ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ ସଂଯୋଗ କରିଥିବା କଂକ୍ରିଟ ରାସ୍ତାରେ ଗତ କିଛି ଦିନର ଲଗାଣ ବର୍ଷାରେ ୧୨ ଫୁଟ ଗାତ ସୃଷ୍ଟି ହେବାରୁ ଲୋକେ ଯାତାୟାତ କରୁନାହାନ୍ତି। ସେଠାରେ ୧୫ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ୪ ପରିବାରଙ୍କୁ ନିକଟ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ବ୍ଲକ ପ୍ରଶାସନ ତରଫରୁ ଗାଁ ପରିସ୍ଥିତି ଅନୁଧ୍ୟାନ କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ମରାମତି ପାଇଁ ଜିଲା ପ୍ରଶାସନକୁ ରିପୋର୍ଟ କରଯାଇଛି।

ଅନ୍ୟପକ୍ଷରେ ପାଖାପାଖି ୧୦ ବର୍ଷ ତଳେ ଏହି ଢେପାଗୁଡ଼ା ଗ୍ରାମରେ ସମାନ ରାସ୍ତାରେ ପ୍ରବଳ ଜଳସ୍ରୋତ ଆସି ଭୂସ୍ଖଳନ ସୃଷ୍ଟି ହୋଇ ୧୫ ଫୁଟର ଦୁଇଟି ଗାତ ସୃଷ୍ଚି ହେବା ସହ ରାସ୍ତା ଧସିବା ଆରମ୍ଭ ହୋଇଥିଲା। ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇନ୍ଦ୍ରଗଡ଼ରେ ଏକ ବିଦ୍ୟାଳୟ ଗୃହରେ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଗ୍ରାମର ଅନ୍ୟ ଏକ ସ୍ଥାନରେ ୧୮ ପରିବାରଙ୍କୁ ଜମିପଟ୍ଟା ଯୋଗାଇଦେବା ସହ ଘର ତିଆରି ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଜଣେ ଦୁଇ ଜଣ ପରିବାରକୁ ଛାଡ଼ି ଦେଲେ ପ୍ରଥମ କିସ୍ତି ଟଙ୍କା ନେଇ କେହି ମଧ୍ୟ ଘର କାମ କରିନାହାନ୍ତି। ସେମାନେ ପୁଣିଥରେ ପୂର୍ବ ବିପଦ ପୂର୍ଣ୍ଣ ଜାଗାରେ ହିଁ ରହି ଆସୁଥିଲେ। ବର୍ତ୍ତମାନ ସେହି ସ୍ଥାନରେ ପୁଣି ଥରେ ଭୂସ୍ଖଳନ ଅନ୍ୟତ୍ର ସ୍ଥାନାନ୍ତରକୁ ନେଇ ପ୍ରଶ୍ନ ଉଠିବା ସହ ଏହା ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଛି।

ଏ ନେଇ ରାଇକିଆ ବିଡିଓ ସବ୍ୟସାଚୀ ସାହୁ କହିଛନ୍ତି, ରାସ୍ତା ଓ ସୃଷ୍ଟି ହୋଇଥିବା ଗର୍ତ୍ତକୁ ମରାମତି କରାଯାଇ ସ୍ବାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କର ଅସମ୍ପୂର୍ଣ୍ଣ ଘର କାମକୁ ନେଇ ସମସ୍ୟା ସୃଷ୍ଚି ହୋଇଛି। ପୂର୍ବରୁ ପ୍ରଶାସନ ତରଫରୁ ସମସ୍ତ ସହାୟତା ସତ୍ତ୍ୱେ ଟଙ୍କା ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଘରକାମ ନ କରିବା ଯୋଗୁ ଗ୍ରାମବାସୀଙ୍କୁ ଘର ତିଆରି ସହାୟତାକୁ ନେଇ ଅସୁବିଧା ଉପୁଜୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?