ଧାରଣାରେ ଅଲଚିକି ଭାଷା ଶିକ୍ଷକ

ବାରିପଦା ଅଫିସ,୧୮ା୧୦: ନିୟମିତ ଶିକ୍ଷକର ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲାରେ ଠିକା ନିଯୁକ୍ତିପ୍ରାପ୍ତ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ୬ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାରଙ୍କ ପକ୍ଷରୁ ଚୁକ୍ତି ଭିତ୍ତିିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଶିକ୍ଷକମାନଙ୍କ କ୍ଷେତ୍ରରେ ତାହା ଲାଗୁ କରାଯାଇ ନାହିଁ। ଫଳରେ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ପ୍ରତି ପାତର ଅନ୍ତର ନୀତି ସ୍ପଷ୍ଟ ବାରି ହୋଇପଡୁଥିବା ଅଭିଯୋଗ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ, ଭାଜପା ରାଜ୍ୟ ଉପସଭାପତି ଫାଗୁ ହଁାସଦା ଓ ପେସା ଗ୍ରାମ ସଭା କୋ-ଅଡିନେସନର ସଭାପତି ଭଞ୍ଜକୁଲ ପାଣ୍ଡୁରାମ ହେମ୍ବ୍ରମ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ା
ଧରି ଦିନକୁ ୧୦୦ଟଙ୍କା ମଜୁରୀ ପାଉଥିବା ଏହି ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ସାନ୍ତାଳ ସମାଜର ମାଝୀ ପାରଗାନା, ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି, ସାନ୍ତାଳୀ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ସାନ୍ତାଳୀ ଏକାଡେମୀ ଓଡ଼ିଶା, ଛାତ୍ର ସଙ୍ଗଠନ ଓ ଆଦିବାସୀ ସାମାଜିକ ଶିକ୍ଷା ସଂଘର ବିଭିନ୍ନ ଶାଖାର କର୍ମକର୍ତ୍ତାମାନେ ଧାରଣାସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ପାଇଁ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଅଧିକାରୀ ଅଦ୍ୟାବଧି ସେମାନଙ୍କ ସହ ଆଲୋଚନା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶିକ୍ଷକମାନେ ପ୍ରକାଶ କରିଛନ୍ତି। ସରକାରୀ ନୀତିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟତା ହାସଲ କରିବା ପରେ ମଧ୍ୟ ଆଦିବାସୀଙ୍କ ପ୍ରତି ଅଣଦେଖା କରାଯାଉଛି ବୋଲି ସଂଘର ନେତୃବୃନ୍ଦ ପ୍ରକାଶ କରିଛନ୍ତି। ତେବେ ଦାବି ପୂରଣ ନ ହେଲେ ଆସନ୍ତା ୨୦ତାରିଖଠାରୁ ଜିଲା ପ୍ରକଳ୍ପ କାର୍ଯ୍ୟାଳୟକୁ ତାଲା ପକାଇ କାର୍ଯ୍ୟବନ୍ଦ କରାଯିବ। ଦାବି ପୂରଣ ନହେଲେ ନଭେମ୍ବର ୧୫ତାରିଖରୁ ପୋଖରିଆଠାରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନିଯୁକ୍ତିପତ୍ର ଫେରାଇବା ସହ ଶିକ୍ଷକ ପୋଷାକ ଅବତରଣ କରି ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କଡ଼ା ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri