‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବାଡ଼ାବାଙ୍ଗାକୁ ଗଡ଼ିଲା ଲକ୍ଷ୍ମୀବସ୍‌, ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ…

ଦାରିଙ୍ଗବାଡ଼ି,୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଛି ୨୫ଟି ପଞ୍ଚାୟତ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେଠାରୁ ଲକ୍ଷ୍ମୀବସ୍‌ ଚଳାଚଳ ଆରମ୍ଭ କରିଛି ସେହି ଦିନଠାରୁ ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତକୁ ଏହି ବସ୍‌ ସେବାରୁ ବଞ୍ଚିତ ଥିଲେ ପଞ୍ଚାୟତବାସୀ। ଏନେଇ ପୂର୍ବରୁ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିବାବେଳେ ଗତ ସୋମବାର ଏନେଇ ଧରିତ୍ରୀ ପୋର୍ଟାଲରେ ‘ଲକ୍ଷ୍ମୀ ବସ୍‌ର ବଢୁଛି ଚାହିଦା’ ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା। ସେଥିରେ ୭ଟି ବସ୍‌ ୨୪ଟି ପଞ୍ଚାୟତକୁ ଲକ୍ଷ୍ମୀବସ୍‌ ଯାତାୟାତ କରୁଥିବା ବେଳେ ବାଡ଼ାବାଙ୍ଗାକୁ ଏହି ବସ୍‌ ଚଳାଚଳ କରୁ ନ ଥିବା ଉଲ୍ଲେଖ କରାଯାଇଥିଲା। ଏହା ପରେ ଲୋକଙ୍କ ଦାବି ଯଥାର୍ଥ ଅନୁଭବ କରି ଗୁରୁବାରଠାରୁ ବାଡ଼ାବାଙ୍ଗାକୁ ଦୁଇଟି ରାସ୍ତା ତଥା ଦାରିଙ୍ଗବାଡ଼ିରୁ ଜଙ୍ଗଲଘର ଓ ସିମନବାଡ଼ି ଦେଇ ଲକ୍ଷ୍ମୀବସ୍‌ ଚଳାଚଳ କରିଛି। ଏଥିରେ ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ। ଲୋକେ ସରକାରୀ ଓ ବେସରକାରୀ କାର୍ଯ୍ୟରେ ସିମନବାଡ଼ି ଓ ଦାରିଙ୍ଗବାଡି ଉପରେ ନିର୍ଭର କରୁଥିବାରୁ ତାଙ୍କୁ ଏହା ଅନେକ ଫାଇଦା ଦେବ ବୋଲି କହିଛନ୍ତି। ଦାରିଙ୍ଗବାଡ଼ିରୁ ହାତୀମୁଣ୍ଡା ଯାଉଥିବା ବସ୍‌ ଏବଂ ଦାରିଙ୍ଗବାଡ଼ିରୁ ସିର୍କାବର୍ଗ ଯାଉଥିବା ଦୁଇଟି ଲକ୍ଷ୍ମୀବସ୍‌ ନିଜ ଗନ୍ତବ୍ୟସ୍ଥଳରୁ ଫେରିବା ପରେ ବାଡ଼ାବାଙ୍ଗା ପଞ୍ଚାୟତକୁ ଗସ୍ତ କରୁଥିବା ବସ୍‌ର ସୁପରଭାଇଜର ସୁହାନି ସୁବୁଦ୍ଧି କହିଛନ୍ତି, ସେ ନିଜେ ଆଜି ଏହାର ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟି କାଟିଦେଲେ…

ଝାରସୁଗୁଡା, ୬।୫(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଜଣେ ଯୁବକ ବାରଣ୍ଡାରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ…

ସାମ୍ନାକୁ ଆସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ, ଚମକି ପଡିଲେ ମମତା!

କୋଲକାତା,୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଭାଜପାର ବିପୁଳ ବିଜୟ ପରଠାରୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବଙ୍ଗଳାର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଭାଜପା ରାଜ୍ୟରେ କ୍ଷମତାର…

ଆଇନଗତ ସମସ୍ୟାରେ ଫସିଲେ ପଲାଶ ମୁଚ୍ଛଲ, ଏଫଆଇଆର ରୁଜୁ କଲେ …

ନୂଆଦିଲ୍ଲୀ,୬।୫: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ପୂର୍ବତନ ପ୍ରେମିକ ପଲାଶ ମୁଚ୍ଛଲ ଆଇନଗତ ସମସ୍ୟାରେ ଫସିଛନ୍ତି। ସ୍ମୃତି ଏବଂ ପଲାଶ ବର୍ଷ ବର୍ଷ ଧରି ସମ୍ପର୍କରେ…

ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ…

ସମୁଦ୍ରକୁ ଯିବା ପୂର୍ବରୁ ଗଙ୍ଗାମାତାଙ୍କୁ ସ୍ମରଣ କରନ୍ତି ମତ୍ସ୍ୟଜୀବୀ, ମା’ଙ୍କ ବେକରେ ପିନ୍ଧାନ୍ତି…

ମହାକାଳପଡ଼ା,୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦଶ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ର ଉପରେ ନିର୍ଭରକରି ପରିବାର ପ୍ରତିପୋଷଣ କରନ୍ତି। ସାମୁଦ୍ରିକ…

ପୁଣି ୬ଟା ରାଜ୍ୟରେ ନିର୍ବାଚନ, ପଶ୍ଚିମବଙ୍ଗ ପରେ ନୂଆ ଗେମ୍‌ ଖେଳିବ ଭାଜପା!

ନୂଆଦିଲ୍ଲୀ,୬।୫: ସାମ୍ପ୍ରତିକ ସମୟରେ, ଭାରତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି, ଭାରତୀୟ ଜନତା ପାର୍ଟି ପୂର୍ୱ ଭାରତରେ ନିଜର ପାଦ ମଜବୁତ କରିବା ପାଇଁ…

ଧରପଗଡ଼ ଜୋରଦାର୍‌: ସଟ୍ଟା କାରବାର, କିଙ୍ଗ୍‌ପିନ୍‌ ସମେତ ୪ ଗିରଫ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସଟ୍ଟା ଧରପଗଡ଼କୁ ଜୋରଦାର୍‌ କରିଛି। ସୋମବାର ସ୍ଥାନୀୟ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋରା ସୂତାମିଲ୍‌ ପାଖରେ ଚାଲିଥିବା ଏକ ସଟ୍ଟା ଆଡ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri