୪ ରାଜ୍ୟ ଶେଷ ଭରସା

ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଥିବା ନେଇ ବିଶ୍ଳେଷକମାନେ କହୁଥିବାବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ୪ ବର୍ଷ ତଳେ ହିଲାରୀ କ୍ଲିଣ୍ଟନଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୯୨ ନିୟୁତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଲେଣି।
ମିଳିଥିବା ସୂଚନାନୁସାରେ ମୁଖ୍ୟ ଝୁଲା ରାଜ୍ୟଗୁଡ଼ିକରେ ରିପବ୍ଲିକାନ୍‌ ନୋମିନି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ବାଇଡେନ୍‌ ଆଗୁଆ ଅଛନ୍ତି। ପେନ୍‌ସିଲଭାନିଆ, ଫ୍ଲୋରିଡା ଓ ଆରିଜୋନାରେ ବାଇଡେନ ସାମାନ୍ୟ ଆଗରେ ଥିବାବେଳେ ଓ୍ବିସ୍କୋନ୍‌ସିନରେ ଏହି ବ୍ୟବଧାନ ଅଧିକ ରହିଛି। ନ୍ୟୁୟର୍କ ଟାଇମ୍ସ/ସିଏନା କଲେଜ୍‌ ପୋଲ୍‌ ଅନୁସାରେ ଟ୍ରମ୍ପ୍‌ ପୁଣି ୪ ବର୍ଷ ହ୍ବାଇଟ୍‌ ହାଉସ୍‌ରେ ରହିବେ ନା ବାଇଡେନ ତାଙ୍କୁ କ୍ଷମତାଚ୍ୟୁତ କରି ଏହାକୁ ଦଖଲ କରିବେ ତାହା ଏହି ୪ ଝୁଲା ରାଜ୍ୟ ନିର୍ଦ୍ଧାରଣ କରିବ। ବାଇଡେନ୍‌ ଓ୍ବିସ୍କୋନ୍‌ସିନ ଓ ଫ୍ଲୋରିଡାରେ ୩.୨ ପଏଣ୍ଟ ଆଗରେ ଥିବାବେଳେ ଆରିଜୋନାରେ ୩ ଓ ପେନ୍‌ସିଲଭାନିଆରେ ୨.୪ ପଏଣ୍ଟ ଆଗରେ ରହିଛନ୍ତି। ଅକ୍ଟୋବର ୨୬ରୁ ୩୧ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ୧,୨୦୦ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
ନିର୍ବାଚନରେ ଟ୍ରମ୍ପ୍‌ ଉପରୋକ୍ତ ୪ ରାଜ୍ୟରେ ଡେମୋକ୍ରାଟ୍‌ ହିଲାରୀ କ୍ଲିଣ୍ଟନଙ୍କଠାରୁ ପଛରେ ଥିଲେ। ପପୁଲାର ଭୋଟରେ ପଛୁଆ ଥାଇ ମଧ୍ୟ ଟ୍ରମ୍ପ ଜିତିଥିଲେ। କିନ୍ତୁ ସେତେବେଳେ ହିଲାରି ଯେଉଁ ସ୍ଥିତିରେ ଥିଲେ ଏଥର ବାଇଡେନ୍‌ଙ୍କ ପ୍ରଦର୍ଶନ ତା’ଠୁ ଭଲ ଥିବା କୁହାଯାଉଛି। ତେଣୁ ଟ୍ରମ୍ପ୍‌ଙ୍କୁ ବିଜୟୀ ହେବାକୁ ହେଲେ ଅନୂ୍ୟନ ଦୁଇଟି ରାଜ୍ୟରେ ଜିତିବାକୁ ପଡ଼ିବ ବୋଲି ଟାଇମ୍ସ ପୋଲ୍‌ ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟ ଦର୍ଶାଇଛି। ଏଥିପାଇଁ ଟ୍ରମ୍ପ୍‌ ଶେଷ ୪୮ ଘଣ୍ଟା ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ଗୁଡ଼ିକରେ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଟ୍ରମ୍ପ୍‌ ଏହି ୪ ରାଜ୍ୟରେ ରବିବାର ୫ଟି ରାଲି କରିଥିବାବେଳେ ସୋମବାର ୭ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri