ଶେଷ ପରିଣତି

ସାଧାରଣତଃ ବିଚାରଧାରାଗୁଡ଼ିକର ଏକ ଶେଷ ପରିଣତି ଅଛି କିମ୍ବା ସେଗୁଡ଼ିକ ଏକ ଈପ୍‌ସିତ ଲକ୍ଷ୍ୟରେ ପହଞ୍ଚିବାକୁ ଚାହାନ୍ତି। ଧର୍ମୀୟ ବିଚାରଧାରାକୁ ନେଇ ଦକ୍ଷିଣ ଏସିଆରେ ବ୍ୟବସ୍ଥା ମାଧ୍ୟମରେ ମାନବଜାତିକୁ ଆଧ୍ୟାତ୍ମିକ ରୂପେ ଆଧୁନିକତା ସହ ଯୋଡ଼ିବା ଲାଗି ଏକ ପ୍ରୟାସ କରାଯାଇଥିଲା। ଏହା ଘଟିଥିଲା ପାକିସ୍ତାନରେ। ପାର୍ଲାମେଣ୍ଟ ବଦଳରେ ଈଶ୍ୱର ଆଧାରିତ ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ଏବଂ ସମ୍ବିଧାନରେ ଧର୍ମକୁ ପ୍ରବେଶ କରାଇବା ଉଦ୍ଦେଶ୍ୟ ଥିଲା ବୋଲି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲି ଖାଁ କହିଥିଲେ। ହେଲେ ଏଭଳି ପରୀକ୍ଷା ସଫଳ ହେଲା ନାହିଁ, କାରଣ ଶେଷ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସେଭଳି କୌଣସି ସ୍ପଷ୍ଟ ପଥ ନ ଥିଲା। କିନ୍ତୁ ଜଣେ ପାକିସ୍ତାନୀ ଭାବେ ସେ ଆଇନ ମାଧ୍ୟମରେ ପାକିସ୍ତାନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆଧୁନିକ ଓ ଆଧ୍ୟାତ୍ମିକ ରୂପରେ ଶ୍ରେଷ୍ଠ କରିପାରିଥିଲେ। ଅପରପକ୍ଷେ, ୟୁରୋପରେ ସରକାରଙ୍କ ନଜର କଲ୍ୟାଣକାରୀ ବ୍ୟବସ୍ଥାଗୁଡ଼ିକ ଉପରେ ଅଛି। ସେଠାରେ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପେନ୍‌ସନ ଯୋଗାଇ ଦିଆଯିବା ସହ ଗରିବ ଓ ବେରୋଜଗାରଙ୍କ ଯନତ୍ ନିଆଯାଇଛି। ଏହା ହିଁ ହେଉଛି ଶେଷ ଲକ୍ଷ୍ୟ ଯାହା ସେହି ଦେଶଗୁଡ଼ିକ ହାସଲ କରିବାକୁ ଚାହଁୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାମରିକ ବଡ଼ିମା ତ୍ୟାଗ କରିଛନ୍ତି ଏବଂ ସେମାନଙ୍କ ଧର୍ମର ପ୍ରାଧାନ୍ୟ ସ୍ଥାପନ କରିବାକୁ ଚାହଁୁନାହାନ୍ତି। ବହୁ ସମୟରେ ୟୁରୋପରେ ସେମାନଙ୍କ ସଂଖ୍ୟାଧିକ ଭୋଟର ବିବିଧତା ସିଦ୍ଧାନ୍ତ ଆଡ଼କୁ ଢଳିବା ଆମେ ଦେଖିପାରିବା। ଏବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ(ଭାରତୀୟ ହିନ୍ଦୁ ବଂଶୋଦ୍ଭବ), ଆୟର୍ଲାଣ୍ଡର(ମୂଳ ବଂଶ ଖ୍ରୀଷ୍ଟିଆନ), ସ୍କଟ୍‌ଲାଣ୍ଡ(ପାକିସ୍ତାନ ମୁସଲିମ ବଂଶୋଦ୍ଭବ) ଏବଂ ପର୍ତ୍ତୁଗାଲ(ଭାରତୀୟ ଖ୍ରୀଷ୍ଟିଆନ ବଂଶୋଦ୍ଭବ)ର ନିର୍ବାଚିତ ନେତାମାନେ ଆମକୁ ତାହା ଦେଖାଇ ଦେଇଛନ୍ତି। ଆମେ ଏହାକୁ ନେଇ ଗର୍ବ କରୁ। କିନ୍ତୁ ୟୁରୋପୀୟ ଭୋଟରଙ୍କ ଦୃଷ୍ଟିକୋଣରୁ ବିଚାର କଲେ ଏହା ଆଶ୍ଚର୍ଯ୍ୟ ଲାଗେ। ୨୦୨୩ର ଭାରତରେ ଆମମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଜଣେ ଭାରତୀୟ ମୂଳ ସଂଖ୍ୟାଲଘୁଙ୍କୁ ଲୋକପ୍ରିୟ ନେତା ଭାବେ ନିର୍ବାଚିତ କରିବା ଅସମ୍ଭବ ଲାଗୁଛି। କିନ୍ତୁ ବାସ୍ତବତା ଦୃଷ୍ଟିକୋଣରୁ ଅବଶିଷ୍ଟ ବିଶ୍ୱର ଅଧିକାଂଶ ଦେଶ ବେଶ୍‌ ଆଧୁନିକ ଏବଂ ସେମାନେ କେବଳ ବିଶ୍ୱାସ କିମ୍ବା ସିଦ୍ଧାନ୍ତ ଧାରାରେ ଭୋଟ ଦେଉନାହାନ୍ତି। ୟୁରୋପର ଦେଶୀ ନେତାମାନେ ଏହାର ପୁନରାବୃତ୍ତି କରିବା ସ୍ଥିତିରେ ଅଛନ୍ତି, କାରଣ ଭୋଟରଙ୍କ ନିକଟରେ ସେମାନଙ୍କ ଲୋକପ୍ରିୟତା ଅଛି। ଅଧିକାଂଶ ଭୋଟରଙ୍କ ପାଇଁ ସେଠାରେ ବିବିଧତା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ତାହା ସେମାନଙ୍କ ପାଇଁ ଆକର୍ଷକ ଓ ଆକାଂକ୍ଷୀ।
ଏବେ ଗଣତନ୍ତ୍ରର ଜନ୍ମଦାତା ଆଡ଼କୁ ଯିବା। ବାହାର ଦେଶର ଲୋକମାନଙ୍କ ପାଇଁ ଭାରତ ରାଜନୀତି ଜୀବନ୍ତ ଓ ଜାତିଭିତ୍ତିକ। ଏଠାକାର ଆନୁଗତ୍ୟ ପ୍ରକାଶ କରୁଥିବା ଓ ସନ୍ଦେହୀ ଗୋଷ୍ଠୀ ବହୁ ସମୟରେ ଅନ୍ୟ ସମୁଦାୟ ପ୍ରତି ସିଧାସଳଖ ଘୃଣା ପ୍ରକାଶ କରନ୍ତି। ଏହି ପ୍ରବୃତ୍ତି ଅତି ପୁରୁଣା ଓ ଆମ ଭିତରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ଏବକାର ଆଧୁନିକ ସମାଜ ଏହାକୁ ଅଧିକ ପ୍ରକାଶ କରିବାକୁ ସକ୍ଷମ ହୋଇଛି। ଜାତି ଆନୁଗତ୍ୟତାକୁ ଭାରତୀୟ ଗଣତନ୍ତ୍ରରେ ସବୁବେଳେ ଜାତି ମାଧ୍ୟମରେ ନିର୍ଦ୍ଧାରଣ କରାଯାଇଛି। ଏହି ଧାରାରେ ଟିକେଟ ବଣ୍ଟନ ହେଉଥିଲା ଓ ଏବେ ବି ତାହା ଜାରିରହିଛି। ହିନ୍ଦୁତ୍ୱର ଉତ୍‌ଥାନ ଓ ପ୍ରାଧାନ୍ୟ ପୁଣି ଧର୍ମୀୟ ଜାତି ଆନୁଗତ୍ୟର ଧାରା ଭାରତୀୟ ଗଣତନ୍ତ୍ରରେ ଆରମ୍ଭ କରିଛି। କାରଣ ଭାରତ ବିଭାଜନ ପୂର୍ବରୁ ଏହା ଥିଲା। ବିଭାଜନର ମଧ୍ୟ ଏହା ଥିଲା ମୂଳ କାରଣ। ଗାନ୍ଧିଜୀଙ୍କ ବିରୋଧରେ ଜିନ୍ନାଙ୍କ ଅଭିଯୋଗ ଥିଲା ଯେ ଗାନ୍ଧିଜୀଙ୍କର ଅହିଂସା, ସରଳତା ଏବଂ ଶାନ୍ତି ପ୍ରତ୍ୟେକଟି ପାଇଁ ତାଙ୍କ ପାଖରେ ଗୋଟିଏ ଭୋଟ ଥିଲା ଏବଂ ଅନ୍ୟ ସମସ୍ତ ଭୋଟ ନୀତିକୁ ନ ଯାଇ ଧର୍ମ ବା ଜାତିକୁ ଯିବ ବୋଲି ଯାହା ଜିନ୍ନାଙ୍କ ଧାରଣା ଥିଲା ତାହା ସତ ହେଲା। ବିଭାଜନ ପର ରାଜନୀତି ଭାରତରେ ସାମ୍ପ୍ରଦାୟିକ ହୋଇ ରହିଗଲା। ସଂଖ୍ୟାଲଘୁଙ୍କୁ ବଞ୍ଚତ୍ତ କରିବା ଓ ବାଦ୍‌ଦେବା ବାସ୍ତବରେ ଏବେ ଯାହା ଅଛି ସେତେବେଳେ ତାହା ଥିଲା। କିନ୍ତୁ ନେହେରୁ ଓ ଇନ୍ଦିରାଙ୍କ କଂଗ୍ରେସ ସରକାର ସମାବେଶୀ ଥିବାରୁ ସାମାଜିକ ବିଭାଜନ ଅଧିକ ହୋଇ ନ ଥିଲା।
ହିନ୍ଦୁତ୍ୱ ସମାବେଶୀ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଇଛି ଏବଂ ଧର୍ମୀୟ ଦୃଷ୍ଟିକୋଣରୁ ଭାରତ ଏହାର ବ୍ୟବସ୍ଥା ଓ ରାଜନୀତି, ଏହାର ଭାଷା ଓ ଆଚରଣ ଦ୍ୱାରା ବିଭାଜିତ ହୋଇଯାଇଛି। ଭାରତ ପାଇଁ ତାହାର ମାନେ କ’ଣ ତାହା ବିଚାର କରିବାକୁ ପଡ଼ିବ। ଦେଶ କିମ୍ବା ହିନ୍ଦୁମାନଙ୍କ ପ୍ରତି ହିନ୍ଦୁତ୍ୱର ଶେଷ ପରିଣତି ଉପରେ ସେଭଳି ଚିନ୍ତା ପ୍ରକଟ କରାଯାଉନାହିଁ। ହିନ୍ଦୁତ୍ୱ ବ୍ୟବସ୍ଥା ନାଗରିକ, ଖାଦ୍ୟ, ବିବାହ, ଛାଡ଼ପତ୍ର, ବାଛବିଚାର, ନମାଜ ଏବଂ ପୋଷାକ ଉପରେ ବିଭେଦତାପୂର୍ଣ୍ଣ ଓ ପୃଥକୀକରଣ ଆଇନ ତଥା ନୀତିଗୁଡ଼ିକ ଲାଗୁକରିଛି। ଏବକାର ଆଇନଗୁଡ଼ିକ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବାରେ ଲାଗିଛି ଓ ଆହୁରି କଠୋର ହୋଇଛି। ୟୁରୋପୀୟ ଦେଶଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ ନେତାମାନଙ୍କ ପ୍ରତି ଭୋଟରମାନେ ଯାହା କରିଛନ୍ତି ଭାରତରେ ଭାରତୀୟମାନେ ତାହାର ବିପରୀତ କରୁଛନ୍ତି। ଲୋପ୍ରିୟତାର ଲାଭ ଉଠାଇବା ଲାଗି ଅନ୍ୟ ଭାରତୀୟଙ୍କୁ ଉତ୍ପୀଡନ ଦିଆଯାଉଛି। ତେବେ ଦେଶ ଏଥିରୁ କିଭଳି ଲାଭ ପାଇବ ଏବଂ ବିଶେଷ କରି ଏହା ଭାରତର ଭବିଷ୍ୟତକୁ କିଭଳି ସମୃଦ୍ଧ କରିବ ତାହା ବୁଝିବା କଷ୍ଟକର। ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ଏ ବିଷୟରେ ତାଙ୍କୁ ପ୍ରଶ୍ନ କରିବା ଉଚିତ। ଅନ୍ୟ ଭାରତୀୟଙ୍କୁ ଉତ୍ପୀଡନ ଦିଆଯିବାର ଏବକାର ପର୍ଯ୍ୟାୟ ଦେଇ ଗତିକରିବାରେ ସମର୍ଥକମାନେ ଆନନ୍ଦ ପାଇପାରନ୍ତି, କିନ୍ତୁ ଯଦି ଥରେ ଏଥିରେ ସଫଳତା ହାସଲ କରନ୍ତି ବା ଶେଷ ଲକ୍ଷରେ ପହଞ୍ଚନ୍ତି ତା’ପରେ ପରିଣତି କ’ଣ ହେବ? ଯେଉଁମାନେ ଉତ୍ପୀଡନକୁ ବିରୋଧ କରୁଛନ୍ତି ସେମାନେ ଏହାର ଉତ୍ତର ଭଲ ଭାବେ ଜାଣନ୍ତି। କାରଣ ଏହା ସ୍ପଷ୍ଟ ଯେ, ଏହା ପରେ ବି ଉତ୍ପୀଡନ ଆହୁରି ଅଧିକ ହେବ। କିନ୍ତୁ ଯେଉଁମାନେ ନୂଆ ଭାରତକୁ ଅମୃତକାଳ ଭିତରକୁ ନେଇଯାଉଛନ୍ତି ବୋଲି କହୁଛନ୍ତି ସେମାନଙ୍କ ମୁହଁରୁ ଏହାର ବିପରୀତ ଶୁଣିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri