ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ ବଢୁଛି ବିଭିନ୍ନ ଗଛ । ଏହି ସବୁ କରିସ୍ମା କରି ଦେଖାଇଛନ୍ତି ନୟାଗଡ ସହର ଡିଆରଡିଏ ରୋଡର ରଞ୍ଜନ କୁମାର ଖଟେଇ । ସେଥିପାଇଁ ତାଙ୍କୁ ଜଣେ ସଫଳ ଚାଷୀର ମାନ୍ୟତା ମିଳିଛି । ଗଛରେ କଲମି କରିବାର କଳା ହିଁ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ କହିଛନ୍ତି ।
ରଞ୍ଜନଙ୍କ ଘର ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଧୀନ ଆରଡା ଗାଁରେ । ସେ ବହୁଦିନ ହେଲା ନୟାଗଡରେ ରହୁଛନ୍ତି। ଗାଁରେ ଥିବା ନିଜର ୪ ଏକର ଜମିରେ ସେ ପୋଟଳ, ବାଇଗଣ, ଟମାଟୋ, କାକୁଡି ଆଦି ପନିପରିବା ଚାଷ କରିଛନ୍ତି । ହେଲେ ନୟାଗଡ଼ ଡିଆରଡିଏ ରାସ୍ତାର ନବୋଦୟ ସ୍କୁଲ ପଛପାଖରେ ଥିବା ତାଙ୍କ ଘର ବଗିଚାରେ ବହୁ କଲମି ଗଛରେ ସମ୍ଭାର ରହିଛି । ଘର ସମ୍ମୁଖ ରଙ୍ଗ ବେରଙ୍ଗର ଫୁଲ ଓ ଫଳରେ ପୂରି ଉଠୁଛି । ବିନା ମାଟିରେ ବଢୁଥିବା ଗଛରେ ଫୁଲ ଓ ଫଳ ଝୁଲୁଛି । ସେ ଜିଆଖତ, କୋକପିଟି, ପେରଲାଇଟ୍‌, ଭର୍ମିକୁଲଟକୁ ମିଶ୍ରଣ କରି ପୋଟିଂମିକ୍ସ ସୃଷ୍ଟି କରି ସେଥିରେ ଗଛ ଲଗାଇଛନ୍ତି। ତାଙ୍କ ବଗିଚାରେ ୭ କିସମର ଆମ୍ବ, ମଞ୍ଜିବିହୀନ ସ୍ବାଦିଷ୍ଟ ଲେମ୍ବୁ, ମୌସୁମୀ, କରମଙ୍ଗା, ବରକୋଳି, ଚେରି, ଟମାଟୋ, ଅଁଳା, ଅଙ୍ଗୁର ଗଛ ରହିଛି । ଆମ୍ବ ଗଛରୁ ଫଳ ତୋଳା ହେବା ପରେ ପୁଣି ବଉଳ ଆସୁଛି । ବର୍ଷ ତମାମ ଗଛରେ ଆମ୍ବ ଫଳୁଛି, ବଉଳ ଭରି ରହୁଛି। ସେହିପରି କରବର ଗଛରେ ନାଲି, ହଳଦିଆ, ଗୋଲାପି ଫୁଲ ଫୁଟୁଛି । ଭେଜିି ବାଇଗଣ ଗଛରେ କଲମି କରି କଳା ଓ ଧଳା ରଙ୍ଗର ବାଇଗଣ ସମେତ ଲଙ୍କା ଓ ଟମାଟୋ ଫଳୁଛି । ଗୋଟିଏ ମନ୍ଦାର ଗଛରେ ନାଲି, ହଳଦିଆ, ସୁନେଲି, ପାଉଁଶିଆ, ଗୋଲାପି ରଙ୍ଗର ଫୁଲ ଫୁଟୁଛି ।
ଏନେଇ ରଞ୍ଜନ କୁହନ୍ତି ମୁଁ କଲମି ଉପାୟରେ ୫ ବର୍ଷ ହେଲା ଫୁଲ ଓ ଫଳ ସୃଷ୍ଟି କରି ଆସିଛି। ଯୁକ୍ତ ୩ ପାସ କରିବା ପରେ କୌଣସି କର୍ମ ସଂସ୍ଥାନ ମିଳିଲା ନାହିଁ ା କିଛିଦିନ ବେକାର ରହିବା ପରେ ଏପରି ଚାଷକୁ ଆଦରି ନେଇଥିଲି । ଏଥିରୁ କିଛି ରୋଜଗାର ମିଳୁଛି। ବିଭିନ୍ନ ଗଛ ସମ୍ପର୍କରେ ଆସି ନିଜକୁ ଖୁସି ଲାଗୁଛି । ଏବେ କଲମି କରି ବିଭିନ୍ନ ଫୁଲ ଓ ଫଳ ଗଛ ଲଗାଇ ସମୟକୁ ଅତିବାହିତ କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୟାଗଡ ଗ୍ରାମୀଣ ଷ୍ଟେଟବ୍ୟାଙ୍କ ଆମତ୍ ନିଯୁକ୍ତି ତାଲିମ କେନ୍ଦ୍ରର ଫାକଲ୍‌ଟି ଓ ରୁଟ୍‌ ସାଇଟ୍‌ର ଆସେସର ଭାବେ ରଞ୍ଜନ କାମ କରୁଛନ୍ତି । ଏପରି ନସର୍ର୍ରୀ ପରିଚାଳନା ପାଇଁ ସେ ବହୁ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରୁଛନ୍ତି । କଲମି ମାଧ୍ୟମରେ ଚାଷ କରିବାକୁ ସେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛନ୍ତି । କଲମି ଓ ପନିପରିବା ଚାଷ ଉପରେ ତାଲିମ ଦେବାକୁ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲାକୁ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତେଲନଦୀକୁ ଡେଇଁ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର ଅଫିସ/ଗୁଡଭେଲା,୨୮ା୧୧(ଡି.ଏନ.ଏ.): ତୁଷରା ତେଲନଦୀ ପୋଲ ଉପରୁ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଯୁବକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପୋଲିସ ଟିମ୍‌ ସମ୍ପକ୍ତ...

ଗଢ଼ା ମଜୁରୀ ଉଠୁନି

କେନ୍ଦୁଝର, ୩।୧୧(ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ବିଶେଷ କରି ପାର୍ବଣ ଋତୁରେ କାରିଗରମାନେ ମୂର୍ତ୍ତି ଗଢି ଯାହା ରୋଜଗାର...

ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର...

ପୁଣି ଡ଼ରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୨୯୦ ନୂଆ ପଜିଟିଭ୍‌; ଖୋର୍ଦ୍ଧାରୁ ସର୍ବାଧିକ; ଦ୍ୱିତୀୟରେ ନୂଆପଡ଼ା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଗତ ୨୪ ଘଣ୍ଟା ସୁଦ୍ଧା...

ଗୋରୁ ବୋଝେଇ ଗାଡ଼ି ଜବତ, ୨ ଅଟକ

ରଣପୁର, ୩୦ା୯ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ରବିବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଛି। ରାତି ପ୍ରାୟ ୧୦ଟାରେ ଓଡି୨୫ଏଫ-୩୪୯୫...

ଛତ୍ରପୁର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସାନିଟାଇଜେଶନ ମେଶିନ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ସାନିଟାଇଜେଶନ ମେଶିନ ସ୍ଥାପନ ହୋଇଛି। ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଏହି ମେଶିନ ହସ୍ପିଟାଲକୁ ଦିଆଯାଇଛି।...

ନଚାଇଲେ ରିୟା, ଝୁମାଇଲେ ଦୀପ୍ତିରେଖା

ଢେଙ୍କାନାଳ ଅଫିସ, ୨ା୧ – ଢେଙ୍କାନାଳ ଶିବମଣ୍ଡପ ସନ୍ତୋଷୀ ଗାର୍ଡେନରେ ରାଇଜିଂଷ୍ଟାର କ୍ଲବ ପକ୍ଷରୁ ବୁଧବାର ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ନବବର୍ଷକୁ ସ୍ବାଗତ କରାଯାଇଛି।...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ କଂଗ୍ରେସର ଚେୟାରମ୍ୟାନ ପ୍ରାର୍ଥୀ

ରାଜଗାଙ୍ଗପୁର,୧୫।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରନିର୍ବାଚନ ପ୍ରକ୍ରିୟାରେ ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଥିଲା। ଏହି ପରିପ୍ରେକ୍ଷୀରେ ଚେୟାରମ୍ୟାନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ...

Advertisement
Archives

Model This Week