ଲାଟେଷ୍ଟ ସୁଟ୍‌ ଡିଜାଇନ

ସାଧାରଣତଃ ମହିଳାମାନେ ସାଲଓ୍ବାର ସୁଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ଏହା ପିନ୍ଧିବାକୁ ବେଶ୍‌ ଆରାମଦାୟକ ହୋଇଥାଏ। ଦେଖିବାକୁ ଗଲେ ପୁରୁଣା ଦିନର କିଛି ଡିଜାଇନ ଏବେ ଟ୍ରେଣ୍ଡ ପାଲଟିଗଲାଣି ଯାହା ଦେଖିବାକୁ ସୁନ୍ଦର ଓ କ୍ଲାସି ଲାଗିଥାଏ। ଯଦି ଆପଣ ସାଲଓ୍ବାର ପିନ୍ଧିବାକୁ ସୌକିନ୍‌ ତେବେ ଆମେ ଆପଣଙ୍କୁ କିଛି ଏମିତି ଡିଜାଇନ୍‌ ବିଷୟରେ କହୁଛୁ ତାହା ଆପଣଙ୍କୁ ନିହାତି ଟ୍ରାଏ କରିବା ଦରକାର।
ଭାରି ପ୍ଲାଜୋ ଡିଜାଇନ: ଭାରି ଲୁକ୍‌ ବାଲା ପ୍ଲାଜୋ ଡିଜାଇନ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ। ଏହାକୁ କ୍ୟାରି କରିବା ବହୁତ ସହଜ ହୋଇଥାଏ। ଏହି ସୁଟ୍‌ରେ ହାଇନେକ୍‌,କଲର ନେକ୍‌ କିମ୍ବା ଭି ନେକ୍‌ ଲାଇନକୁ ଆପଣ ନିଜ ହିସାବରେ ଚୟନ କରିପାରିବେ।
ଅନାରକଲି ଡିଜାଇନ: ଅନାରକଲି ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ପୁରୁଣା ଯୁଗରେ ବହୁତ ପସନ୍ଦ କରାଯାଉଥିଲା; ଯାହାର ଫ୍ୟାଶନ ଆଜି ବି ଆଉଟ୍‌ ହୋଇନାହିଁ। ଏଥିରେ ପାଦ ପର୍ଯ୍ୟନ୍ତ ଫର୍କ ଷ୍ଟାଇଲ୍‌ କୁର୍ତ୍ତି ଫ୍ରିଲ୍‌ ସହିତ ଆସିଥାଏ। ସେଠି ଏହାର ବଟମ୍‌ କଥା କହିଲେ ଏଥିରେ ଚୁଡିଦାର କରି ପିନ୍ଧାଯାଇପାରିବ ନ ହେଲେ ଆଙ୍କେଲ ଲେଙ୍ଗ୍‌ଥ ଲେଙ୍ଗିଗ୍ସ ପିନ୍ଧିପାରିବେ।
ଲେହେଙ୍ଗା କୁର୍ତ୍ତା ଡିଜାଇନ: ଲେହେଙ୍ଗା କୁର୍ତ୍ତା ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ଦେଖିବାକୁ ବହୁ ସୁନ୍ଦର ଓ ଆଟ୍ରାକ୍ଟିଭ୍‌ ମଧ୍ୟ ଲାଗିଥାଏ। ଏଥିରେ ଆପଣ ସ୍ଲିମ୍‌ ଦେଖାଯିବା ସହ ଭଲ ମଧ୍ୟ ଦେଖାଯିବେ। ହେଭି ଲେହେଙ୍ଗା କୁର୍ତ୍ତି ସହିତ ସବୁବେଳେ ହାଲ୍‌କା ଦୁପଟ୍ଟା ହିଁ ପସନ୍ଦ କରନ୍ତୁ।
ପଟିଆଲା ସୁଟ୍‌ ଡିଜାଇନ: ଆଜିକାଲି ସବୁ ମହିଳାଙ୍କୁ ପଟିଆଲା ସୁଟ୍‌ ବେଶ୍‌ ପସନ୍ଦ ଆସୁଛି। ଏଥିରେ ଆପଣ ସର୍ଟ କୁର୍ତ୍ତି ପିନ୍ଧିଲେ ଭଲ ମାନିଥାଏ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ଡିଜାଇନ୍‌ : ଲଙ୍ଗ୍‌ କୁର୍ତ୍ତି ସହିତ ସର୍ଟ ଆଙ୍କଲ ଲେଙ୍ଗ୍‌ନ୍ଥ ଷ୍ଟ୍ରେଟ୍‌ ପ୍ୟାଣ୍ଟ ଆଜିକାଲି ଯୁବତୀଙ୍କ ବେଶ୍‌ ପସନ୍ଦ। ଏହାକୁ ଆପଣ ସାଲଓ୍ବାର ସୁଟ୍‌ ଡିଜାଇନ ବେଶ୍‌ ପସନ୍ଦ ଆସୁଛି। ମହିଳାମାନେ ବି ଏହାକୁ ଟ୍ରାଏ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri