ସୀମାନ୍ତରେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର

ମାଲକାନଗିରି,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛିା
ସୂଚନାନୁଯାୟୀ ଶନିବାର ରାତିରେ ୨୦୬ କୋବ୍ରା ବାଟାଲିୟନର ଯବାନମାନେ କୁମ୍ବିଂ ଅପରେଶନ ସାରି ଫେରୁଥିବା ବେଳେ ମାଓାବାଦୀମାନଙ୍କ ଦ୍ୱାରା ରଖା ଯାଇଥିବା ତିନୋଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ମାଲକାନଗିରି ସଦର ମହକୁମାରୁ ମାତ୍ର ୪୦ କିଲୋମିଟର ଦୂରରେ ଛତିଶଗଡ଼ ସୁକୁମା ଥାନା ଗୁର୍କାପାଲ କ୍ୟାମ୍ପର କୋବ୍ରା ବାହିନୀ କୁମ୍ବିଂ ଅପରେଶନ ସାରି ଫେରୁଥିବା ବିଷୟ ମାଓବାଦୀମାନେ ଆଗରୁ ଜାଣି ତାଲମେଟଲା ନିକଟରେ ଏହି ଲ୍ୟାଣ୍ଡମାଇନ ରଖିଥିଲେ। ଫଳରେ ରାତି ହୋଇଯାଇଥିବାରୁ ଲ୍ୟାଣ୍ଡମାଇନ ସମ୍ବନ୍ଧରେ କୋବ୍ରା ବାହିନୀ ଜାଣି ପାରି ନ ଥିଲେ। ଫଳରେ ଉକ୍ତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲାା ତେବେ ଏଥିରେ ମୃତ୍ୟୁ ଘଟିଥିବା କୋବ୍ରା କମାଣ୍ଡାଣ୍ଟ ନିତିନ ବାଲେରୋ ବୋଲି ସୂଚନା ମିଳିଛି। ଦିନେଶ ସିଂ ନାମକ ଆଉ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ରାୟପୁର ସ୍ଥାନାନ୍ତର କରାଯିବା ସହ ଅନ୍ୟ ଗୁରୁତରମାନଙ୍କୁ ମଧ୍ୟ ରାୟପୁର ସ୍ଥାନାନ୍ତର କରାଯାଇଛିା ବର୍ତ୍ତମାନ ଉକ୍ତ ଅଞ୍ଚଳକୁ ବିଏସ୍‌ଏଫ୍‌ ଯବାନମାନେ ଚାରିପଟୁ ଘେରି ରହିଛନ୍ତି। ଉକ୍ତ ଅଞ୍ଚଳକୁ କୌଣସି ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡା ଯାଉ ନ ଥିବା ବେଳେ ମାଲକାନଗିରି ସୁକୁମା ରାସ୍ତା ଯୋଗାଯୋଗ ବନ୍ଦ କରି ଦିଆଯାଇଛିା ସୁକୁମା ଜିଲାର ସମସ୍ତ ରାସ୍ତାରେ ଯାନବାହନକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିବା ସୁକୁମା ଏସ୍‌ପିଥ କେ.ଏଲ୍‌. ଧ୍ରୁବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ଲୋକେ ମନାକଲେ: ଯୁବକମାନେ କଲେ ଶବ ସତ୍କାର

ବଡ଼ଗାଁ, ୨୯।୧୧ (ଡି.ଏନ.ଏ)- ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜର ଲୋକେ ଶବ ସତ୍କାର କରିବାକୁ ମନା କରିଦେଲେ। ଶବ ଘରେ ପଡିରହିଥିଲା। ଶେଷରେ...

ଗାଈକୁ ପିଟି ପିଟି ମାରି ମାଂସ ବିକ୍ରି କରୁଥିଲେ: ଜଣଙ୍କୁ ବାନ୍ଧିଲା ହରିଚନ୍ଦନପୁର ପୋଲିସ

କେନ୍ଦୁଝର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଶଗଡ଼ପଟା ପଞ୍ଚାୟତର ଖଡ଼ିବାହାଳୀ ଗ୍ରାମରେ ଏକ ଗାଈକୁ ପିଟି ପିଟି ମାରିଦେଇ ମାଂସ କାଟି ବିକିବା ଅଭିଯୋଗରେ ଜଣେ...

ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ

କଟକ ଅଫିସ,୨୦।୬: ସୂଚନା ଅଧିକାର ଆଇନ୍‌ ପରିସରକୁ ଆସିବ ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦୁର୍ନୀତି...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ସ୍ବାମୀ-ଦିଅର ଅଟକ

ଛତ୍ରପୁର,୨୮ା୬(ଡି.ଏନ୍‌.ଏ.): ଛତ୍ରପୁର ଥାନା ଅଧୀନ ବଳରାମପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ।...

ଆଜିଠୁ ବନ୍ଦ ହେଲା ସମସ୍ତ ବେଳାଭୂମି

ବ୍ରହ୍ମପୁର ଅଫିସ,୧୩ା୧: ସାରା ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଗୁରୁବାର ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଆଜି ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହବିଷିଆଳି ଶିବିରରେ ଅଘଟଣ: ୩ ଗୁରୁତର

ପୁରୀ ଅଫିସ,୧୬।୧୦: ଶ୍ରୀକ୍ଷେତ୍ରରେ ଚାଲିଛି କାର୍ତ୍ତିକ ବ୍ରତ। ଏଠାରେ ଲକ୍ଷାଧିକ ଭକ୍ତ, ହବିଷିଆଳିଙ୍କ ସମାଗମ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ...

ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ...

Advertisement
Archives

Model This Week