Posted inଖେଳ

ଲଙ୍କା ପ୍ରିମିୟର ଲିଗ୍‌: ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ ମାଲିକ

କଲମ୍ବୋ,୨୨।୧୦: ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ବଲିଉଡ୍‌ର ଏଣ୍ଟ୍ରି ହୋଇଛି। ବଲିଉଡ୍‌ ଅଭିନେତା, ପ୍ରଯୋଜକ, ଲେଖକ ତଥା ଫିଲ୍ମ ନିର୍ମାତା ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ର ମାଲିକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଟି୨୦ ଲିଗ୍‌ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ତାରିଖରେ ଶେଷ ହେବ। ପାଲିକେଲ ଓ ହାମ୍ବାନଟୋଟାରେ ଲିଗ୍‌ର ମ୍ୟାଚ୍‌ ସବୁ ଆୟୋଜନ ହେବ।
ସୋମବାର କାଣ୍ଡି ଫ୍ରାଞ୍ଚାଇଜ୍‌ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଖେଳାଳି କ୍ରିସ୍‌ ଗେଲ୍‌ଙ୍କୁ ପ୍ଲେୟର୍ସ ଡ୍ରାଫ୍ଟରେ ସାମିଲ କରିଛି। ସ୍ଥାନୀୟ ଖେଳାଳି କୁଶଲ ପେରେରାଙ୍କ ସମେତ ଟି୨୦ ସ୍ପେଶାଲିଷ୍ଟ କୁଶଲ ମେଣ୍ଡିସ୍‌, ନୂଆନ ପ୍ରଦୀପ ଓ ଇଂଲଣ୍ଡ ଡାହାଣହାତୀ ଦ୍ରୁତ ବୋଲର ଲିଅମ ପ୍ଲଙ୍କେଟ୍‌ଙ୍କୁ ମଧ୍ୟ ଏହି ଡ୍ରାଫ୍ଟରେ ସାମିଲ କରାଯାଇଛି। କାଣ୍ଡି କୋଚିଂ ଷ୍ଟାଫ୍‌ରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ହାଶନ ତିଳକରତ୍ନେ ସାମିଲ ହୋଇଛନ୍ତି। ଏଲ୍‌ପିଏଲ୍‌ ଲିଗ୍‌ରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏହି ଲିଗ୍‌ର ଯଥେଷ୍ଟ କ୍ଷମତା ଓ ଗୁରୁତ୍ୱ ରହିଛି ବୋଲି ସୋହେଲ କହିଛନ୍ତି। କ୍ରିକେଟକୁ ନେଇ ଶ୍ରୀଲଙ୍କା ଖେଳାଳିମାନେ ବେଶ୍‌ ଉତ୍ସାହିତ ରହି ଆସିଛନ୍ତି। ତେଣୁ ଲିଗ୍‌ରେ ଆମ ଦଳ ସହ ବହୁ ପ୍ରଶଂସକ ସାମିଲ ହେବେ। ଗେଲ୍‌ଙ୍କ ସହ ଦଳର ଏକାଧିକ ଖେଳାଳି ବିଶ୍ୱସ୍ତରୀୟ । ଆମ ଦଳ ବେଶ୍‌ ସନ୍ତୁଳିତ। ଅତିକମ୍‌ରେ ଦଳ ଫାଇନାଲରେ ପ୍ରବେଶ କରିବ ବୋଲି ସୋହେଲ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ସୋହେଲ ଖାନ୍‌ଙ୍କ ଭଳି ଜଣେ ବଲିଉଡ୍‌ ସୁପରଷ୍ଟାର ଏଲ୍‌ପିଏଲ୍‌ରେ ସାମିଲ ହେବା ଏକ ବଡ଼ କଥା। କ୍ରିକେଟ ଓ ମନୋରଞ୍ଜନର ଅପୂର୍ବ ମିଳନ ହେବାକୁ ଯାଉଥିବାରୁ ଲିଗ୍‌ ଲୋକପ୍ରିୟ ହେବ। ସୋହେଲଙ୍କ ଉପସ୍ଥିତିକୁ ଶ୍ରୀଲଙ୍କା ପ୍ରଶଂସକ ବେଶ୍‌ ଉପଭୋଗ କରିବେ ବୋଲି ଶ୍ରୀଲଙ୍କା କ୍ରିକେଟ ଉପ ସଭାପତି ତଥା ଏଲ୍‌ପିଏଲ୍‌ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରବିନ ବିକ୍ରମାରତ୍ନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri