Posted inଜାତୀୟ

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଶନିବାର ସେ ଜାତୀୟ ଚାମ୍ପିୟନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ଖେଳୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ଉଭୟ ଖେଳକୁ ବହୁତ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ’ଦୀର୍ଘ ସମୟ ପରେ ମୁଁ ଭାରତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ସଟ ଖେଳିବାରେ ସଫଳ ହେଲି।’

କେନ୍ଦ୍ର ମନ୍ତ୍ରୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ୟୁଜର ଏହାକୁ ଲାଇକ ଆସିଥିବାବେଳେ ତିରିଶ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ବହୁ ସଂଖ୍ୟକ ୟୁଜର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ’ଆପଣ ଜଣେ ମହାନ ଖେଳାଳି ସାର୍‌, ଆପଣଙ୍କୁ ପୁନର୍ବାର କ୍ରୀଡ଼ା ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛୁ। ଅନ୍ୟ ଜଣେ ଲେଖିଛନ୍ତି, ମହାନ ସାର୍‌। ଅନ୍ୟ ଜଣେ ଲେଖିଛନ୍ତି, ସାର୍‌ ଆପଣ ଜଣେ ପ୍ରକୃତ କ୍ରୀଡା ପ୍ରେମୀ ।

କିଛି ଦିନ ପୂର୍ବରୁ, କିରେନ ରିଜିଜୁ ମଧ୍ୟ ମୋରିଗାଓଁରେ ତାଙ୍କୁ ଦିଆଯାଇଥିବା ସୁସ୍ବାଦୁ ଆସାମୀୟ ରନ୍ଧା ଖାଦ୍ୟର ଏକ ଫଟୋ ଶେୟାର କରିଥିଲେ। ରିଜିଜୁ ତାଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ’ଏହା ହେଉଛି ପ୍ରକୃତ ଭାରତ .. ଆସାମର ମୋରିଗାଓଁରେ ଆମେ ପାରମ୍ପାରିକ ତିୱା ଖାଦ୍ୟ ଉପଭୋଗ କରିଥିଲୁ। ଅନେକ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଆମ ଆସାମ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଏପରି ସ୍ବାଦିଷ୍ଟ ସ୍ଥାନୀୟ ଖାଦ୍ୟ ଖାଇବା ଅତ୍ୟନ୍ତ ସନ୍ତୋଷଜନକ ।

ସୂଚନାଯୋଗ୍ୟ, ଶ୍ରୀଜା ଅକୁଲା, ଜାତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ। ସେ ହାଇଦ୍ରାବାଦର ମୂଳ ବାସିନ୍ଦା। ସେ ଗତ ବର୍ଷ ଏପ୍ରିଲରେ ଶିଲଂରେ ନିଜର ପ୍ରଥମ ଜାତୀୟ ଟାଇଟଲ ଜିତିବା ପରେ ବର୍ମିଂହାମରେ ନିଜ ଦେଶ ପାଇଁ ମିଶ୍ରିତ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri