Posted inଖେଳ

ଲଙ୍କା ପ୍ରିମିୟର ଲିଗ୍‌: ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ ମାଲିକ

କଲମ୍ବୋ,୨୨।୧୦: ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ବଲିଉଡ୍‌ର ଏଣ୍ଟ୍ରି ହୋଇଛି। ବଲିଉଡ୍‌ ଅଭିନେତା, ପ୍ରଯୋଜକ, ଲେଖକ ତଥା ଫିଲ୍ମ ନିର୍ମାତା ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ର ମାଲିକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଟି୨୦ ଲିଗ୍‌ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ତାରିଖରେ ଶେଷ ହେବ। ପାଲିକେଲ ଓ ହାମ୍ବାନଟୋଟାରେ ଲିଗ୍‌ର ମ୍ୟାଚ୍‌ ସବୁ ଆୟୋଜନ ହେବ।
ସୋମବାର କାଣ୍ଡି ଫ୍ରାଞ୍ଚାଇଜ୍‌ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଖେଳାଳି କ୍ରିସ୍‌ ଗେଲ୍‌ଙ୍କୁ ପ୍ଲେୟର୍ସ ଡ୍ରାଫ୍ଟରେ ସାମିଲ କରିଛି। ସ୍ଥାନୀୟ ଖେଳାଳି କୁଶଲ ପେରେରାଙ୍କ ସମେତ ଟି୨୦ ସ୍ପେଶାଲିଷ୍ଟ କୁଶଲ ମେଣ୍ଡିସ୍‌, ନୂଆନ ପ୍ରଦୀପ ଓ ଇଂଲଣ୍ଡ ଡାହାଣହାତୀ ଦ୍ରୁତ ବୋଲର ଲିଅମ ପ୍ଲଙ୍କେଟ୍‌ଙ୍କୁ ମଧ୍ୟ ଏହି ଡ୍ରାଫ୍ଟରେ ସାମିଲ କରାଯାଇଛି। କାଣ୍ଡି କୋଚିଂ ଷ୍ଟାଫ୍‌ରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ହାଶନ ତିଳକରତ୍ନେ ସାମିଲ ହୋଇଛନ୍ତି। ଏଲ୍‌ପିଏଲ୍‌ ଲିଗ୍‌ରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏହି ଲିଗ୍‌ର ଯଥେଷ୍ଟ କ୍ଷମତା ଓ ଗୁରୁତ୍ୱ ରହିଛି ବୋଲି ସୋହେଲ କହିଛନ୍ତି। କ୍ରିକେଟକୁ ନେଇ ଶ୍ରୀଲଙ୍କା ଖେଳାଳିମାନେ ବେଶ୍‌ ଉତ୍ସାହିତ ରହି ଆସିଛନ୍ତି। ତେଣୁ ଲିଗ୍‌ରେ ଆମ ଦଳ ସହ ବହୁ ପ୍ରଶଂସକ ସାମିଲ ହେବେ। ଗେଲ୍‌ଙ୍କ ସହ ଦଳର ଏକାଧିକ ଖେଳାଳି ବିଶ୍ୱସ୍ତରୀୟ । ଆମ ଦଳ ବେଶ୍‌ ସନ୍ତୁଳିତ। ଅତିକମ୍‌ରେ ଦଳ ଫାଇନାଲରେ ପ୍ରବେଶ କରିବ ବୋଲି ସୋହେଲ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ସୋହେଲ ଖାନ୍‌ଙ୍କ ଭଳି ଜଣେ ବଲିଉଡ୍‌ ସୁପରଷ୍ଟାର ଏଲ୍‌ପିଏଲ୍‌ରେ ସାମିଲ ହେବା ଏକ ବଡ଼ କଥା। କ୍ରିକେଟ ଓ ମନୋରଞ୍ଜନର ଅପୂର୍ବ ମିଳନ ହେବାକୁ ଯାଉଥିବାରୁ ଲିଗ୍‌ ଲୋକପ୍ରିୟ ହେବ। ସୋହେଲଙ୍କ ଉପସ୍ଥିତିକୁ ଶ୍ରୀଲଙ୍କା ପ୍ରଶଂସକ ବେଶ୍‌ ଉପଭୋଗ କରିବେ ବୋଲି ଶ୍ରୀଲଙ୍କା କ୍ରିକେଟ ଉପ ସଭାପତି ତଥା ଏଲ୍‌ପିଏଲ୍‌ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରବିନ ବିକ୍ରମାରତ୍ନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା

ପାନିପଥ,୨୬।୮: ଟୋକିଓ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏକ ବଡ଼ ଖୁଲାସା କରିଛନ୍ତି। ନୀରଜ ଏକ ସାକ୍ଷାତକାରରେ ଅଲିମ୍ପିକ ଫାଇନାଲ ଘଟଣା ବିଷୟରେ...

ଦକ୍ଷିଣ ଆଫ୍ରିକାକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସେଣ୍ଟ୍‌ ଜର୍ଜ, ୨୮ା୬(ଏପି)-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୮ଉଇକେଟରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ...

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ...

ଆଇଡବ୍ଲ୍ୟୁଏଫ୍‌କୁ କ୍ଷତିପୂରଣ ମାଗିବେ ସଞ୍ଜିତା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଦୀର୍ଘ ଦିନ ଧରି ଚାଲିଥିବା ଡୋପ୍‌ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାରେ ବିଳମ୍ବ ଘଟିଥିବାରୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା...

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା...

ବ୍ରିଟେନ୍‌ରେ ଥିଲେ ସୁଦ୍ଧା କୋଭିଡ ସହ ଲଢ଼େଇରେ ସାମିଲ ହୋଇଛନ୍ତି ଏହି ଭାରତୀୟ କ୍ରିକେଟର: ଲୋକଙ୍କ ସେବା ପାଇଁ କରୁଛନ୍ତି ଦିନରାତି ଏକ

ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍‌ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ...

ଯାହା ଗତ ୧୫ ଦିବାରାତ୍ର ଟେଷ୍ଟରେ ହୋଇ ନ ଥିଲା, ତାହା ମୋଟେରା ଟେଷ୍ଟର ପ୍ରଥମ ଦିନରେ ହେଲା ସମ୍ଭବ

ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨...

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ...

Advertisement
Archives

Model This Week