Posted inଜାତୀୟ

ଶିଶୁ ପୋଷ୍ୟଗ୍ରହଣ ପାଇଁ ଆଇନ ଅନୁମତି ଦେଇଛି: ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ, ୧୧ା୫ : ବୈବାହିକ ମାନ୍ୟତା ନିର୍ବିଶେଷରେ ଯେକୌଣସି ବ୍ୟକ୍ତି ଶିଶୁ ପୋଷ୍ୟଗ୍ରହଣ କରିବା ଲାଗି ଭାରତୀୟ ଆଇନ ଅନୁମତି ଦେଇଥିବା ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ନିଜର ଜୈବିକ ସନ୍ତାନ ଥିବା ଆଦର୍ଶ ପରିବାର ବ୍ୟତୀତ ଅନ୍ୟାନ୍ୟ ସ୍ଥିତି ଥାଇପାରେ, ଯାହାକୁ ଆଇନଗତ ସ୍ବୀକୃତିକୁ ଜୋର୍‌ ଦେବାକୁ ଯାଇ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ଆବେଦନର ଶୁଣାଣି ଅବସରରେ ଶିଶୁର କଲ୍ୟାଣ ସର୍ବାଗ୍ରେ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) କହିଥିଲା। ସନ୍ତାନ ପୋଷ୍ୟ ଗ୍ରହଣ ମୌଳିକ ଅଧିକାର ନୁହେଁ ବୋଲି ବିଭିନ୍ନ ରାୟରେ କୁହାଯାଇଥିବା ଏନ୍‌ସିପିସିଆର୍‌ ଯୁକ୍ତି ଦର୍ଶାଇଥିଲା। ଜଣେ ପୁରୁଷ ଓ ମହିଳାଙ୍କଠାରୁ ପ୍ରାକୃତିକ ଭାବେ ଜନ୍ମିତ ସନ୍ତାନର ସ୍ବାର୍ଥ ଓ କଲ୍ୟାଣର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ରାଷ୍ଟ୍ର ବିଷମଲିଙ୍ଗୀ ଏବଂ ସମଲିଙ୍ଗୀକୁ ଭିନ୍ନ ଭାବେ ଗ୍ରହଣ କରିବା ଯଥାର୍ଥ ବୋଲି ଏନ୍‌ସିପିସିଆର୍‌ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଥିଲେ।
ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ହିନ୍ଦୁ ବିବାହ ଆଇନର ମୂଳ ଲକ୍ଷ୍ୟକୁ ପରାହତ କରିବା ସହ ଅନ୍ୟ ଧର୍ମ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଉଦାରବାଦୀ ଚିନ୍ତାଧାରା କିପରି ଭାରତକୁ କବଳିତ କରୁଛି ଓ ହିନ୍ଦୁବାଦର ଚରିତ୍ରକୁ ପ୍ରଭାବିତ କରୁଛି, ତାହା ଚିତ୍ରଣ କରିବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମହିଳା ସଂଗଠନ ସମ୍ବର୍ଦ୍ଧିନୀ ନ୍ୟାସ ପକ୍ଷରୁ କୁହାଯାଇଛି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତିର ଧ୍ୱଂସକାରୀ ପ୍ରଭାବ ସମ୍ପର୍କରେ ଏହା ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଭଳି ନିଷ୍ପତ୍ତି ଭାରତର ସାଂସ୍କୃତିକ ମୂଳ ଏବଂ ଭାରତୀୟ ସମାଜକୁ ଦୋହଲାଇଦେବ ବୋଲି ସମ୍ବର୍ଦ୍ଧିନୀ ନ୍ୟାସ କହିଛି।
ସମଲିଙ୍ଗୀ ବିବାହକୁ ନେଇ ସର୍ବୋଚ୍ଚ ଅଦାଲତ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଥିଲେ। ରାଜସ୍ଥାନ ଏହାକୁ ବିରୋଧ କରିଥିବାବେଳେ ଅନ୍ୟ ୬ଟି ରାଜ୍ୟ ଏହାକୁ ଅନୁଧ୍ୟାନ କରିବା ପାଇଁ ସମୟ ମାଗିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ଆସାମ ଓ ସିକିମ।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri