ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ସପ୍ତାହରେ କେରଳ ଛୁଇଁଥିଲା। ଦୀର୍ଘ ୧୬ ବର୍ଷ ପରେ ଏହା ସଅଳ ଆସିଥିବାରୁ ଗରମ ଗୁଳୁଗୁଳିରୁ ସମସ୍ତେ ତ୍ରାହି ପାଇବା ସହ ଖୁସି ବ୍ୟକ୍ତ କରିଥିଲେ। କାରଣ ଭଲ ମୌସୁମୀ ବର୍ଷା କୃଷି ଉତ୍ପାଦନ ବୃଦ୍ଧି କରେ ଓ ଅର୍ଥନୀତିକୁ ସୁହାଏ। କିନ୍ତୁ ଆରମ୍ଭରୁ ମୌସୁମୀ ପ୍ରବେଶ ବଡ଼ ଧରଣର ବିପର୍ଯୟ ସୃଷ୍ଟି କରିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହା ପହଞ୍ଚତ୍ବା ପରେ ପ୍ରବଳ ବର୍ଷିବା ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟି ଏଯାବତ୍‌ ୩୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଜୁନ ୨ରେ ସିକିମ୍‌ର ଛତେନଠାରେ ଚାଲିଥିବା ଏକ ମିଲିଟାରି କ୍ୟାମ୍ପରେ ଭୂସ୍ଖଳନ ଯୋଗୁ ୩ ଯବାନଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ଅଛନ୍ତି। ଉତ୍ତର ପୂର୍ବାଞ୍ଚଳର ୮ଟି ରାଜ୍ୟ ମଧ୍ୟରୁ ବିଶେଷକରି ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ସିକ୍କିମ, ତ୍ରିପୁରା ଓ ମଣିପୁରରେ ବନ୍ୟା ଏବଂ ଭୂସ୍ଖଳନ କାରଣରୁ ପାଖାପାଖି ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଏବଂ ସେଠାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅରୁଣାଚଳପ୍ରଦେଶରେ ୧୦ ଜଣଙ୍କ ପ୍ରାଣ ଯାଇଛି।
ଦେଖିବାକୁ ଗଲେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ। ବନ୍ୟା ମଧ୍ୟ ହୋଇଥାଏ। କିନ୍ତୁ ପାହାଡ଼ ଅଞ୍ଚଳରେ କ୍ଷୟକ୍ଷତି ଅତ୍ୟନ୍ତ ସୀମିତ ରହିଥାଏ। ତେବେ ଭାରତବର୍ଷର ଉତ୍ତରାଖଣ୍ଡ ରାଜ୍ୟରୁ ଆରମ୍ଭ କରି ଅରୁଣାଚଳ ପର୍ଯ୍ୟନ୍ତ ତଥାକଥିତ ବିକାଶ ନାମରେ ଯେଉଁଭଳି ପରିବେଶକୁ ଧ୍ୱଂସ କରାଯାଉଛି, ସେଥିପାଇଁ ଜୀବନ ଏବଂ ସମ୍ପତ୍ତି ହାନି ବୃଦ୍ଧି ପାଉଛି। ବିଗତ ଦଶନ୍ଧିରେ ଉତ୍ତରପୂର୍ବାଞ୍ଚଳରେ ବର୍ଷା ଓ ତଜ୍ଜନିତ ଭୂସ୍ଖଳନ ତୀବ୍ରତା ଅନେକ ଗୁଣ ବୃଦ୍ଧି ପାଇଛି। ମୌସୁମୀ ବ୍ୟତୀତ ଅନିୟମିତ ପାଣିପାଗ ଯୋଗୁ ବର୍ଷର ଅନ୍ୟ ସମୟରେ ହେଉଥିବା ପ୍ରବଳ ବର୍ଷା ମଧ୍ୟ ଉତ୍ତରପୂର୍ବ ରାଜ୍ୟରେ ହଠାତ୍‌ ବନ୍ୟା ଓ ଭୂସ୍ଖଳନର କାରଣ ପାଲଟୁଛି। ଜିଓଗ୍ରାଫିକାଲ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୪ ମଧ୍ୟରେ ୫୯୨ଟି ଭୂସ୍ଖଳନ ହୋଇଥିବାବେଳେ କେବଳ ୨୦୨୪ରୁ ଏଯାବତ୍‌ ୧୯୬ଟି ଘଟିସାରିଲାଣି। ତେବେ ଏବେ ଘଟୁଥିବା ବନ୍ୟା ଓ ଭୂସ୍ଖଳନର ଭୟଙ୍କର ରୂପ ପଛରେ ଥିବା ବଡ଼ କାରଣ ହେଉଛି ପାଣିପାଗ ପ୍ରଣାଳୀରେ ପରିବର୍ତ୍ତନ ଓ ମଣିଷକୃତ କାର୍ଯ୍ୟକଳାପ। ପାହାଡ଼ ଓ ଘଞ୍ଚ ଜଙ୍ଗଲଘେରା ଏହି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିପାଇଁ ପାହାଡ଼ ଫଟାଇବାଠାରୁ ଆରମ୍ଭ କରି ଜଙ୍ଗଲ ଧ୍ୱଂସ କରାଯାଉଛି। କ୍ଷୁଦ୍ର ପ୍ରାକୃତିକ ଜଳଧାରର ଗତିରୋଧ ମଧ୍ୟ କରାଯାଉଛି। ବିଶେଷକରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବ୍ରହ୍ମପୁତ୍ର ଓ ବରାକ୍‌ ଦୁଇ ମୁଖ୍ୟ ନଦୀ ସହିତ ତିସ୍ତା, ଦିବଙ୍ଗ, ଟିଆଲ, ଡୋୟାଙ୍ଗ, ଲଙ୍ଗାଇ ଭଳି ଅନେକ ଛୋଟବଡ଼ ନଦୀ ପ୍ରବାହିତ ହେଉଛି। ଏବେ ଏହିସବୁ ନଦୀରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ତଥା ଏହାର ତଟବର୍ତ୍ତୀ ଅଞ୍ଚଳରେ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହ ନିକଟରେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି ଯେ, ଅରୁଣାଚଳପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର ଓ ତ୍ରିପୁରାରେ ୧୮୬ଟି ଜାତୀୟ ରାଜପଥ ପ୍ରକଳ୍ପ କାମ ଚାଲିଛି। ଉଦ୍‌ବେଗର ବିଷୟ ହେଉଛି, ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ (ଆଇଏସ୍‌ଏଫ୍‌ଆର୍‌)ର ତଥ୍ୟ। ଏଥିରେ ଦର୍ଶାଯାଇଛି ଯେ, ୨୦୧୩ରୁ ୨୦୨୩ ମଧ୍ୟରେ ସମଗ୍ର ଉତ୍ତରପୂର୍ବାଞ୍ଚଳରୁ ପାଖାପାଖି ୪ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ କରାଯାଇସାରିଲାଣି, ଯାହା ଗୋଆର ଆକାରଠାରୁ ଅଧିକ।
ଏହା ସତ ଯେ, ପରିବର୍ତ୍ତିତ ଜଳବାୟୁ ଯୋଗୁ ପାଣିପାଗ ମଧ୍ୟ ବଦଳି ଚାଲୁଛି। ତାହାକୁ ସାମ୍ନା କରିବା ଲାଗି ସବୁସ୍ତରରେ ପ୍ରସ୍ତୁତି ହେବା ଆବଶ୍ୟକ। ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳରେ ଗମନାଗମନ ଓ ପରିବହନକୁ ଗୁରୁତ୍ୱ ଦିଆଯିବା ଭଲ କଥା। କିନ୍ତୁ ସେଠାକାର ଭୌଗୋଳିକ ସ୍ଥିତି ଓ ଭଙ୍ଗୁର ଭୂପୃଷ୍ଠକୁ ଦେଖି ପରିସଂସ୍ଥାନକୁ କ୍ଷତି ନ ପହଞ୍ଚାଇଲା ଭଳି ଭିତ୍ତିଭୂମି ବିକଶିତ କରାଯିବା ଦରକାର। ଯେଉଁଠାରେ ସେସବୁକୁ ଅଣଦେଖା କରାଯାଉଛି, ସେଭଳି ସ୍ଥଳେ ବିପର୍ଯ୍ୟୟ ବଡ଼ ଆକାରରେ ଆସୁଛି। ଭିତ୍ତିଭୂମି ବିକାଶ ଯୋଜନା ପରିବେଶ ଉପଯୋଗୀ ହେଲେ ଅର୍ଥାତ୍‌ ପାହାଡ଼ ଓ ଜଙ୍ଗଲର କ୍ଷତି ହ୍ରାସ କରାଯାଇପାରିଲେ, ହୁଏତ ବିପତ୍ତିର ତୀବ୍ରତା କମ୍‌ କରାଯାଇପାରିବ। ଏଥିପାଇଁ ଆଗକୁ ଏକ ସମ୍ମିଳିତ ଯୋଜନା ହାତକୁ ନେବା ସହ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ଗଠନ ପାଇଁ ପ୍ରସ୍ତୁତ ହୋଇ ରହିଲେ ଦେଶର ସବୁ ପାହାଡ଼ିଆ ଅଞ୍ଚଳରେ ଅଧିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ହୁଏତ ଏହାର ପନ୍ଥା ହୋଇପାରେ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି। ସେହି ବିଭାଗ କେବଳ ଏହିଭଳି ପରିସଂସ୍ଥାଗତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଯେତେ ପ୍ରକାରର ବିକାଶ ପ୍ରକଳ୍ପ ହାତକୁ ନିଆଯିବ, ସେସବୁ ତାହାଦ୍ୱାରା ପରିଚାଳିତ ହେବ। ବିଶେଷ ଦୃଷ୍ଟି ଦିଆ ନ ଗଲେ ଏହିଭଳି କ୍ଷତି ଭବିଷ୍ୟତରେ ମଧ୍ୟ ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?