ଥିରୁଭାନ୍ତପୁରମ୍,୨।୫: କେରଳ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଏଲ୍ଡିଏଫ୍ ୮୮ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ୟୁଡିଏଫ୍ ୫୦ ଆସନରେ ଆଗୁଆ ରହିଛି। ଭାଜପା ରାଜ୍ୟରେ ୨ଟି ବିଧାନସଭା ଆସନରେ ଆଗରେ ରହିଛି। ରାଜ୍ୟର ୧୪୦ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୧ ରହିଛି।