Posted inଖେଳ

‘ପଡ଼ିଆରୁ ମିଳିଥିବା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ’

କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ। ଏଠାରେ ଆୟୋଜକ ଭାରତ ଗ୍ରୁପ୍‌ ‘ଏ’ରେ ୩ଟି ମ୍ୟାଚ ଖେଳିଥିବାବେଳେ ଆମେରିକାଠାରୁ ୦-୮, ମରକ୍କୋଠାରୁ ୦-୩ ଓ ବ୍ରାଜିଲଠାରୁ ୦-୫ ଗୋଲରେ ପରାଜିତ ହୋଇଥିଲା। ଓଡ଼ିଶା ଦର୍ଶକ କଳିଙ୍ଗରେ ଭାରତୀୟ ଦଳକୁ ଭରପୂର ସମର୍ଥନ ଜଣାଇଥିଲେ। ଭାରତୀୟ ଦଳ ପ୍ରଥମଥର ପାଇଁ ଏପରି ଏକ ବଡ଼ ପ୍ରତିଯୋଗିତାରେ ଖେଳିବା ସୁଯୋଗ ପାଇଥିବାରୁ ଅନେକ କିଛି ଶିଖିଥିଲା। ଘରୋଇ ଦଳର ପ୍ରଦର୍ଶନ ଏବଂ ଭବିଷ୍ୟତକୁ ନେଇ ନିଜର ମତ ରଖିଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି।

୩ଟି ମ୍ୟାଚର ଫଳାଫଳକୁ ନେଇ କ’ଣ କହିବେ ?
ଭାରତୀୟ ଦଳ ଭାବେ ଫିଫା ବିଶ୍ୱକପ୍‌ରେ ପଏଣ୍ଟ ହାସଲ କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହା ହୋଇପାରିଲା ନାହିଁ। ଆମେ ଅନେକ ଯୋଜନା କରିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ଭାରତୀୟ ମହିଳାମାନେ ଯେପରି ମ୍ୟାଚ ପରେ ମ୍ୟାଚ ଉନ୍ନତ ପ୍ରଦର୍ଶନ ଦେଲେ ସେଥିରେ ମୁଁ ଗର୍ବିତ। ବିଶେଷ କରି ବ୍ରାଜିଲ ବିପକ୍ଷ ମ୍ୟାଚରେ ଦଳ ଯେପରି ଲଢ଼ୁଆ ପ୍ରଦର୍ଶନ କଲା ସେଥିରୁ ଅଧିକାଂଶ ଭାରାତୀୟ ନିଶ୍ଚିତ ଗର୍ବ ଅନୁଭବ କରିଥିବେ। ଅନେକ ସମୟରେ ଭାରତ ଉତ୍ତମ କମ୍ବିନେଶନରେ ଖେଳିଥିଲା। ତେଣୁ ଆମେ ଠିକ୍‌ ପଥରେ ଅଛୁ ବୋଲି କହିହେବ।
ଖେଳାଳିଙ୍କ ପ୍ରଦର୍ଶନର ସକାରାତ୍ମକ ଦିଗ କ’ଣ ଥିଲା ?
ଭଲଭାବେ ଡିଫେଣ୍ଡ କରିଥିଲୁ। ୯୦ ମିନିଟ ଖେଳରେ ଅଧିକାଂଶ ସମୟ ଶୃଙ୍ଖଳିତ ପ୍ରଦର୍ଶନ ମଧ୍ୟ ଦେଇଥିଲୁ। କେତେକ ସମୟରେ ଆମେ ସାମାନ୍ୟ ଭୁଲ କରିଥିଲୁ। ଆମେ ଯଦି ଟପ୍‌ ଟିମ୍‌ଗୁଡ଼ିକ ବିପକ୍ଷରେ ତାହା କରିବୁ ତେବେ ସେମାନେ ନିଶ୍ଚିତ କ୍ଷତି ପହଞ୍ଚାଇବେ। ଆମକୁ ଏଥିରୁ ଶିଖିବାର ଅଛି। କେବଳ କ୍ଲାସ୍‌ରୁମ୍‌ରେ ଶିଖିବା ସବୁକିଛି ନୁହେଁ, ପଡ଼ିଆରେ ମଧ୍ୟ ବହୁତ କିଛି ଶିଖିବାକୁ ପଡ଼ିବ। ସର୍ବଦା ମୁଣ୍ଡକୁ ଥଣ୍ଡା ରଖିପାରିଲେ ଛୋଟଛୋଟ ତ୍ରୁଟି କମ୍‌ ହେବ। ପରାଜୟ ପାଇଁ ପିଲାମାନଙ୍କୁ ଦୋଷ ଦେବା ଉଚିତ ନୁହେଁ। ସେମାନେ ଲଢ଼େଇ କରିଛନ୍ତି ଏବଂ ଯେତେଦୂର ସମ୍ଭବ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପିଲାମାନେ କେବେ କ୍ଳାନ୍ତ ହୋଇ ନ ଥିଲେ। ତେଣୁ ଖେଳାଳିଙ୍କ ଫିଟ୍‌ନେସ ସ୍ତରରେ ମୁଁ ବହୁତ ଖୁସି।
ସବୁ ଶିଖିବାକୁ ମିଳିଲା ?
ନିଜକୁ ଯେତେ ସହଜ ମଣିବ ସେତେ ଭଲ ଖେଳିପାରିବ। ନିଜର ଶକ୍ତି ସାମର୍ଥ୍ୟ ଉପରେ ବିଶ୍ୱାସ କରିବା ଉଚିତ ଏବଂ ତାକୁ ଉପଯୋଗ କରି ଆଗକୁ ବଢ଼ିବା ଆବଶ୍ୟକ। ଫିଟ୍‌ନେସ ସ୍ତର, ସହନଶକ୍ତି ହେଉ କିମ୍ବା ସ୍ପିଡ୍‌ ଓ ସ୍ପ୍ରିଣ୍ଟ ଆମ ପାଇଁ ଏହା ଏବେ ଆଉ ସମସ୍ୟା ହୋଇ ନାହିଁ ବୋଲି ଅନୁଭବ କରୁଛି। ଆମକୁ ଆକ୍ରମଣାତ୍ମକ ଦିଗ ଉପରେ ଅଧିକ କାମ କରିବାକୁ ପଡ଼ିବ। ବିପକ୍ଷ ଦଳର ବକ୍ସରେ ବଲ୍‌ ରଖିବା, ପାସ୍‌, ଫିନିଶିଂ, ଅନ୍ତିମ ପାସ୍‌ ଦେବାବେଳେ ଉପସ୍ଥିତ ବୁଦ୍ଧି ଖଟାଇବା ଆଦି ଉପରେ ଫୋକସ କରିବାକୁ ହେବ। ତେବେ ଏଥିପାଇଁ ସମୟ ଲାଗିବ।
ପିଲାମାନଙ୍କୁ କିପରି ଫାଇଦା ମିଳିଛି ?
ଗେମ୍‌ ଖେଳିବା ପରେ ସେମାନଙ୍କ ଅଭିଜ୍ଞତା ବଢ଼ିଛି। ଏବେ ସେମାନଙ୍କ ମନରେ ବିଶେଷ ଭୟ ନାହିଁ। ଆମେରିକା ବିପକ୍ଷ ମ୍ୟାଚରେ ପିଲାମାନେ ଅଧିକ ଭୟଭୀତ ହୋଇ ଯାଇଥିଲେ ବୋଲି ମୋର ଅନୁଭବ ହୋଇଥିଲା। ମାତ୍ର ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ତାହା କମିଥିଲା। ପିଲାମାନେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ତେବେ ୧୪-୧୫ ବର୍ଷର ପିଲାଙ୍କୁ ୫ ମାସ ଟ୍ରେନିଂ ଦେଇ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରସ୍ତୁତ କରିବା ପର୍ଯ୍ୟାପ୍ତ ନୁହେଁ। ଏଥିରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ ନାହିଁ କିମ୍ବା ଶିଖି ହେବନାହିଁ। ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିଲେ ଏବଂ ଅନ୍ୟ ଦଳଗୁଡ଼ିକର ପ୍ରସ୍ତୁତିକୁ ବିଚାରକୁ ନେଲେ କମ୍‌ ଦିନ ଟ୍ରେନିଂ ନେଇ ପିଲାମାନେ ଭଲ ଖେଳିଛନ୍ତି ।
ଦଳକୁ ସମର୍ଥନ ପାଇଁ ଷ୍ଟାଡିୟମ ଆସିଥିବା ପ୍ରଶଂସକଙ୍କୁ କ’ଣ ବାର୍ତ୍ତା ଦେବେ ?
ଯେପରି ସମର୍ଥନ ରହିଲା ସେଥିରେ ମୁଁ ବହୁତ ଖୁସି। ବିଶେଷ କରି ଚାପ ସ୍ଥିତିରେ ସମର୍ଥନ ମିଳିବା ସହଜ ହୋଇ ନ ଥାଏ। ପୂରା ମ୍ୟାଚରେ ଦର୍ଶକମାନେ ଆମ ସହିତ ରହିଥିଲେ। ସମ୍ଭବତଃ ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଆମ ଦଳ ଖେଳିବା କେତେ କଷ୍ଟ ସେମାନେ ତାହା ଅନୁଭବ କରିପାରିଥିଲେ। ଏଥିପାଇଁ ସମସ୍ତ ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ। ସେମାନେ ପିଲାମାନଙ୍କ ଉପରେ ଭରସା ରଖନ୍ତୁ। ଭାରତୀୟ ଦଳ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବ ଏବଂ ଅଧିକରୁ ଅଧିକ ମ୍ୟାଚ ଜିତିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri