ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଡ୍ବେନ ବ୍ରାଭୋ

ଦୁବାଇ,୨୨।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାରକା ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାଦ୍‌ ପଡିଛନ୍ତି। ଗ୍ରୋନ୍‌ ଇଞ୍ଜୁରି କାରଣରୁ ସେ ଆଇପିଏଲ୍‌ର ଆଗାମୀ ମ୍ୟାଚ୍‌ଗୁଡିକ ଖେଳିପାରିବେ ନାହିଁ। ଫଳରେ ଟୁର୍ନାମେଣ୍ଟରେ ଏଥର ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ରଖିବା ପାଇଁ ସଂଘର୍ଷ କରୁଥିବା ଚେନ୍ନାଇକୁ ଶକ୍ତ ଧକ୍କା ଲାଗିଛି। ୩୭ ବର୍ଷୀୟ ବ୍ରାଭୋ ଦୀର୍ଘ ବର୍ଷଧରି ଚେନ୍ନାଇ ତରଫରୁ ଖେଳି ଆସୁଥିଲେ। ଗତ ୧୭ ତାରିଖରେ ଶାରଜାରେ ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଇଞ୍ଜୁରି କାରଣରୁ ଅନ୍ତିମ ଓଭର ବୋଲିଂ କରିପାରି ନ ଥିଲେ। ଫଳରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଅନ୍ତିମ ଓଭର ବୋଲିଂ କରିବାକୁ ଦେଇଥିଲେ ଓ ତାଙ୍କୁ ଅକ୍ଷର ପଟେଲ ୩ଟି ଛକା ମାରିଥିଲେ।
ଗ୍ରୋନ ଇଞ୍ଜୁରି କାରଣରୁ ବ୍ରାଭୋ ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ୱନାଥନ କହିଛନ୍ତି। ୬ଟି ମ୍ୟାଚ୍‌ ଖେଳି ବ୍ରାଭୋ ୨ଟି ଇନିଂସରେ ମାତ୍ର ୭ ରନ ସଂଗ୍ରହ କରିଛନ୍ତି। ତେବେ ଭଲ ବୋଲିଂ କରି ସେ ୮.୫୭ ରନ ହାରରେ ୬ଟି ଉଇକେଟ ହାସଲ କରିଛନ୍ତି। ଚେନ୍ନାଇ ୧୦ଟି ମ୍ୟାଚ୍‌ ଖେଳି ୭ଟି ପରାଜୟ ବରଣ କରିଛି। ମାତ୍ର ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରି ଚେନ୍ନାଇ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ସୁରେଶ ରାଇନା, ହରଭଜନ ସିଂଙ୍କ ଭଳି ଅଭିଜ୍ଞ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ୍‌ରୁ ଓହରିଯିବା ଫଳରେ ଚେନ୍ନାଇର ପ୍ରଦର୍ଶନ ଏଥର ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଧୋନୀ ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କ ଦୁର୍ବଳ ଫର୍ମ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର...

ଓସିଏର ଅନ୍ତର୍ଜାତୀୟ ଏକାଡେମୀ ଯୋଜନା

କଟକ ଅଫିସ,୨ା୯- ବିସ୍ତାରିତ ହେବ ଭିତ୍ତିଭୂମି, ବିକଶିତ ହେବ ରାଜ୍ୟ କ୍ରିକେଟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ମାଣ କରିବାକୁ ଯାଉଛି ଏକ...

ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍‌ ଚୟନ ଦାୟିତ୍ୱ

କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି।...

ଏକ ଯୁଗର ସମାପ୍ତି!

କେପଡାଉନ୍‌,୧୯।୧୧:ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡି ଭିଲିୟର୍ସ ମଧ୍ୟ ଆଇପିଏଲ୍‌ ୨୦୨୨ ରେ ଅଂଶଗ୍ରହଣ କରିବେ ନାହିଁ...

ପରାଜୟ ଧାରା ଶେଷ କଲେ ରୟ-ଓ୍ବିଲିୟମସନ

ଦୁବାଇ, ୨୭।୯: ଲଗାତାର ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ୍‌। ଚଳିତ ଆଇପିଏଲରେ ପ୍ଲେଅପ୍ସରୁ ବାଦ୍‌ ପଡ଼ିଥିବା ହାଇଦ୍ରାବାଦ୍‌ ସୋମବାର ଖେଳାଯାଇଥିବା...

ହୃଦ୍‌ଘାତର ୬ ମାସ ପରେ ପଡ଼ିଆକୁ ଫେରିଲେ କାସିଲାସ

ଲସବନ,୬।୧୧- ପୂର୍ବତନ ସ୍ପାନିଶ ଅଧିନାୟକ ଲକେର କାସିଲାସ ୬ ମାସ ପୂର୍ବେ ହୃଦ୍‌ଘାତର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ପଡ଼ିଆକୁ ଫେରିଛନ୍ତି। ୩୮...

ଆଜି ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୨୪ା୨- ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଅର୍ଥାତ ଆଜିର ଦିନରେ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ...

ଚାମ୍ପିୟନ୍ସ ଲିଗ୍‌: ଫାଇନାଲ ଆୟୋଜନ ପାଇଁ ପର୍ତ୍ତୁଗାଲ, ଜର୍ମାନୀ ଆଗ୍ରହୀ

ମ୍ୟୁନିକ୍‌, ୫ା୬ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଆୟୋଜନ ଦୌଡ଼ରେ ରହିଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ଓ ପର୍ତ୍ତୁଗାଲ। ପ୍ରକୃତରେ ଏହା ଇସ୍ତାନବୁଲ୍‌ରେ କରାଯିବା ଲାଗି ସ୍ଥିର...

Advertisement
Archives

Model This Week