Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି। ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସଭାରେ ପ୍ରଦର୍ଶନକାରୀ ଅନ୍ନଦାତାଙ୍କ ଉପରେ ପୋଲିସ ପକ୍ଷରୁ ଲାଠି ମାଡ଼ କରାଯାଇଛି। କର୍ନାଲର କାଇମଲା ଗାଁରେ ମୁଖ୍ୟମନ୍ତ୍ରୀ କିଷାନ ମହାପଞ୍ଚାୟତ ସଭାରେ ଚାଷୀଙ୍କ ସହିତ ନୂଆ ଆଇନ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ଲାଭ ବିଷୟରେ ବୁଝାଇବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସଭାସ୍ଥଳରେ ଆନ୍ଦୋଳନକାରୀ ଚାଷୀମାନେ ପହଞ୍ଚି ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଏହାକୁ ଚାଷୀମାନେ ଶୁଣି ନ ଥିଲେ। ସେମାନେ ସଭାମଞ୍ଚ ଭାଙ୍ଗିବା ସହିତ ପଡ଼ିଥିବା ଚେୟାର ଟେବୁଲ୍‌ ପୋଫଡ଼ା ଫିଙ୍ଗା କରିଥିଲେ। ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇବା ପାଇଁ ନିର୍ମାଣ କରାଯାଇଥିବା ହେଲିପ୍ୟାଡ୍‌ରେ ଜମା ହୋଇ ବିଭିନ୍ନ ସ୍ଲୋଗାନ୍‌ ଦେବା ଆରମ୍ଭ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଭିଡ଼ ହଟାଇବା ପାଇଁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରିଥିଲେ। ଏହା ସହିତ ସେମାନଙ୍କ ଉପରେ ପାଣି ମାଡ଼ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ମୁଖପାତ୍ର ଗିରଫ

ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି...

ଶ୍ରୀନଗରରେ ଏକକାଳୀନ ନମାଜ ପଢିବାରେ ଲାଗିଲା ପ୍ରତିବନ୍ଧକ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ସୋମବାର ଏଠାରେ ପ୍ରଥମ କରି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ...

ଜେୱର ବିମାନବନ୍ଦରରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ଯୋଗୀ ଆଦିତ୍ୟନାଥ, ଗୋଟିଏ ଦିନ ପରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୋଦି

ଲକ୍ଷ୍ନୌ,୨୩ ।୧୧: ଏସିଆର ସବୁଠାରୁ ବଡ ବିମାନ ବନ୍ଦର ଭାବେ ବିକଶିତ ହେବାକୁ ଯାଉଛି ନୋଏଡ଼ା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ । ଏହାର ଶିଳାନ୍ୟାସ ନଭେମ୍ବର ୨୫ରେ...

ଦୁଇ ସାଙ୍ଗ ମିଶି ହାରିଲେ ଜୀବନ, କାରଣ ଜାଣି ହେବେ ଚକିତ

ଲକ୍ଷ୍ନୌ,୨୧।୯: ଉତ୍ତର ପ୍ରଦେଶ ବହରାଇଚ୍‌ରେ ଏକ ଅଭାବନୀୟ ଘଟରା ଘଟିଛି। ଦୁଇ ନାବଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ବନ୍ଧୁତାକୁ ପରିବାର ଲୋକେ...

ଆଜି ପୁଣି କୋର୍ଟରେ ହାଜର ହେବେ ଲାଲୁଙ୍କ ପରିବାର, ମାର୍ଚ୍ଚ ୧୫ରେ ମିଳିଥିଲା ଜାମିନ

ନୂଆଦିଲ୍ଲୀ,୨୯।୩: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରି ଦେବୀ, ଆରଜେଡି ଏମ୍‌ପି ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଜମି ବଦଳରେ ଚାକିରି...

ପ୍ରକାଶ ସିଂଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡରେ ପହଞ୍ଚିଲେ ମୋଦି

ଚଣ୍ଡିଗଡ଼,୨୬।୪:ଶିରୋମଣି ଅକାଳୀ ଦଳର ପ୍ରତିଷ୍ଠାତା ଏବଂ ପଞ୍ଜାବର ତୁଙ୍ଗ ନେତା ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡିଗଡ଼ରେ...

ଝିଅକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ଏମିତି ପ୍ରତିଶୋଧ ନେଲେ ବାପା

ବିଶାଖାପାଟନମ,୧୫।୪: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠରେ ଥିବା ପେଣ୍ଡୁରଥୀ ମଣ୍ଡଳର ଜାଟଟାଠାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା...

ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...

Advertisement
Archives

Model This Week