Posted inଖେଳ

ବେଞ୍ଜେମା, ପୁଟେଲାସ୍‌ଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୧୯ା୧୦(ଏପି): କରିମ ବେଞ୍ଜେମା ପୁରୁଷ ପ୍ରଥମ ଥର ବାଲାନ ଡି’ଅର ପୁରସ୍କାର ଲାଭ କରିଛନ୍ତି। ସିଜନରେ ରିଅଲ ମାଡ୍ରିଡର ଚାମ୍ପିୟନ୍ସ ଲିଗ୍‌ ଓ ସ୍ପାନିଶ ଟାଇଟଲ ହାସଲରେ ତାଙ୍କର ବିଶେଷ ଭୂମିକା ରହିଥିଲା। ସ୍ପାନିଶ ଖେଳାଳି ଆଲେକ୍ସିଆ ପୁଟେଲାସ୍‌ ବାର୍ସିଲୋନା ସହିତ ଆଉ ଏକ ସିଜନରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ମହିଳା ଟ୍ରଫି ଜିତିଛନ୍ତି। ମାଡ୍ରିଡ୍‌ ଦଳରେ ବେଞ୍ଜେମାଙ୍କର ଏହା ଶ୍ରେଷ୍ଠ ସିଜନ ଥିଲା। ସେ ଉଭୟ ଲିଗ୍‌ରେ ଟପ୍‌ ସ୍କୋରର ରହିଥିଲେ। ମାଡ୍ରିଡ ତରଫରୁ ସେ ୪୪ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ୟୁରୋପର ଟପ୍‌ ପ୍ରତିଯୋଗିତାରେ ୧୫ ଗୋଲ୍‌ ସାମିଲ। ବର୍ତ୍ତମାନ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଛରେ ରହିଥିବା ଦଳର ଦ୍ୱିତୀୟ ସର୍ବାଧିକ ଗୋଲ୍‌ ସ୍କୋରର ରାଉଲ ଗୋଞ୍ଜାଲେଜ୍‌ଙ୍କ ସମକକ୍ଷ ହୋଇଛନ୍ତି। ୧୯୫୪ରେ ଷ୍ଟାନ୍‌ଲି ମାଥ୍ୟୁସଙ୍କ ପଛକୁ ୩୪ ବର୍ଷୀୟ ବେଞ୍ଜେମା ଏହି ପୁରସ୍କାର ଜିତିବାରେ ସବୁଠାରୁ ବୟସ୍କ ଖେଳାଳି। ପୁରସ୍କାର ଜିତିବା ପରେ ବେଞ୍ଜେମା କହିଛନ୍ତି, ତାଙ୍କ ଦୃଷ୍ଟିରେ ବୟସ ହେଉଛି ଏକ ସଂଖ୍ୟା। ତାଙ୍କର ଏବେସୁଦ୍ଧା ଫୁଟ୍‌ବଲ ନିଶା ଛାଡ଼ି ନାହିଁ। ଯେପର୍ଯ୍ୟନ୍ତ ଫିଟ୍‌ ଥିବେ ଖେଳ ଜାରି ରଖିଥିବେ। ପୁରସ୍କାର ଦୌଡ଼ରେ ବେଞ୍ଜେମା ସାଡିଓ ମାନେ ଓ ମାଞ୍ଚେଷ୍ଟର ସିଟି ପ୍ଲେମେକର କେଭିନ୍‌ ଡି’ ବ୍ରୁଇନ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଗତ ସିଜନରେ ଲିଭରପୁଲ୍‌ ପାଇଁ ଖେଳିଥିବା ମାନେ ଗ୍ରୀଷ୍ଣଋତୁରେ ବେୟର୍ନ ମ୍ୟୁନିକ୍‌ରେ ଯୋଗ ଦେଇଛନ୍ତି। ଗତବର୍ଷ ରେକର୍ଡ ୭ମ ଥର ପାଇଁ ବାଲାନ ଡି’ଅର ପୁରସ୍କାର ଜିତିଥିବା ଲିଓନେଲ ମେସିଙ୍କ ନାମ ଏଥର ମନୋନୟନ ତାଲିକାରେ ସ୍ଥାନ ପାଇ ନ ଥିଲା। ପ୍ୟାରିସ ସେଣ୍ଟ ଜର୍ମେନ ଦଳ ପାଇଁ ସେ ପ୍ରଥମ ଥର ଖେଳୁଛନ୍ତି। ଚଳିତ ବର୍ଷ ପ୍ରଥମ ଥର ବାଲନ ଡି’ଆର ପୁରସ୍କାର ବିଗତ ସିଜନର ସଫଳତାକୁ ଭିତ୍ତି କରି ପ୍ରଦାନ କରାଯାଇଛି। ପୂର୍ବରୁ ଏହା କ୍ୟାଲେଣ୍ଡର ବର୍ଷ ପ୍ରଦର୍ଶନକୁ ଭିତ୍ତି କରି ଦିଆଯାଉଥିଲା। ସୂଚନାଯୋଗ୍ୟ, ଫ୍ରାନ୍ସ ଫୁଟ୍‌ବଲ ମାଗାଜିନ୍‌ ତରଫରୁ ବାଲନ ଡି’ଅର ପୁରସ୍କାର ପୁରୁଷ ଖେଳାଳିଙ୍କୁ ୬୬ବର୍ଷ ହେଲା ଦିଆଯାଇ ଆସୁଛି। ୨୦୧୮ରୁ ମହିଳା ଟ୍ରଫି ସୃଷ୍ଟି କରା ଯାଇଥିଲା। ରେମଣ୍ଡ କୋପା, ମିଶେଲ ପ୍ଲାଟିନି, ଜିନ୍‌ ପିଏରେ ପାପିନ୍‌ ଓ ଜିନେଡିନ୍‌ ଜିଡାନଙ୍କ ପରେ ବେଞ୍ଜେମା ୫ମ ଫ୍ରେଞ୍ଚ ଭାବେ ପୁରସ୍କାର ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?