ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା। କାରଣ, ଏବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ଦେଖିବାକୁ ମିଳିବ। ବିଜ୍ଞାନ ଭାଷାରେ କହିଲେ, ଆମ ପୃଥିବୀର ଅତି ନିକଟକୁ ଏହାର ଉପଗ୍ରହ ‘ଚନ୍ଦ୍ର’ ଚାଲିଆସିବ। ବୈଜ୍ଞାନିକମାନେ ଯାହାକୁ ‘ଚନ୍ଦ୍ର’ କହନ୍ତି, ଆମେ ତାକୁ ‘ଜହ୍ନମାମୁ’ କହୁ। ପୃଥିବୀକୁ ‘ଜହ୍ନମାମୁ’ ପରିକ୍ରମା କରେ। ତେଣୁ ‘ଜହ୍ନମାମୁ’ ବା ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ। ଚନ୍ଦ୍ରକୁ ପୃଥିବୀର ପ୍ରାକୃତିକ ଉପଗ୍ରହ କୁହାଯାଏ, କାରଣ ପ୍ରକୃତି ତାକୁ ଗଢ଼ିଛି। ପୃଥିବୀ ଚାରିପଟେ ଚନ୍ଦ୍ର ଯେଉଁ ପଥରେ ବୁଲୁଛି, ତାହାକୁ ଚନ୍ଦ୍ରର ‘କକ୍ଷପଥ’ କୁହାଯାଏ। ଦୀର୍ଘବୃତ୍ତାକାର ବା ଅଣ୍ଡାକାର ପଥରେ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି। ଯଦି ସମ୍ପୂର୍ଣ୍ଣ ଗୋଲ ବା ବୃତ୍ତାକାର ପଥରେ ଚନ୍ଦ୍ର ବୁଲନ୍ତା, ତେବେ ଆମଠାରୁ ଏହାର ଦୂରତା ସବୁବେଳେ ସମାନ ରହନ୍ତା। କିନ୍ତୁ ଲମ୍ବାଳିଆ କକ୍ଷପଥରେ ବୁଲୁଥିବାରୁ ଦୂରତା ବଢ଼ି ବଢ଼ି ଯାଏ, ପୁଣି କମି କମି ଆସେ। ବସ୍ତୁ ଆମଠାରୁ ଦୂରେଇ ଗଲେ ଛୋଟ ଦିଶେ ଓ ପାଖେଇ ଆସିଲେ ବଡ଼ ଦିଶେ। ତେଣୁ ପୃଥିବୀଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦିଶେ ଓ ପାଖକୁ ପାଖକୁ ଆସିଗଲେ ବଡ଼ ଦିଶେ। ସବୁ ପୂର୍ଣ୍ଣିମାରେ ଚନ୍ଦ୍ର ଗୋଲ ଦିଶିବ, କିନ୍ତୁ ଆକାର ସମାନ ରହିବ ନାହିଁ। ଚନ୍ଦ୍ର ପାଖରେ ଥିଲେ ପୂର୍ଣ୍ଣିମା ରାତିରେ ବଡ଼ ଦିଶେ।
ଆମ ଆକାଶରେ ଅଗଣିତ ଖଗୋଳୀୟ ପିଣ୍ଡ ରହିଥିଲେ ବି ସୂର୍ଯ୍ୟ ଓ ଚନ୍ଦ୍ର ଦୁହେଁ ନିଆରା ପିଣ୍ଡ। ପୃଥିବୀଠାରୁ ଚନ୍ଦ୍ରର ହାରାହାରି ଦୂରତା ୩ ଲକ୍ଷ ୮୪ ହଜାର କିଲୋମିଟର ଓ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର। ତେଣୁ ଚନ୍ଦ୍ର ଆମଠାରୁ ଯେତିକି ଦୂରରେ ରହେ, ତାହାର ପ୍ରାୟ ୪୦୦ ଗୁଣ ଦୂରରେ ସୂର୍ଯ୍ୟ ଅଛି। ଉଭୟ ପିଣ୍ଡ ଆମକୁ ଓ ପୃଥିବୀକୁ ନିଜ ଆଡ଼କୁ ମାଧ୍ୟାକର୍ଷଣ ବଳ ଦ୍ୱାରା ଟାଣୁଛନ୍ତି। ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି, ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି। ଏମିତି ବୁଲୁ ବୁଲୁ ତିନିଟା ପିଣ୍ଡ ଗୋଟିଏ ଧାଡ଼ିରେ ରହିପାରନ୍ତି। ସେଥିପାଇଁ ପୂର୍ଣ୍ଣିମା ଓ ଅମାବାସ୍ୟା ହୁଏ। ଗୋଟିଏ ଧାଡ଼ିରେ ରହିଲେ ପୃଥିବୀ ଉପରେ ବେଶି ମାଧ୍ୟାକର୍ଷଣ ବଳ ପଡ଼େ। ତେଣୁ ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ଅଧିକ ଉଚ୍ଚତାର ଜୁଆର ଆସେ।
ନିଜର ଅଣ୍ଡାକାର ରାସ୍ତାରେ ବୁଲୁ ବୁଲୁ ପୃଥିବୀଠାରୁ ଚନ୍ଦ୍ରର ସର୍ବନିମ୍ନ ଦୂରତା ରହେ ୩,୬୩,୧୦୪ କିଲୋମିଟର ଓ ସର୍ବାଧିକ ଦୂରତା ରହେ ୪,୦୫,୬୯୬ କିଲୋମିଟର। ଏଥିରୁ ବୁଝାପଡୁଛି ଯେ ୩,୬୩,୧୦୪ କିଲୋମିଟର ଦୂରରେ ରହିଲେ ଚନ୍ଦ୍ର ବହୁତ ବଡ଼ ଦିଶିବ ଓ ୪,୦୫,୬୯୬ କିଲୋମିଟର ଦୂରରେ ରହିଲେ ସବୁଠୁ ଛୋଟ ଦିଶିବ। ୧୯୬୯ ଜୁଲାଇ ୨୦ରେ ନୀଲ ଆର୍ମଷ୍ଟ୍ରଙ୍ଗ୍‌ ଚନ୍ଦ୍ରରେ ପାଦ ଦେଇଥିଲେ। ସେଦିନ ଆମଠାରୁ ତାଙ୍କର ଦୂରତା ଥିଲା ୩,୯୩,୩୦୯ କିଲୋମିଟର। ବର୍ଷକୁ ୧୨ ଥର ପୂର୍ଣ୍ଣିମା ହୁଏ। କିନ୍ତୁ ସବୁ ପୂର୍ଣ୍ଣିମାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ସମାନ ରହେ ନାହିଁ। ବର୍ଷକ ଭିତରେ ଯେଉଁ ପୂର୍ଣ୍ଣିମାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ସର୍ବନିମ୍ନ ରହେ, ସେହି ପୂର୍ଣ୍ଣିମାରେ ସେବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ଦେଖିବାକୁ ମିଳେ। ଏବର୍ଷ ଅକ୍ଟୋବର ୧୭ ତାରିଖ ଗୁରୁବାର ରାତିରେ ସେଭଳି ଘଟଣା ଘଟିବ। ଚଳିତ ବର୍ଷର ସବୁଠାରୁ ବଡ଼ ପୂନେଇଁ ଜହ୍ନ ବା ବୃହତ୍ତମ ‘ସୁପରମୁନ୍‌’ ଦେଖିବାକୁ ମିଳିବ। ଏହା ଆମ ପାଇଁ ଏକ ବିଶେଷ ପୂର୍ଣ୍ଣିମା, ଏଥିରେ ସନ୍ଦେହ ନାହିଁ।
‘ସୁପରମୁନ୍‌’ ପ୍ରସଙ୍ଗ ଆମ ପାଇଁ ନୂଆ ନୁହେଁ। ଆଗରୁ ମଧ୍ୟ ଆମେ ଅନେକ ପୂର୍ଣ୍ଣମୀ ରାତିରେ ସୁପରମୁନ୍‌ ଦେଖିଛୁ। ଚଳିତ ୨୦୨୪ ମସିହାରେ ୨ଥର ସୁପରମୁନ୍‌ ଆମେ ଦେଖିସାରିଛୁ। ୨୦୨୪ ମସିହାର ପ୍ରଥମ ସୁପରମୁନ୍‌ ଦେଖିଥିଲୁ ଗତ ଅଗଷ୍ଟ ୧୯ ତାରିଖ ରାଖୀ ପୂର୍ଣ୍ଣମୀ ରାତିରେ। ତା’ ପରେ ସେପ୍ଟେମ୍ବର ୧୮ ତାରିଖରେ ଏବର୍ଷର ୨ୟ ସୁପରମୁନ୍‌ ଦେଖିଲୁ। ଅକ୍ଟୋବର ୧୭ରେ ୩ୟ ସୁପରମୁନ୍‌ ଦେଖିବା। ପୁଣି ନଭେମ୍ବର ୧୫ ରାହାସ ପୂର୍ଣ୍ଣମୀରେ ଏବର୍ଷର ୪ର୍ଥ ସୁପରମୁନ୍‌ ଦେଖିହେବ। କିନ୍ତୁ ନଭେମ୍ବର ୧୫ ବେଳକୁ ଚନ୍ଦ୍ର ଟିକିଏ ଅଧିକ ଦୂରତାରେ ରହିବ ଏବଂ ୩ୟ ସୁପରମୁନ୍‌ ତୁଳନାରେ ସାନ ଦିଶିବ। ଅତୀତରେ ୨୦୧୩ ଜୁନ୍‌ ୨୩ରେ ପଡ଼ିଥିବା ପୂର୍ଣ୍ଣମୀରେ ସୁପରମୁନ୍‌ ଦେଖିବାକୁ ମିଳିଥିଲା। ୨୦୧୧ ମାର୍ଚ୍ଚ ୧୯ର ପୂନେଇଁ ଜହ୍ନ ଆମ ପୃଥିବୀର ସବୁଠାରୁ ନିକଟକୁ ଆସିଥିବାରୁ ବେଶ୍‌ ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା। ପୁଣି ୨୦୧୪ ଅଗଷ୍ଟ ୧୦ରେ ଆଉ ଥରେ ଅତି ନିକଟକୁ ଆସିଥିଲା ଓ ସୁପରମୁନ୍‌ ଦେଖାଗଲା।
ସୁପରମୁନ୍‌ ପରି ଘଟଣାକୁ ନେଇ ସାଧାରଣ ଲୋକଙ୍କର ଅନ୍ଧବିଶ୍ୱାସ ରହିଛି। ସୁପରମୁନ୍‌ ଦେଖାଦେଲେ ପୃଥିବୀକୁ ମାରାତ୍ମକ ବିପଦ ମାଡ଼ିଆସେ ବୋଲି ଲୋକେ ବିଶ୍ୱାସ କରନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ଏହିପରି ଘଟଣା ପୃଥିବୀ ଧ୍ୱଂସ ହେବାର ସୂଚନା ଦିଏ। ସୁପରମୁନ୍‌ ଦର୍ଶନ କଲେ ତାହାର ଶକ୍ତିଶାଳୀ ଆକର୍ଷଣ ଲୋକଙ୍କୁ ପାଗଳ କରିଦିଏ। ସୁପରମୁନ୍‌ ଦେଖିଥିବା ଲୋକମାନେ ଏଣୁତେଣୁ ଭୁଲ୍‌ କାମ କରିବସନ୍ତି। କାରଣ, ସେହି ସମୟରେ ପୃଥିବୀ ଉପରେ ବିଶାଳ ଚନ୍ଦ୍ରର ଅଧିକ ମାଧ୍ୟାକର୍ଷଣ ବଳ ପଡୁଥାଏ। ସେହି ମାଧ୍ୟାକର୍ଷଣ ବଳ ଦର୍ଶକର ମସ୍ତିଷ୍କ ଉପରେ କୁପ୍ରଭାବ ପକେଇଥାଏ। ହେଲେ, ଏସବୁ ବିଶ୍ୱାସ ଠିକ୍‌ ନୁହେଁ। ଚନ୍ଦ୍ରର ଆକର୍ଷଣ ସବୁବେଳେ ଆମ ଉପରେ ପଡୁଛି। ଅବଶ୍ୟ ସୁପରମୁନ୍‌ ସମୟରେ ଟିକିଏ ଅଧିକ ପଡ଼ିବ। କିନ୍ତୁ ତାହା ଆମର ମସ୍ତିଷ୍କକୁ ପାଗଳ କରିବା କଥା ଭୁଲ୍‌। ଆଉ ରହିଲା ପୃଥିବୀ ଧ୍ୱଂସ ହେବା କଥା। ଆଗରୁ ଅନେକ ସୁପରମୁନ୍‌ ଦେଖାଯାଇଛି। ଅକ୍ଟୋବର ୧୭ ର ସୁପରମୁନ୍‌ଠାରୁ ଆହୁରି ବଡ଼ ସୁପରମୁନ୍‌ ଦେଖାଦେଇଛି। କିନ୍ତୁ, ସୁପରମୁନ୍‌ ସକାଶେ ସେମିତି ଭୟାବହ ଦୁର୍ଘଟଣା କିମ୍ବା ପ୍ରଳୟ ଘଟି ନାହିଁ। ଆମ ବିଶ୍ୱାସ କେତେ ସତ କେତେ ମିଛ, ତାହା ପ୍ରମାଣିତ ହୋଇସାରିଛି। ତେଣୁ ଆସନ୍ତା ସୁପରମୁନ୍‌କୁ ଆମେ ସମସ୍ତେ ବିନା ଭୟରେ ଦେଖିପାରିବା ଓ ଏତେ ବଡ଼ ଜହ୍ନର ଉଜ୍ଜ୍ୱଳ ଆଲୋକକୁ ଉପଭୋଗ କରିପାରିବା।
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ଅଟୋନୋମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ହୋଇପାରେ ଜୋରଦାର ଟକ୍କର! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri