କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ

ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଆରମ୍ଭ କରାଯାଇଛି। ଏଥିରେ ମୋଟ ୬୭ଟି କୋଇଲା ଖଣି ନିଲାମରେ ସାମିଲ ହୋଇଥିଲା। କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ଜି. କିଶନ ରେଡ୍ଡୀ ହାଇଦ୍ରାବାଦରେ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା ଏବଂ ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଉପସ୍ଥିତିରେ ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଶୁଭାରମ୍ଭ କରିଛନ୍ତି। ନିଲାମ ପାଇଁ ଦିଆଯାଇଥିବା ଏହି ୬୭ଟି କୋଇଲା ଖଣି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଆଦି ରାଜ୍ୟରେ ରହିଛି। କୋଇଲା ଦଶମ ପର୍ଯ୍ୟାୟ ପାଇଁ ମଧ୍ୟ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ, ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାନ, ୪୦%ରୁ ଅଧିକ ଜଙ୍ଗଲ କ୍ଷେତ୍ର, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଅଧୀନରେ ଥିବା ଖଣିଗୁଡିକ ଏହି ନିଲାମରୁ ବାଦ୍‌ ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ ରେଡ୍ଡୀ କହିଛନ୍ତି, ସମସ୍ତ ଶିଳ୍ପ ପାଇଁ ଲାଇଫ୍‌ଲାଇନ ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନିଲାମ ହୋଇଥିବା କୋଇଲା ଖଣିରୁ ମିଳିଥିବା ରାଜସ୍ବ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିକଟକୁ ଯିବ ବୋଲି ସୂଚନା ରହିଛି। ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭଟ୍ଟୀ ବିକ୍ରମାର୍କା କହିଛନ୍ତି, ଦେଶର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲାର ବିଦେଶୀ ଆମଦାନୀ ଯଥେଷ୍ଟ ହ୍ରାସ ପାଇଛି ଏବଂ ଗତ ଆର୍ଥିକ ବର୍ଷରେ ପ୍ରାୟ ୧ ବିଲିୟନ ଟନ୍‌ (ବିଟି) କୋଇଲା ଉତ୍ପାଦନ ହୋଇଛି। ରାଜ୍ୟ କୋଇଲା ଏବଂ ଖଣିମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି , କୋଇଲା କ୍ଷେତ୍ରକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ କୋଇଲା ଶିଳ୍ପ ସହ ଜଡ଼ିତ ଏଜେଣ୍ଟମାନଙ୍କ ଠାରୁ ପରାମର୍ଶ ନିଆଯାଉଛି। କୋଇଲା ମନ୍ତ୍ରଣାଳୟର ସଚିବ ଅମୃତ ଲାଲ ମୀନା କହିଛନ୍ତି, ବଢ଼ୁଥିବା ଶକ୍ତି ଚାହିଦାକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଉତ୍ପାଦନ ବୃଦ୍ଧି ପାଇଁ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ବିପଦ ନ ହେବା ଉଚିତ ବୋଲି ସେ କହିଛନ୍ତି। କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନିଯୁକ୍ତ ପ୍ରାଧିକରଣ ଏମ୍‌. ନାଗରାଜୁ କୋଇଲା ଚାହିଦା ବୃଦ୍ଧି ହେତୁ ଅଧିକ କୋଇଲା ବ୍ଲକ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri