Posted inଖେଳ

ଶେଷ ଓଭର: ୧, ୬, ୬, ୬, ୬, ୬

ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟିଛି। ବିଭିନ୍ନ ସମୟରେ ମ୍ୟାଚ୍‌ ନାଟକୀୟ ମୋଡ଼ ନେବାପରେ ଶେଷରେ ବାଜି ମାରିଛି ନାଇଟ୍‌ ରାଇଡର୍ସ। ଶେଷ ଓଭରରୁ ମ୍ୟାଚ୍‌ ବିଜୟ ପାଇଁ କୋଲ୍‌କାତା ୨୯ ରନ୍‌ ଆବଶ୍ୟକ କରୁଥିଲା। ବୋଲିଂ କରିଥିଲେ ଗୁଜରାଟର ୟାଶ୍‌ ଦୟାଲ। ଉମେଶ ଯାଦବ ପ୍ରଥମ ବଲ୍‌ରୁ ସିଙ୍ଗଲ ରନ୍‌ ନେଇ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌କୁ ଯାଇଥିଲେ। ପରବର୍ତ୍ତୀ ୫ ବଲ୍‌କୁ ଛକା ( ୬, ୬, ୬, ୬ ଓ ୬) ମାରି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଥିଲେ କୋଲ୍‌କାତାର ରିଙ୍କୁ ସିଂ। ଶେଷ ବଲ୍‌କୁ ସେ ଛକାରେ ପରିଣତ କରିବାପରେ କୋଲ୍‌କାତା ଦଳର ଭାବପୂର୍ଣ୍ଣ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଆଇପିଏଲ୍‌ ଇତିହାସରେ ଶେଷ ଓଭରରେ ଏହା ଥିଲା ସର୍ବାଧିକ ରନ୍‌ଚେଜ୍‌। ବିସ୍ଫୋରକ ବ୍ୟାଟିଂ କରି ୪୮ ରନ୍‌ରେ ଅପରାଜିତ ରହିବା ସହ ଗୁଜରାଟ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିବା ରିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍‌ କରିଥିବାବେଳେ କୋଲ୍‌କାତା ନାଇଟ ରାଇଡର୍ସ ୨୦ ଓଭରରେ ୭ ଉଇକେଟ ହରାଇ ୨୦୭ ରନ୍‌ ସଂଗ୍ରହ କରି ନେଇଥିଲା।
ହ୍ୟାଟ୍ରିକ ନେବାରେ ରଶିଦ ୨୨ତମ ବୋଲର
କୋଲ୍‌କାତା-ଗୁଜରାଟ ମ୍ୟାଚ୍‌ ବିଭିନ୍ନ ସମୟରେ ଭିନ୍ନ ମୋଡ଼ ନେଇଥିଲା। ନାଇଟ ରାଇଡର୍ସର ଆରମ୍ଭ ଭଲ ହୋଇ ନ ଥିଲେ ମଧ୍ୟ ମିଡିଲ ଅର୍ଡରରେ ଇମ୍ପାକ୍ଟ ପ୍ଲେୟର ଭେଙ୍କଟେଶ ଆୟାର ଓ ଅଧିନାୟକ ନୀତୀଶ ରାଣା ଉପଯୋଗୀ ବ୍ୟାଟିଂକରି ଦଳକୁ ଲକ୍ଷ୍ୟ ପଥରେ ଅଗ୍ରସର କରାଇଥିଲେ। ମାତ୍ର ନୀତୀଶ ୨୯ ବଲ୍‌ରୁ ୪୫ (୪ ଚୌକା, ୩ ଛକା) ଓ ଭେଙ୍କଟେଶ୍‌ ୪୦ ବଲ୍‌ରୁ ୮୩ (୮ ଚୌକା, ୫ ଛକା) ରନ୍‌କରି ଆଉଟ ହେବାପରେ ମ୍ୟାଚ୍‌ ଗୁଜରାଟ ଆଡ଼କୁ ଢଳିଥିଲା। କୋଲ୍‌କାତା ୩୦ ବଲ୍‌ରୁ ୫୬ ରନ୍‌ ଆବଶ୍ୟକ କରୁଥିବାବେଳେ ରଶିଦ୍‌ ଖାଁ ମ୍ୟାଜିକ୍‌ ସ୍ପେଲ୍‌ ବୋଲିଂକରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସେ ୧୭ତମ ଓଭରର ପ୍ରଥମ ବଲ୍‌ରେ ଆନ୍ଦ୍ରେ ରସେଲ, ଦ୍ୱିତୀୟ
ବଲ୍‌ରେ ସୁନୀଲ ନାରିନ ଓ ତୃତୀୟ ବଲ୍‌ରେ ଶାର୍ଦ୍ଦୁଳ ଠାକୁରଙ୍କ ଉଇକେଟ ନେଇ କୋଲ୍‌କାତା ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଇପିଏଲ ଇତିହାସରେ ୨୨ତମ ବୋଲରଭାବେ ସେ ହ୍ୟାଟ୍ରିକ୍‌ ଉଇକେଟ ନେଇଛନ୍ତି। ମାତ୍ର ତାଙ୍କର ଏହି ସଫଳତା ଗୁଜରାଟର ପରାଜୟ ସହ ଫିକା ପଡ଼ିଥିଲା। ଶେଷ ଓଭରରେ ରିଙ୍କୁଙ୍କ ଧମାକା କୋଲ୍‌କାତାକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲା।
ଅସୁସ୍ଥ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଦାୟିତ୍ୱ ତୁଲାଇଥିବା ରଶିଦ୍‌ ଖାଁ ଏଠାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟାଇଟନ୍ସ ଯଦିଓ ରିଦ୍ଧିମାନ ଶାହା(୧୭)ଙ୍କ ଉଇକେଟ ଶୀଘ୍ର ହରାଇଥିଲା ତଥାପି ଶୁବମନ ଗିଲ୍‌ଙ୍କ ଉପଯୋଗୀ ଇନିଂସ ଏବଂ ସାଇ ସୁଦର୍ଶନ ଓ ବିଜୟ ଶଙ୍କରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଶୁବମନ ୩୧ ବଲ୍‌ରୁ ୩୯ ରନ୍‌ କରି ଆଉଟ ହୋଇଥିଲେ। ଏହି ଅବସରରେ
ସେ ଆଇପିଏଲ୍‌ରେ ୨୦୦୦ ରନ୍‌ ପୂରଣ କରିଥିଲେ। ସାଇ ସୁଦର୍ଶନ ତାଙ୍କ ଚମତ୍କାର ଫର୍ମ ଅବ୍ୟାହତ ରଖି ଏଠାରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୩୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହାୟତାରେ ୫୩ ରନ୍‌ କରିଥିଲେ। ବ୍ୟାଟିଂ କ୍ରମରେ ୪ ନମ୍ବରରେ ଆସିଥିବା ଅଭିନବ ମନୋହର ୮ ବଲ୍‌ରୁ ୧୪ ରନ୍‌ କରିଥିବାବେଳେ ସୂୟାଶ ଶର୍ମାଙ୍କ ଶିକାର ହୋଇଥିଲେ। ଗୁଜରାଟ ଦଳ ୨୦୦ ରନ୍‌ ଅତିକ୍ରମ କରିବା ପଛରେ ବିଜୟ ଶଙ୍କରଙ୍କ ବଡ଼ ଅବଦାନ ରହିଥିଲା। ସେ ମାତ୍ର ୨୪ ବଲ୍‌ରୁ ୬୩ ରନ୍‌କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୫ ଛକା ସାମିଲ ଥିଲା। ତାଙ୍କ ବ୍ୟାଟିଂ ଆଗରେ କୋଲ୍‌କାତା ବୋଲିଂ ଅତ୍ୟନ୍ତ ମାମୁଲି ସାବ୍ୟସ୍ତ ହୋଇଥିଲା। ଡେଭିଡ୍‌ ମିଲର ମାତ୍ର ୨ ରନ୍‌କରି ଅପରାଜିତ ରହିଥିଲେ। ମାତ୍ର ବିଜୟ ଶଙ୍କର ଦ୍ରୁତହାରରେ ରନ୍‌ ସଂଗ୍ରହ କରିଥିବାରୁ ଅସମାପ୍ତ ୫ମ ଉଇକେଟ ଭାଗୀଦାରିରୁ ମାତ୍ର ୧୬ ବଲ୍‌ରୁ ୫୧ ରନ୍‌ ଆସିଥିଲା। କୋଲକାତା ବୋଲରଙ୍କ ମଧ୍ୟରେ ସୁନୀଲ ନାରିନ ୩ଟି ଏବଂ ସୂୟାଶ ଶର୍ମା ଗୋଟିଏ ଉଇକେଟ ନେଇଥିଲେ।
ଏହି ମ୍ୟାଚ୍‌ରେ ଗୁଜରାଟ ଦଳରେ ସାଇ ସୁଦର୍ଶନଙ୍କ ସ୍ଥାନରେ ଜୋଶୁଆ ଲିଟଲ ଏବଂ କୋଲ୍‌କାତା ଦଳରେ ସୂୟାଶ ଶର୍ମାଙ୍କ ସ୍ଥାନରେ ଭେଙ୍କଟେଶ ଆୟାରଙ୍କୁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟ୍‌ଭାବେ ସୁଯୋଗ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୦୪/୪ (ବିଜୟ ଶଙ୍କର-୬୩*, ସାଇ ସୁଦର୍ଶନ-୫୩, ଶୁବମନ ଗିଲ୍‌-୩୯, ସୁନୀଲ ନାରିନ-୩/୩୩, ସୂୟାଶ ଶର୍ମା-୧/୩୫)। କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୦୭/୭(ଭେଙ୍କଟେଶ ଆୟାର-୮୩, ରିଙ୍କୁ ସିଂ-୪୮*, ନୀତୀଶ ରାଣା-୪୫, ରଶିଦ୍‌ ଖାଁ-୩/୩୭, ଆଲଜାରି ଜୋସେଫ-୨/୨୭, ମହମ୍ମଦ ଶାମି-୧/୨୮, ଜୋଶୁଆ ଲିଟଲ-୧/୪୫)।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?