ଘାଟିରେ ଭୂସ୍ଖଳନ: ୧୧ ଦିନ ହେଲା ଯାତାୟାତ ବନ୍ଦ

ଦାରିଙ୍ଗବାଡି,୧।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ବର୍ଷାରେ ଗତ ୧୧ଦିନ ତଳେ ଭୂସ୍ଖଳନ ହୋଇଥିଲା। ହେଲେ ଏବେ ସୁଦ୍ଧା ତାହା ସ୍ବାଭାବିକ ହୋଇପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରାଜପଥଟି ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ବେଳେ ଏହି ରାଜପଥ ଉପରେ କନ୍ଧମାଳ ସମେତ ପଡୋଶୀ ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡା, ଆଦି ଜିଲାର ଲୋକ ନିର୍ଭର କରୁଛନ୍ତି। ହେଲେ ସେହି ରାଜପଥ ଏବେ ବନ୍ଦ ରହିଥିବାରୁ ଭାରିଯାନ ଯାତାୟାତ ବନ୍ଦ ରହିଛି। ଫଳରେ ପନିପରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବା ଆଣିବା କରୁଥିବା ଗାଡିଗୁଡିକ ଯାତାୟାତ ବନ୍ଦ ଯୋଗୁଁ ଦରଦାମ ବୃଦ୍ଧିପାଉଛି। କାର୍ଯ୍ୟ ବିଳମ୍ବ ଯୋଗୁ ଏବେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଆହୁରି କିଛିଦିନ ମରାମତି କାର୍ଯ୍ୟରେ ସମୟ ଲାଗିବ ବୋଲି ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟଦେବ ଦେ କହିଛନ୍ତି। ଅନ୍ୟପକ୍ଷେ, ବ୍ରହ୍ମପୁର, ଭୁବନେଶ୍ୱର ଯାତାୟାତ କରୁଥିବା ସମସ୍ତ ବସ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଥିବା ବେଳେ ଶୁକ୍ରବାର ଏକ ଘରୋଇ ବସ୍‌କୁ ସେହିରାସ୍ତାରେ ବିପଦ ପୂର୍ଣ୍ଣଭାବେ ଯିବା ପାଇଁ ସୁଯୋଗ ଦିଆଯାଇଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ଯନ୍ତ୍ରୀ ଜୟଦେବ ଦେ କହିଛନ୍ତି ଯେ, ସ୍କୁଲ ଛୁଟି ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ଏକ ବସ୍‌କୁ ଛଡା ଯାଇଥିଲା ଆଉ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଭାରିଯାନ ଛଡା ନ ଯିବା ସହ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ କରାଯିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି...

ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା: ସୁସ୍ମିତା ବାଗ୍‌ଚୀ, ଆକାଶଙ୍କୁ ମଧ୍ୟ ସମତୁଲ୍ୟ ପଦବୀ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ...

‘କ୍ଷୟକ୍ଷତି ଆକଳନ କରି ତୁରନ୍ତ ଜଣାଅ’

ବାରିପଦା ଅଫିସ, ୨୯ା୮- ବିପର୍ଯ୍ୟୟ ପ୍ରଶମନ ଓ ରାଜସ୍ବ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା...

ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଜିଲା ଆଦିବାସୀ ସଂଘ

ଲୋଇସିଂହା,୬ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଦିବାସୀ ସଂଘ ଓ ଗୋଣ୍ଡଓନା ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଲୋଇସିଂହା ଓ ହୀରାପୁର ପଞ୍ଚାୟତର ୩୦ ଗରିବ ତଥା ଅସହାୟ...

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌

ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ...

ମଣ୍ଡିରେ କଟ୍‌ନିଛଟ୍‌ନିକୁ ବିରୋଧ

ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍‌ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି।...

୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ...

କୃଷକ ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

କୁଆମରା,୨।୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ସଦର ମହକୁମା ସାନଖୁଣ୍ଟା ପଞ୍ଚାୟତର ଚତୁର୍ଶିଳା ମୌଜାରେ ୨୦୧୯ରେ କୃଷକଙ୍କ ସ୍ବାର୍ଥ ଲାଗି ନିର୍ମାଣ ହୋଇଥିବା କୃଷକ...

Advertisement
Archives

Model This Week