ନିଯୁକ୍ତି ପରେ ଏହା ଅଧିକ ଶକ୍ତିଶାଳୀ ହୋଇଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଅତ୍ୟଧିକ କାର୍ଯ୍ୟଚାପର କାରଣ ଦର୍ଶାଇ ଦାୟିତ୍ୱରୁ ଓହରି ଯିବା ପରେ ତାଙ୍କ ସ୍ଥାନରେ କାନ୍ତ ନିଯୁକ୍ତ ହୋଇଛନ୍ତି। କାନ୍ତଙ୍କୁ ଏଭଳି ଦାୟିତ୍ୱ ମିଳିବ ବୋଲି କେହି ବିଶ୍ୱାସ କରି ନ ଥିଲେ। ତାଙ୍କୁ କୌଣସି ଏକ ରାଜ୍ୟର ଗଭର୍ନର କରାଯିବାର ସୂଚନା ମିଳୁଥିଲା, କିନ୍ତୁ ସରକାର କାନ୍ତଙ୍କ ପାଇଁ ଏକ ଉତ୍ତମ ଯୋଜନା କରିଥିଲେ ବୋଲି ଏବେ ସ୍ପଷ୍ଟ ହେଲା। ତଥାପି ଚଳିତ ବର୍ଷ ଶେଷ ଆଡକୁ ଜି୨୦ରେ ଭାରତ ଅଧ୍ୟକ୍ଷତା କରିବ ବୋଲି ଆଶା କରାଯାଉଥିବା ଏବଂ ଆସନ୍ତା ବର୍ଷ ଜି୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେବାର ଠିକ୍‌ ପୂର୍ବରୁ ଏହା ଏକ ସମୟୋପଯୋଗୀ ପଦକ୍ଷେପ। କାନ୍ତ ଏବେ ପୂର୍ବତନ ବୈଦେଶିକ ସଚିବ ତଥା ଭାରତର ମୁଖ୍ୟ ଜି୨୦ ସଂଯୋଜକ ଶ୍ରୀଙ୍ଗଲାଙ୍କ ସହିତ ଯୋଗଦେବେ। ଜି୨୦ ପାଇଁ ଭାରତ ଏକ ପୂର୍ଣ୍ଣକାଳୀକ ମୁଖ୍ୟ ଆବଶ୍ୟକ କରୁଥିବା ଏବଂ ଗୋଏଲ ବିଭିନ୍ନ ମନ୍ତ୍ରଣାଳୟ ଓ ସଂସଦୀୟ ଦାୟିତ୍ୱଗୁଡ଼ିକରେ ବ୍ୟସ୍ତ ରହିଥିବା ଯୋଗୁ ଏଭଳି ସ୍ଥିତିରେ ଅନ୍ୟମାନଙ୍କ ମଧ୍ୟରେ କାନ୍ତ ହିଁ ଯୋଗ୍ୟ । ଏନ୍‌ଡିଏ ସରକାର ଏବଂ ପରେ ନୀତି ଆୟୋଗର ଦୀର୍ଘଦିନ ଧରି ନୀତି ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ ଅନ୍ତର୍ଜାତୀୟ ମଞ୍ଚରେ ପ୍ରକାଶିତ ବା ଚମକିବା ଲାଗି କାନ୍ତଙ୍କର ଏହା ଏକ ଅଭିଯାନ। କାନ୍ତଙ୍କ ଭଳି ଆଇଏଏସ୍‌ ଏବଂ ଶ୍ରୀଙ୍ଗଲା ପରି ଆଇଏଫ୍‌ଏସ୍‌ ଯୋଡ଼ି ରଣନୀତିକ ଫୋରମରେ ବୈଶ୍ୱିକ ସଙ୍କଟ ସୁଧୁରିବା ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ସମୟରେ ବେଶ୍‌ ଉପଯୋଗୀ ହେବ।
ଅଗ୍ନିହୋତ୍ରୀ ବିଦା ହେଲେ
ଏକ ତ୍ୱରିତ ପଦକ୍ଷେପରେ କେନ୍ଦ୍ର ନ୍ୟାଶନାଲ ହାଇ-ସ୍ପିଡ୍‌ ରେଲ୍‌ କର୍ପୋରେଶନ ଲିମିଟେଡ(ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ସତୀଶ ଅଗ୍ନିହୋତ୍ରୀଙ୍କୁ ଚାକିରିରୁ ବିଦା କରିବା ପରେ ରାଜେନ୍ଦ୍ର ପ୍ରସାଦଙ୍କୁ ଅତିରିକ୍ତ ଏମ୍‌ଡି ଦାୟିତ୍ୱ ପ୍ରଦାନ କରିଛି। ପ୍ରସାଦ ଏବେ ଏନ୍‌ଏଚଏସ୍‌ଆର୍‌ସିଏଲ୍‌ ପ୍ରୋଜେକ୍ଟସ୍‌ର ନିର୍ଦ୍ଦେଶକ ରହିଛନ୍ତି। ଏନ୍‌ଡିଏ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୁଲେଟ୍‌ ଟ୍ରେନ୍‌ ପ୍ରୋଜେକ୍ଟକୁ ଏହି କମ୍ପାନୀ କାର୍ଯ୍ୟକାରୀ କରୁଛି। ଯଦିଓ ସରକାର ଅଗ୍ନିହୋତ୍ର୍ରୀଙ୍କ ଚାକିରି ଶେଷ କରିବାର କାରଣ ଦର୍ଶାଇନାହାନ୍ତି, ତଥାପି ବିଶ୍ୱାସ କରାଯାଉଛି ଯେ, ତାଙ୍କ ବିରୋଧରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଯୋଗୁ ତାଙ୍କ ଏମ୍‌ଡି ପଦବୀ ଅସ୍ଥିର ହୋଇଯାଇଥିଲା। କୌତୂହଳର କଥା, ଚାକିରି ଶେଷ ହେବା ଭଳି କର୍ପୋରେଶନରେ ଏମ୍‌ଡି ଭାବେ ତାଙ୍କ ନିଯୁକ୍ତି ମଧ୍ୟ ଆହୁରି ନାଟକୀୟ ଥିଲା। ୨୦୧୮ରେ ୧୯୮୨ ବ୍ୟାଚ୍‌ର ଇଣ୍ଡିଆନ୍‌ ରେଲଓ୍ବେ ସର୍ଭିସ ଅଧିକାରୀ ଅଗ୍ନିହୋତ୍ରୀଙ୍କୁ ଅବସର ପରେ ଏନ୍‌ଏଚ୍‌ଏସଆର୍‌ସିଏଲ୍‌ର ମୁଖ୍ୟ ଭାବେ ସରକାର ନିଯୁକ୍ତ କରିଥିଲେ। ସେତେବେଳେ କୁହାଯାଇଥିଲା ଯେ, ବିଜ୍ଞାପିତ ବୟସ ମାନଦଣ୍ଡ ଅନୁଯାୟୀ ଅଗ୍ନିହୋତ୍ରୀ ସେହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି। ତଥାପି ଅନ୍ୟ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପଛରେ ପକାଇ ସେ ନିଯୁକ୍ତି ପାଇଥିଲେ ବି ତାଙ୍କ ପତନ ଶୀଘ୍ର ହୋଇଛି। ମୋଦି ସରକାରଙ୍କ ପାଇଁ ବୁଲେଟ ଟ୍ରେନ ଏକ ସମ୍ମାନଜନକ ପ୍ରୋଜେକ୍ଟ ହୋଇଥିବାରୁ ଏହାକୁ ସଫଳତାର ସହ ଶେଷ କରିବା ଲାଗି ଦାୟିତ୍ୱ ବହନ କରିଥିବା ଅଧିକାରୀମାନଙ୍କ ଉପରେ କୌଣସି ଅଭିଯୋଗକୁ ସରକାର ସହ୍ୟ କରିବେ ନାହିଁ ବୋଲି ଅଗ୍ନିହୋତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କରିଦେଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri