ପିଲାଦିନେ ଘର ଛାଡି ପଳାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ତା’ପରେ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହର ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ ବଡ ଥିଲେ। ମାତ୍ର ୫ ବର୍ଷ ବୟସରୁ ନିଜ ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବାବେଳେ ପିତାଙ୍କ ଦେହାନ୍ତ ଘଟିଥିଲା। ଏହାପରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ଭାଙ୍ଗିପଡିଥିଲା। ଲତା ଘରର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ। କିନ୍ତୁ ବେଳେବେଳେ ତାଙ୍କ ରାଗ ମଧ୍ୟ ଆସୁଥିଲା। ସେ ରାଗିକି ଆଟାଚ୍‌ରେ ଲୁଗାପଟା ପୂରାଇ ଘରୁ ପଳାଉଥିଲେ। ପ୍ରତିଥର ଘର ଲୋକ ବୁଝାସୁଝା ପରେ ପୁଣି ଫେରୁଥିଲେ। ଥରେ ସେ ରାଗିକି ଘରୁ ପଳାଇଥିଲେ। କିନ୍ତୁ ଏଥର ତାଙ୍କୁ କେହି ଡାକିବାକୁ ଆସି ନ ଥିଲେ। ଫଳରେ ସେ ଅନେକ ସମୟ ପର୍ଯ୍ୟନ୍ତ ଏକୁଟିଆ ବସି ରହିଲେ। କିଛି ଘଣ୍ଟା ପରେ ନିଜ ଭୁଲ ବୁଝିପାରିଥିଲେ। ସେଦିନଠାରୁ ଶପଥ ନେଇଥିଲେ ସେ ଆଉ କେବେ ଏମିତି କରିବେ ନାହିଁ। ୧୯୪୫ରେ ସେ ମୁମ୍ବାଇ ପଳାଇଆସିଥିଲେ। ସେ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଭାବିନେଇଥିଲେ। ଏହାପରେ ସେ ଓସ୍ତାଦ ଅମନ ଅଲ୍ଲୀ ଖାନ୍‌ଙ୍କଠାରୁ ହିନ୍ଦୁସ୍ତାନୀ କ୍ଲାସିକାଲ୍‌ ମ୍ୟୁଜିକ୍‌ ଶିଖିଥିଲେ। ୧୯୪୫ରେ ଫିଲ୍ମ ବଡି ମା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଗତ ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତରେ ନିଜ କୋକିଳ ସ୍ବରରେ ସମସ୍ତଙ୍କ ମତୁଆଲା କରିଚାଲିଛନ୍ତି ସେ। ଭାରତୀୟ ସଙ୍ଗୀତ ଇତିହାସରେ ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଯେଉଁ ଉପଲବ୍ଧି ହାସଲ କରିଛନ୍ତି ଭବିଷ୍ୟତରେ କୌଣସି ଗାୟିକା ତାକୁ ଭାଙ୍ଗିବା ଅସମ୍ଭବ ମନେ ହୁଏ। ତାଙ୍କ ଭଉଣୀ ଆଶା ଏବଂ ଉଷା ମଧ୍ୟ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଲତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କୁ ଗର୍ବି ଭାବୁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ଲଭଷ୍ଟୋରୀ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହି ଆସିଛି। ତାଙ୍କ ଯୋଡିକୁ ମଧ୍ୟ...

ଶୁଟିଂ ସେଟ୍‌ରେ ଆହତ ହେଲେ ସାହିଦ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଫିଲ୍ମ ‘କବିର ସିଂହ’ ଧମାଲ୍‌ କରିବା ପରେ ବଲିଉଡ୍‌ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜର୍ସି’ର...

ମୁହଁ ଖୋଲିଲେ ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କ ଶିଷ୍ୟା ଜଶଲିନ ମଥାରୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଉଭୟ କୁଆଡେ...

ଭାଇରାଲ ହେଲା କଙ୍ଗନାଙ୍କ ସହ ସଲମାନଙ୍କ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ସଲମାନଙ୍କ ସହ ଏକ ଥ୍ରୋ ବ୍ୟାକ ଭିଡିଓ ଶେୟାର କରିଛନ୍ତି। କେବଳ ସେତିକି ନୁହେଁ ଏହି...

ପିସିଙ୍କ ଝିଅ ମାଳତି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଝିଅର ନାମ ପିସି ଝିଅର ନାମ ରଖିଛନ୍ତି ମାଳତି ମାରୀ ଚୋପ୍ରା ଜୋନାସ। ଆମେରିକାର ଏଣ୍ଟରଟେନ ନ୍ୟୁଜ ଚ୍ୟାନେଲ ଟିଏମ୍ଜେଡ...

କାନ୍ଦୁଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଝିଅ: ଜାଣନ୍ତୁ କାହିଁକି…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ...

୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ...

‘ଗଙ୍ଗୁବାଇ କାଠିଆୱାଡି’ ଦେଖିବା ପାଇଁ ପୂରା ଥିଏଟର ବୁକ୍‌ କରିଥିଲେ ଅଭିନେତା

ପାକିସ୍ତାନୀ ଅଭିନେତା ମୁନିବ ବଟ ସ୍ତ୍ରୀ ଆଇମାନ ଖାନଙ୍କ ସହ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ଦେଖିବା ପାଇଁ ଦୁବାଇରେ ପୂରା ଥିଏଟର ବୁକ୍‌ କରିଥିଲେ।...

Advertisement
Archives

Model This Week