ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା ଏଭଳି ଏକ ଅପରାଧରେ ସାମିଲ ହେବାରେ ଏମାନଙ୍କର ବାଧ୍ୟବାଧକତା ଥିଲା? ଏସବୁର ଆଲୋଚନା ସାମାଜିକ ସ୍ତରରେ କ୍ୱଚିତ ହୁଏ। ବରଂ ଅପରାଧରେ ସାମିଲ ହୋଇଥିବା ନାବାଳକ/ନାବାଳିକାମାନେ ସମାଲୋଚନାର ଶରବ୍ୟ ହେବା ସହ ସାମାଜିକ ସ୍ତରରେ ଅଗ୍ରହଣୀୟ ବୋଲି ବିଚାର୍ଯ୍ୟ ହୁଅନ୍ତି। ସମ୍ବେଦନଶୀଳତା ଓ ସହାନୁଭୂତିର ଅଭାବଜନିତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉ ହେଉ ଏହି ପ୍ରଭାବିତ ବର୍ଗ ପାଇଁ ଗୋଟିଏ ଅଘଟଣର ପରିଣାମ ସ୍ବରୂପ ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଏ। ସେମାନଙ୍କର ଆଶାଶୂନ୍ୟ, ସମ୍ମାନବିହୀନ ଜୀବନ, ସାମାଜିକ ତାଡ଼ନା ସେମାନଙ୍କର ଜୀବନ ପଥକୁ ପୁନଃ ବିପଥଗାମୀ କରିଦିଏ।
କିଶୋର ନ୍ୟାୟ ଆଇନ ଅନୁଯାୟୀ କିଶୋରାବସ୍ଥାରେ କୌଣସି କାରଣରୁ ଅପରାଧରେ ସାମିଲ ପିଲାଙ୍କୁ ଅପରାଧୀ ବୋଲି କୁହାଯାଏ ନାହିଁ। ଏମାନଙ୍କୁ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ପିଲା ବା ‘ଚାଇଲ୍ଡ ଇନ କନଫ୍ଲିକ୍ଟ ଉଇଥ ଲ’ ବୋଲି କୁହାଯାଏ। କିଶୋରାବସ୍ଥାର ମାନସିକ ସ୍ଥିତି ଓ ଅଭିଜ୍ଞତାର ଅଭାବ ହେତୁ ଠିକ, ଭୁଲ୍‌ର ନିଷ୍ପତ୍ତି ନେବା, ଭବିଷ୍ୟତ ଉପରେ ଘଟଣା ପରବର୍ତ୍ତୀ ପ୍ରଭାବକୁ ବୁଝିବାର ଜୀବନ କୌଶଳ ବିକଶିତ ହୋଇ ନ ଥାଏ। ତତ୍‌କ୍ଷଣାତ୍‌ ଆବେଗକୁ ନିୟନ୍ତ୍ରଣ କରି ନ ପାରି ଅନେକ କିଶୋର/ କିଶୋରୀ ଆଇନ ପ୍ରତିକୂଳ ଘଟଣା ସହିତ ଜଡ଼ିତ ହୋଇଯାନ୍ତି। କୈଶୋରରେ ମନ ଓ ଶରୀରର ପରିବର୍ତ୍ତନ ଯୋଗୁ ଅନ୍ୟ ଲିଙ୍ଗ ପ୍ରତି ଆକର୍ଷିତ ହେବା ସ୍ବାଭାବିକ। ଜୀବନ କୌଶଳ ଓ ପୋକ୍‌ସୋ ଭଳି ଆଇନଗତ ସୂଚନାର ଅଭାବ ହେତୁ ୧୮ ବର୍ଷରୁ କମ୍‌ ବୟସରେ ପ୍ରେମ ଓ ଶାରୀରିକ ସମ୍ପର୍କ ରଖି ପିଲାମାନେ ଅଜାଣତରେ ଅପରାଧ ଭିତରକୁ ପଶି ଆସୁଛନ୍ତି। ପାରିବାରିକ ହିଂସା, ଦରିଦ୍ର ହେବାର ତାଡ଼ନା, ସ୍ନେହ-ଆଦର ଓ ସାମାଜିକ ଶୃଙ୍ଖଳାର ଅଭାବ, ଶିକ୍ଷାର ଅଭାବ, ପିଲାବେଳେ ନିଜେ କୌଣସି ପ୍ରକାରର ହିଂସା ବା ନିର୍ଯାତନାର ଶିକାର ହେବା କାରଣରୁ ମଧ୍ୟ ପିଲାମାନେ କିଶୋରାବସ୍ଥାରେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ହୋଇଯାନ୍ତି। ମାତାପିତାଙ୍କ ମୃତ୍ୟୁ, ବାସହରା ହେବା ଭଳି ସ୍ଥିତି ପିଲାଙ୍କୁ ବିପଦସଂକୁଳ କରାଏ। ରାସ୍ତାକଡ଼ରେ ଶୈଶବ କାଟୁଥିବା ପିଲାଟି ପେଟପାଟଣା ପାଇଁ ହୋଟେଲ ପଛପଟୁ ପରିତ୍ୟକ୍ତ ବୋତଲ ସଂଗ୍ରହ କରୁ କରୁ ଖଣ୍ଡିଆ ସିଗାରେଟ, ବୋତଲ ଭିତରେ ବଳିଯାଇଥିବା ଦି ଠୋପା ମଦର ସଂସ୍ପର୍ଶରେ ଆସେ। ଏହା ଧୀରେ ଧୀରେ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ। ଏଭଳି ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଶୈଶବରେ ପିଲା ଅପରାଧ ଭିତରକୁ ପ୍ରବେଶ କରେ।
ପିଲାଙ୍କ ଏହି ଅସହାୟତାର ସୁଯୋଗ ନେଇ ଅନେକ ଆପରାଧିକ ବ୍ୟକ୍ତି ମଧ୍ୟ ପିଲାଙ୍କୁ ଅପରାଧ ପାଇଁ ବ୍ୟବହାର କରନ୍ତି। କିଶୋରାବସ୍ଥାରେ ଆଇନ ସହ ଛନ୍ଦି ହୋଇ ଧରାପଡ଼ିଲେ ଦଣ୍ଡ କୋହଳ ହୋଇଥାଏ। ଛୋଟମୋଟ ଅପରାଧର ଶୀଘ୍ର ସମାଧାନ କରିବାର ଆଇନଗତ ପ୍ରାବଧାନ ରହିଛି। ପିଲାମାନଙ୍କ ପାଇଁ ଥିବା ଏହି ସୁବିଧାକୁ ଆପରାଧିକ ତତ୍ତ୍ୱ ନିଜ ସୁବିଧା ପାଇଁ ବ୍ୟବହାର କରନ୍ତି। ପିଲାଙ୍କୁ ପକେଟମାର ଠୁ ଆରମ୍ଭ କରି ମାଦକ ଦ୍ରବ୍ୟର ପରିବହନ ଓ ବିକ୍ରିରେ ବ୍ୟବହାର କରାଯାଏ।
ମୋଟ ଭାବରେ ପିଲାଟିଏ ପରିସ୍ଥିତି ପାଇଁ ଆଇନଗତ ଦ୍ୱନ୍ଦ୍ୱରେ ଛନ୍ଦି ହୋଇଥାଏ। ଏଣୁ କିଶୋର ନ୍ୟାୟ ଆଇନ ଅନୁଯାୟୀ କୌଣସି ବି ଅପରାଧ ପାଇଁ ପିଲାଙ୍କୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି କୁହାଯାଇଛି ଓ ଏହି ଆଧାରରେ ସେମାନଙ୍କ ସହ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ‘ପ୍ରିନ୍‌ସିପଲ ଅଫ ପ୍ରିଜମ୍ପ୍‌ସନ ଅଫ ଇନୋସେନନ୍ସ’ ବା ପିଲାଙ୍କୁ ସରଳ ଓ ନିଷ୍କପଟ ବୋଲି ଧରିନେବା କୁହାଯାଏ। ପ୍ରତିକୂଳ ପରିସ୍ଥିତି ଓ ବିପଦସଂକୁଳତାରୁ ପିଲାଙ୍କୁ ଉଦ୍ଧାର କରାଯାଇପାରିଲେ କିଶୋରାବସ୍ଥାରେ ଅପରାଧ ହ୍ରାସ ପାଇବ। ଏହିହେତୁ କିଶୋରନ୍ୟାୟ ଆଇନ ଓ ମିଶନ ବାତ୍ସଲ୍ୟ ଭଳି ଯୋଜନା ପ୍ରଣୟନ କରାଯାଇଛି। ଏଥିରେ ବିପଦସଂକୁଳ ପରିବାରକୁ ନିରନ୍ତର ଅନ୍ତରାଳରେ ଚିହ୍ନଟ କରିବା, ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସାମାଜିକ ସହାୟତାରେ ସାମିଲ କରିବା ପାଇଁ ବ୍ୟବସ୍ଥା ଓ ବ୍ୟୟବରାଦ ମଧ୍ୟ କରାଯାଇଛି। ବିପଦସଂକୁଳ ପିଲାଟିଏ ଚିହ୍ନିତ ହେଲାମାତ୍ରେ ଅତିବେଶିରେ ଚବିଶ ଘଣ୍ଟା ଭିତରେ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପିତ ହେବ। ଏହାପରେ ପିଲାଟିର ସର୍ବୋତ୍ତମ ସ୍ବାର୍ଥର ସୁରକ୍ଷା କରିବାର ଦାୟିତ୍ୱ ଶିଶୁ ମଙ୍ଗଳ କମିଟି ପାଖରେ ନ୍ୟସ୍ତ କରାଯାଇଛି। ପିଲାଟିର ସମସ୍ୟା ଆଧାରରେ ପରିବାର, ଜ୍ଞାତି, ସମାଜ ଭିତରେ ତା’ର ଯତ୍ନ ଓ ସୁରକ୍ଷାର ବନ୍ଦୋବସ୍ତ କରାଯାଇପାରିବ ଅଥବା କୌଣସି ବାଳାଶ୍ରମ, ଆବାସିକ ବିଦ୍ୟାଳୟ ପ୍ରଭୃତିରେ ସେମାନଙ୍କୁ ସୁରକ୍ଷିତ ଭାବରେ ରଖାଯାଇ ପାରିବ। ଆବଶ୍ୟକତା ଓ ଯୋଗ୍ୟତା ଆଧାରରେ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇ ପାରିବ। ଓଡ଼ିଶାରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଏବଂ ଗ୍ରୀନ ପ୍ୟାସେଜ ଯୋଜନା ମାଧ୍ୟମରେ ଅନାଥ ପିଲାଙ୍କ ଗଣତି ଓ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସହାୟତାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ସବୁ ଯୋଜନାର କାର୍ଯ୍ୟାନ୍ବୟନ ଓ ତଦାରଖ ପାଇଁ ପ୍ରତ୍ୟେକ ଜିଲାରେ ଶିଶୁ ସୁରକ୍ଷା ୟୁନିଟ ସ୍ଥାପନ କରାଯାଇଛି।
ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ଯତ୍ନ ଓ ସୁରକ୍ଷାରୁ ବଞ୍ଚିତ ହେଉଥିବା ପିଲା ଚିହ୍ନଟ ହେବା, ଚିହ୍ନଟ ହେଲେ ବି ସମୟୋପଯୋଗୀ ସହାୟତା ପାଇବା ସମ୍ଭବ ହେଉ ନାହିଁ। ୮ ଜୁଲାଇ ୨୦୨୪ରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରୁ ସମସ୍ତ ରାଜ୍ୟ ସରକାରଙ୍କୁ ଆସିଥିବା ପତ୍ର ଅନୁସାରେ ୨୦୨୩-୨୪ ପାଇଁ ଏହି ବାବଦରେ ଦିଆଯାଇଥିବା ଅର୍ଥ ଜୁନ ଶେଷ ସୁଦ୍ଧା ବି ଖର୍ଚ୍ଚ ହୋଇପାରି ନ ଥିବା ଦର୍ଶାଯାଇଛି। ବିଭାଗ ଅସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତ ରାଜ୍ୟ ତପତ୍ରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତରେ ଜିଲାରେ ଥିବା ଶିଶୁ ସୁରକ୍ଷା ୟୁନିଟର ଅଳ୍ପ କିଛି ଅଧିକାରୀଙ୍କ ଦ୍ୱାରା ସମଗ୍ର ଜିଲାର ବିପଦସଂକୁଳ ଶିଶୁଙ୍କ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ। ବିପଦସଂକୁଳ ପିଲାଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ଘରେ ପହଞ୍ଚିବାକୁ ପଡ଼ିବ। ଚିହ୍ନଟ କଲାପରେ ଶିଶୁ ମଙ୍ଗଳ ସମିତି ପାଖରେ ଉପସ୍ଥାପିତ କରିବାକୁ ପଡ଼ିବ। ଜିଲାର କୋଣ ଅନୁକୋଣରୁ ମୁଖ୍ୟାଳୟକୁ ସମସ୍ତ ପିଲା ଆସିବା ସମ୍ଭବ ନୁହେଁ। ଏଣୁ ଶିଶୁ ମଙ୍ଗଳ ସମିତିକୁ ସେମାନଙ୍କ ପାଖକୁ ଯିବାକୁ ପଡ଼ିପାରେ। ସହାୟତା ପାଇଁ ପୂର୍ବ ଯୋଜନା ପ୍ରସ୍ତୁତିପୂର୍ବକ ଅର୍ଥ ଆବଣ୍ଟନ କରିବାକୁ ପଡ଼ିବ ଓ ସହାୟତା ପାଇଥିବା ପ୍ରତ୍ୟେକ ପିଲାକୁ ତଦାରଖ ମଧ୍ୟ କରିବାକୁ ପଡ଼ିବ। ଏହା ଏକ ନିରନ୍ତର ବ୍ୟାପାରା ଏବଂ ଏଥିପାଇଁ ମାନବ ସମ୍ବଳର ଅବଶ୍ୟକତା ରହିଛି। ଜିଲାସ୍ତରର ଅଧିକାରୀଙ୍କ ଆଗ୍ରହ ସତ୍ତ୍ୱେ ଏହାକୁ ତୁଲେଇବା ସମ୍ଭବ ହେଉନାହିଁ ଏଣୁ ସମସ୍ୟାକୁ ଏଡ଼ାଇ ଦେବା ଉଚିତ ମନେକରୁଛନ୍ତି। ରାଜ୍ୟ ପଦାଧିକାରୀଙ୍କୁ ଏହାର ସମାଧାନର ପନ୍ଥା ବାହାର କରିବାକୁ ହେବ। ଯେପରି କରୋନା ସମୟରେ ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଓ ଆଭାସୀ ଢଙ୍ଗରେ ଶିଶୁ ମଙ୍ଗଳ ସମିତିରେ ପିଲାଙ୍କୁ ଉପସ୍ଥାପିତ କରାଯାଇ କମ୍‌ ସମୟରେ ପଚାଶ ହଜାରରୁ ଅଧିକ ପିଲାଙ୍କୁ ସହାୟତା ପ୍ରଦାନ କରାଯାଇ ପାରିଲା ସେହିପରି ଢଙ୍ଗରେ କିଛି କରାଯାଇପାରିଲେ ଆମେ ପିଲାଙ୍କୁ ଆଇନର ଦ୍ୱନ୍ଦ୍ୱରୁ ମୁକୁଳାଇ ପାରିବା।
ସୁବର୍ଣ୍ଣପୁର, ମୋ:୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?