ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ: ସମ୍ବଲପୁରୀ ନୃତ୍ୟରେ ଦୁଲକିଲା କାର୍ଜୀ ମାଝୀ ମଞ୍ଚ

ଲାଞ୍ଜିଗଡ,୧୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ କାର୍ଜି ମାଝୀ ମଞ୍ଚଠାରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ବିଶ୍ୱନାଥପୁର ଭୈରବ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ସ୍ଥାପନ କରାଯାଇଥିଲା। ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟଅତିଥି, ସାମାଜିକ କର୍ମୀ ଡା. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଓ ଲାଞ୍ଜିଗଡ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସ୍‌ଆର୍‌ ମୁଖ୍ୟ ଶିଶିର ତରଫଦାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଗୋପାଳ ଦାସ ମହାନନ୍ଦ ଓ ସୁଶୀଲ ବାଗ ମଞ୍ଚ ପରିଚାଳନା କରିଥିଲେ। ପରେ ଜିଲା ଓ ଜିଲା ବାହାରୁ ଆସିଥିବା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ କରାଟେ କୋଚ କ୍ଷମାନିଧି ମହାଖୁଡ, ଆମ୍ବୁଲାନ୍ସ ସେବା ଯୋଗାଉଥିବା ବେଦାନ୍ତ ଡାକ୍ତରଖାନା ପରିଚାଳକ ଅମର ମହାନ୍ତି, ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଲାଞ୍ଜିଗଡରୋଡ଼ ଫାର୍ମାସିଷ୍ଟ ରବୀନ୍ଦ୍ର ସାହୁ, ଉତ୍ତମ ଶିକ୍ଷାଦାନ ଦେଉଥିବା ପାଣିମୁଣ୍ଡା ସ୍କୁଲର ଶିକ୍ଷକ ତପନ ଭୋଇଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧତ କରାଯାଇଥିଲା। ଶେଷରେ ଅତିଥିମାନେ କୃତୀ କଳାକାରଙ୍କୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ଚାଷୀଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର,୧୩।୧(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର...

ଗଞ୍ଜାମ ସହରରେ ନିର୍ମାଣ  ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ।...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri