Posted inଖେଳ

‘ପଡ଼ିଆରୁ ମିଳିଥିବା ଶିକ୍ଷା ଗୁରୁତ୍ୱପୂର୍ଣ୍ଣ’

କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ। ଏଠାରେ ଆୟୋଜକ ଭାରତ ଗ୍ରୁପ୍‌ ‘ଏ’ରେ ୩ଟି ମ୍ୟାଚ ଖେଳିଥିବାବେଳେ ଆମେରିକାଠାରୁ ୦-୮, ମରକ୍କୋଠାରୁ ୦-୩ ଓ ବ୍ରାଜିଲଠାରୁ ୦-୫ ଗୋଲରେ ପରାଜିତ ହୋଇଥିଲା। ଓଡ଼ିଶା ଦର୍ଶକ କଳିଙ୍ଗରେ ଭାରତୀୟ ଦଳକୁ ଭରପୂର ସମର୍ଥନ ଜଣାଇଥିଲେ। ଭାରତୀୟ ଦଳ ପ୍ରଥମଥର ପାଇଁ ଏପରି ଏକ ବଡ଼ ପ୍ରତିଯୋଗିତାରେ ଖେଳିବା ସୁଯୋଗ ପାଇଥିବାରୁ ଅନେକ କିଛି ଶିଖିଥିଲା। ଘରୋଇ ଦଳର ପ୍ରଦର୍ଶନ ଏବଂ ଭବିଷ୍ୟତକୁ ନେଇ ନିଜର ମତ ରଖିଛନ୍ତି ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି।

୩ଟି ମ୍ୟାଚର ଫଳାଫଳକୁ ନେଇ କ’ଣ କହିବେ ?
ଭାରତୀୟ ଦଳ ଭାବେ ଫିଫା ବିଶ୍ୱକପ୍‌ରେ ପଏଣ୍ଟ ହାସଲ କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହା ହୋଇପାରିଲା ନାହିଁ। ଆମେ ଅନେକ ଯୋଜନା କରିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ଭାରତୀୟ ମହିଳାମାନେ ଯେପରି ମ୍ୟାଚ ପରେ ମ୍ୟାଚ ଉନ୍ନତ ପ୍ରଦର୍ଶନ ଦେଲେ ସେଥିରେ ମୁଁ ଗର୍ବିତ। ବିଶେଷ କରି ବ୍ରାଜିଲ ବିପକ୍ଷ ମ୍ୟାଚରେ ଦଳ ଯେପରି ଲଢ଼ୁଆ ପ୍ରଦର୍ଶନ କଲା ସେଥିରୁ ଅଧିକାଂଶ ଭାରାତୀୟ ନିଶ୍ଚିତ ଗର୍ବ ଅନୁଭବ କରିଥିବେ। ଅନେକ ସମୟରେ ଭାରତ ଉତ୍ତମ କମ୍ବିନେଶନରେ ଖେଳିଥିଲା। ତେଣୁ ଆମେ ଠିକ୍‌ ପଥରେ ଅଛୁ ବୋଲି କହିହେବ।
ଖେଳାଳିଙ୍କ ପ୍ରଦର୍ଶନର ସକାରାତ୍ମକ ଦିଗ କ’ଣ ଥିଲା ?
ଭଲଭାବେ ଡିଫେଣ୍ଡ କରିଥିଲୁ। ୯୦ ମିନିଟ ଖେଳରେ ଅଧିକାଂଶ ସମୟ ଶୃଙ୍ଖଳିତ ପ୍ରଦର୍ଶନ ମଧ୍ୟ ଦେଇଥିଲୁ। କେତେକ ସମୟରେ ଆମେ ସାମାନ୍ୟ ଭୁଲ କରିଥିଲୁ। ଆମେ ଯଦି ଟପ୍‌ ଟିମ୍‌ଗୁଡ଼ିକ ବିପକ୍ଷରେ ତାହା କରିବୁ ତେବେ ସେମାନେ ନିଶ୍ଚିତ କ୍ଷତି ପହଞ୍ଚାଇବେ। ଆମକୁ ଏଥିରୁ ଶିଖିବାର ଅଛି। କେବଳ କ୍ଲାସ୍‌ରୁମ୍‌ରେ ଶିଖିବା ସବୁକିଛି ନୁହେଁ, ପଡ଼ିଆରେ ମଧ୍ୟ ବହୁତ କିଛି ଶିଖିବାକୁ ପଡ଼ିବ। ସର୍ବଦା ମୁଣ୍ଡକୁ ଥଣ୍ଡା ରଖିପାରିଲେ ଛୋଟଛୋଟ ତ୍ରୁଟି କମ୍‌ ହେବ। ପରାଜୟ ପାଇଁ ପିଲାମାନଙ୍କୁ ଦୋଷ ଦେବା ଉଚିତ ନୁହେଁ। ସେମାନେ ଲଢ଼େଇ କରିଛନ୍ତି ଏବଂ ଯେତେଦୂର ସମ୍ଭବ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପିଲାମାନେ କେବେ କ୍ଳାନ୍ତ ହୋଇ ନ ଥିଲେ। ତେଣୁ ଖେଳାଳିଙ୍କ ଫିଟ୍‌ନେସ ସ୍ତରରେ ମୁଁ ବହୁତ ଖୁସି।
ସବୁ ଶିଖିବାକୁ ମିଳିଲା ?
ନିଜକୁ ଯେତେ ସହଜ ମଣିବ ସେତେ ଭଲ ଖେଳିପାରିବ। ନିଜର ଶକ୍ତି ସାମର୍ଥ୍ୟ ଉପରେ ବିଶ୍ୱାସ କରିବା ଉଚିତ ଏବଂ ତାକୁ ଉପଯୋଗ କରି ଆଗକୁ ବଢ଼ିବା ଆବଶ୍ୟକ। ଫିଟ୍‌ନେସ ସ୍ତର, ସହନଶକ୍ତି ହେଉ କିମ୍ବା ସ୍ପିଡ୍‌ ଓ ସ୍ପ୍ରିଣ୍ଟ ଆମ ପାଇଁ ଏହା ଏବେ ଆଉ ସମସ୍ୟା ହୋଇ ନାହିଁ ବୋଲି ଅନୁଭବ କରୁଛି। ଆମକୁ ଆକ୍ରମଣାତ୍ମକ ଦିଗ ଉପରେ ଅଧିକ କାମ କରିବାକୁ ପଡ଼ିବ। ବିପକ୍ଷ ଦଳର ବକ୍ସରେ ବଲ୍‌ ରଖିବା, ପାସ୍‌, ଫିନିଶିଂ, ଅନ୍ତିମ ପାସ୍‌ ଦେବାବେଳେ ଉପସ୍ଥିତ ବୁଦ୍ଧି ଖଟାଇବା ଆଦି ଉପରେ ଫୋକସ କରିବାକୁ ହେବ। ତେବେ ଏଥିପାଇଁ ସମୟ ଲାଗିବ।
ପିଲାମାନଙ୍କୁ କିପରି ଫାଇଦା ମିଳିଛି ?
ଗେମ୍‌ ଖେଳିବା ପରେ ସେମାନଙ୍କ ଅଭିଜ୍ଞତା ବଢ଼ିଛି। ଏବେ ସେମାନଙ୍କ ମନରେ ବିଶେଷ ଭୟ ନାହିଁ। ଆମେରିକା ବିପକ୍ଷ ମ୍ୟାଚରେ ପିଲାମାନେ ଅଧିକ ଭୟଭୀତ ହୋଇ ଯାଇଥିଲେ ବୋଲି ମୋର ଅନୁଭବ ହୋଇଥିଲା। ମାତ୍ର ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ତାହା କମିଥିଲା। ପିଲାମାନେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ତେବେ ୧୪-୧୫ ବର୍ଷର ପିଲାଙ୍କୁ ୫ ମାସ ଟ୍ରେନିଂ ଦେଇ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରସ୍ତୁତ କରିବା ପର୍ଯ୍ୟାପ୍ତ ନୁହେଁ। ଏଥିରେ ଅନେକ କିଛି ପରିବର୍ତ୍ତନ ହୋଇପାରିବ ନାହିଁ କିମ୍ବା ଶିଖି ହେବନାହିଁ। ସାମଗ୍ରିକ ଦୃଷ୍ଟିକୋଣରୁ ଦେଖିଲେ ଏବଂ ଅନ୍ୟ ଦଳଗୁଡ଼ିକର ପ୍ରସ୍ତୁତିକୁ ବିଚାରକୁ ନେଲେ କମ୍‌ ଦିନ ଟ୍ରେନିଂ ନେଇ ପିଲାମାନେ ଭଲ ଖେଳିଛନ୍ତି ।
ଦଳକୁ ସମର୍ଥନ ପାଇଁ ଷ୍ଟାଡିୟମ ଆସିଥିବା ପ୍ରଶଂସକଙ୍କୁ କ’ଣ ବାର୍ତ୍ତା ଦେବେ ?
ଯେପରି ସମର୍ଥନ ରହିଲା ସେଥିରେ ମୁଁ ବହୁତ ଖୁସି। ବିଶେଷ କରି ଚାପ ସ୍ଥିତିରେ ସମର୍ଥନ ମିଳିବା ସହଜ ହୋଇ ନ ଥାଏ। ପୂରା ମ୍ୟାଚରେ ଦର୍ଶକମାନେ ଆମ ସହିତ ରହିଥିଲେ। ସମ୍ଭବତଃ ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଆମ ଦଳ ଖେଳିବା କେତେ କଷ୍ଟ ସେମାନେ ତାହା ଅନୁଭବ କରିପାରିଥିଲେ। ଏଥିପାଇଁ ସମସ୍ତ ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ। ସେମାନେ ପିଲାମାନଙ୍କ ଉପରେ ଭରସା ରଖନ୍ତୁ। ଭାରତୀୟ ଦଳ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବ ଏବଂ ଅଧିକରୁ ଅଧିକ ମ୍ୟାଚ ଜିତିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri