ଧାରଣାରେ ଅଲଚିକି ଭାଷା ଶିକ୍ଷକ

ବାରିପଦା ଅଫିସ,୧୮ା୧୦: ନିୟମିତ ଶିକ୍ଷକର ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲାରେ ଠିକା ନିଯୁକ୍ତିପ୍ରାପ୍ତ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ୬ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାରଙ୍କ ପକ୍ଷରୁ ଚୁକ୍ତି ଭିତ୍ତିିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଶିକ୍ଷକମାନଙ୍କ କ୍ଷେତ୍ରରେ ତାହା ଲାଗୁ କରାଯାଇ ନାହିଁ। ଫଳରେ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ପ୍ରତି ପାତର ଅନ୍ତର ନୀତି ସ୍ପଷ୍ଟ ବାରି ହୋଇପଡୁଥିବା ଅଭିଯୋଗ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ, ଭାଜପା ରାଜ୍ୟ ଉପସଭାପତି ଫାଗୁ ହଁାସଦା ଓ ପେସା ଗ୍ରାମ ସଭା କୋ-ଅଡିନେସନର ସଭାପତି ଭଞ୍ଜକୁଲ ପାଣ୍ଡୁରାମ ହେମ୍ବ୍ରମ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ା
ଧରି ଦିନକୁ ୧୦୦ଟଙ୍କା ମଜୁରୀ ପାଉଥିବା ଏହି ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ସାନ୍ତାଳ ସମାଜର ମାଝୀ ପାରଗାନା, ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି, ସାନ୍ତାଳୀ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ସାନ୍ତାଳୀ ଏକାଡେମୀ ଓଡ଼ିଶା, ଛାତ୍ର ସଙ୍ଗଠନ ଓ ଆଦିବାସୀ ସାମାଜିକ ଶିକ୍ଷା ସଂଘର ବିଭିନ୍ନ ଶାଖାର କର୍ମକର୍ତ୍ତାମାନେ ଧାରଣାସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ପାଇଁ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଅଧିକାରୀ ଅଦ୍ୟାବଧି ସେମାନଙ୍କ ସହ ଆଲୋଚନା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶିକ୍ଷକମାନେ ପ୍ରକାଶ କରିଛନ୍ତି। ସରକାରୀ ନୀତିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟତା ହାସଲ କରିବା ପରେ ମଧ୍ୟ ଆଦିବାସୀଙ୍କ ପ୍ରତି ଅଣଦେଖା କରାଯାଉଛି ବୋଲି ସଂଘର ନେତୃବୃନ୍ଦ ପ୍ରକାଶ କରିଛନ୍ତି। ତେବେ ଦାବି ପୂରଣ ନ ହେଲେ ଆସନ୍ତା ୨୦ତାରିଖଠାରୁ ଜିଲା ପ୍ରକଳ୍ପ କାର୍ଯ୍ୟାଳୟକୁ ତାଲା ପକାଇ କାର୍ଯ୍ୟବନ୍ଦ କରାଯିବ। ଦାବି ପୂରଣ ନହେଲେ ନଭେମ୍ବର ୧୫ତାରିଖରୁ ପୋଖରିଆଠାରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନିଯୁକ୍ତିପତ୍ର ଫେରାଇବା ସହ ଶିକ୍ଷକ ପୋଷାକ ଅବତରଣ କରି ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କଡ଼ା ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଦୁଡ଼ିଙ୍କ କୋଳାହଳର ଗାଁ ସହରପୁର

ଡେରାବିଶ,୮ା୧୧(ସ୍ବ.ପ୍ର.)ବାଦୁଡ଼ିର ଖରାପ ଗନ୍ଧ ପାଇଁ ସମାଜରେ କେତେଜଣ ବ୍ୟକ୍ତି ଘୃଣା କରିଥାନ୍ତି। ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ବାଦୁଡ଼ିକୁ ଏକ ଭୟଭୀତ ପକ୍ଷୀ ଭାବେ ଚିତ୍ରିତ କରାଯାଇଥାଏ।...

ରବି ନନ୍ଦ ଅସୁସ୍ଥ

ଜୟପୁର, ୧୪।୨(ନି.ପ୍ର.):ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ଖସିଗଲେ ବେପାରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ...

ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ...

କେପିଙ୍କୁ କରୋନା

ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ...

୧୬ ନଂ. ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଚଣ୍ଡିଖୋଲ,୧୧।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ କଡ଼େଇଛକ ନିକଟରେ ଶନିବାର ସକାଳେ ଏକ ଗ୍ୟାସ୍‌ ଟ୍ୟାଙ୍କର ଗାଡି ଓଲଟି...

୫ ଗ୍ୟାରେଜ୍‌ ଖୋଲା ରଖିବାକୁ ଅନୁମତି

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ କଟକ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗ୍ୟାରେଜ ଗୁଡ଼ିକ ବନ୍ଦ ରହିଛି। ଫଳରେ ରାଜପଥରେ ଚଳାଚଳ କରୁଥିବା...

କେବଳ ଗଞ୍ଜାମରେ କରୋନା ନେଲାଣି ୮ ଜୀବନ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି...

Advertisement
Archives

Model This Week