Posted inଖେଳ

T୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ଟିମ୍‌ ହେବ ମାଲାମାଲ, ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍‌ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ବିଜେତା ଦଳ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବ।

୨୦୨୪ରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ ଏବେ ନିଜର ଟାଇଟଲ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ଯଦି ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚେ ଏବଂ ପରେ ଟ୍ରଫି ଜିତେ, ତେବେ କ୍ରିକେଟ ଇତିହାସରେ ଭାରତ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଟି-୨୦ ବିଶ୍ୱକପ ଜିତିବାର ଗୌରବ ହାସଲ କରିବ।

ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ଆଜିର ମ୍ୟାଚ ପରେ ଚତୁର୍ଥ ଦଳର ଚିତ୍ର ସ୍ପଷ୍ଟ ହୋଇଯିବ। ୨୦୨୬ ଟି-୨୦ ବିଶ୍ୱକପ୍‌ର ପୁରସ୍କାର ରାଶିରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ମୋଟ ପ୍ରାଇଜ ମନି ପ୍ରାୟ ୧୨୦.୩୭ କୋଟି ଟଙ୍କା (୧୩.୫ ମିଲିୟନ ଡଲାର) ରଖାଯାଇଛି।

ବିଜେତା/ସ୍ଥାନ ଆନୁମାନିକ ପୁରସ୍କାର ରାଶି
ବିଜେତା (Champion) ପ୍ରାୟ ୨୭.୪୮ କୋଟି ଟଙ୍କା
ରନର୍ସଅପ୍ (Finalist) ପ୍ରାୟ ୧୪.୬୫ କୋଟି ଟଙ୍କା
ସେମିଫାଇନାଲିଷ୍ଟ ପ୍ରାୟ ୭.୨୪ କୋଟି ଟଙ୍କା
୫ମ ରୁ ୧୨ଶ ସ୍ଥାନ ପ୍ରାୟ ୩.୪୮ କୋଟି ଟଙ୍କା
୧୩ଶ ରୁ ୨୦ଶ ସ୍ଥାନ ପ୍ରାୟ ୨.୨୯ କୋଟି ଟଙ୍କା

ସୂଚନାଯୋଗ୍ୟ ଯେ, ୨୦୨୪ରେ ଭାରତ ବିଜେତା ହେବା ପରେ ୨୦ କୋଟି ଟଙ୍କା ପାଇଥିଲା, କିନ୍ତୁ ଏଥର ବିଜେତା ଦଳକୁ ପ୍ରାୟ ୭ କୋଟି ଟଙ୍କା ଅଧିକ ମିଳିବ। ଆଜିର ମ୍ୟାଚ ଉଭୟ ଦଳ ପାଇଁ କ୍ରିକେଟ ସମ୍ମାନ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?