ସବୁଜିମାରେ ଭରିଲା ଲଣ୍ଡା ପାହାଡ଼

ସମ୍ବଲପୁର,୨୩।୧୦(ବ୍ୟୁରୋ): ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଯୋଜନାଗୁଡିକ କାର୍ଯ୍ୟକାରୀ କରାଯାଉଛି। ଏହି ସହଭାଗିତା ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ସାହାସପୁର ପଞ୍ଚାୟତ ସାଲେସିଂ ଗ୍ରାମରେ। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଏହି ଗ୍ରାମକୁ ୨୦୧୮ ମସିହାରେ ହାତକୁ ନେଇଥିଲା। ସେତେବେଳେ ଲୋକଙ୍କ ଜୀବନଜୀବିକାର ଉନ୍ନତି ସହ ଗ୍ରାମ ନିକଟରେ ଥିବା ଶୁଗୁଲିଆ ଶିକ ନାମକ ଲଣ୍ଡା ପାହାଡ଼କୁ ସବୁଜିମା କରିବା ଲକ୍ଷ୍ୟ ରହିଥିଲା। ଏବେ ଏହି ଲକ୍ଷ୍ୟ ପୂରା ହୋଇଛି। ଲଣ୍ଡା ପାହାଡ଼ ସବୁଜିମା ହୋଇଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ସଦସ୍ୟ ବିଭିନ୍ନ ଯୋଜନାରେ ସାମିଲ ହୋଇ ଲାଭ ପାଉଛନ୍ତି। ଛତୁ ଚାଷ, ମାଛ ଚାଷ, କୁକୁଡ଼ା ଚାଷ କରିବା ସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖନନ କରି ରୋଜଗାର ସୃଷ୍ଟି କରିପାରିଛନ୍ତି। ଏହା ଦ୍ୱାରା ଆର୍ଥତ୍କ ଓ ସାମାଜିକ ସ୍ଥିତିରେ ସୁଧାର ଆସିଥିବା ଗ୍ରାମର ରୁନୁ ମଲ୍ଲିକ, ଜ୍ୟୋତି ସେଠ ପ୍ରମୁଖ କହିଛନ୍ତି।
ସେମାନେ ଆହୁରି କହିଛନ୍ତି, ପୂର୍ବରୁ ଅନେକ ସମସ୍ୟା ମଧ୍ୟରେ ପରିବାର ଚଳାଇବାକୁ ପଡୁଥିଲା। ନିକଟରେ ଥିବା ପାହାଡ଼ ଲଣ୍ଡା ହୋଇରହିଥିଲା। ୩ବର୍ଷ ପୂର୍ବେ ବନ ବିଭାଗ ପକ୍ଷରୁ ପ୍ରଥମେ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ମତ୍ସ୍ୟ ବିଭାଗ, ପ୍ରାଣୀଧନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମିଶନ ଶକ୍ତି, ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ତାଲିମ ଦିଆଯାଇଥିଲା। ଗ୍ରାମର ଅଧିକାଂଶ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ୪୨ ପରିବାର କୁକୁଡ଼ା ପାଳନ କରୁଥିବାବେଳେ ୫ ଗୋଟି ଏସ୍‌ଏଚ୍‌ଜିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସେହିପରି ମା’ ଶିବାନୀ ଏସ୍‌ଏଚ୍‌ଜି ସଦସ୍ୟ ମତ୍ସ୍ୟଚାଷ କରୁଛନ୍ତି। ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମାଛ ଚାଷରେ ବର୍ଷକୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ଏବେ ପରିବାର ପ୍ରତିପୋଷଣରେ ପୂର୍ବଭଳି ସମସ୍ୟା ରହୁ ନାହିଁ। ଅନ୍ୟପଟେ ଗ୍ରାମ ନିକଟରେ ଥିବା ଲଣ୍ଡା ପାହାଡ଼ ସାଲେସିଂ ବନ ସୁରକ୍ଷା ସମିତି ଉଦ୍ୟମରେ ସବୁଜିମାରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ୩ ବର୍ଷରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରାଯାଇଛି। ଏଠାରେ ୩୦ ହଜାରରୁ ଅଧିକ ଚାରା ରୋପଣ ହୋଇଛି। ବନ ସୁରକ୍ଷା ସମିତି ସଦସ୍ୟାସଦସ୍ୟ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି। ଯତ୍ନ ନେବାଠାରୁ ସୁରକ୍ଷା ଦେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଉଛନ୍ତି। ୩୨ ହେକ୍ଟର ଜମିରେ ପିଜୁଳି, ଜାମୁ, ଅଇଁଲା, କୁସୁମ, ତେନ୍ତଲି, ମହାଲିଙ୍ଗ, ଡୁଙ୍ଗୁରୀ,ପଣସ, କରଞ୍ଜ ଆଦି ଗଛ ରହିଛି। ସେହିପରି ୬ ହେକ୍ଟର ଜମିରେ ଗୋ ଖାଦ୍ୟ ଓ ଜାଳେଣି କାଠ ପାଇଁ ବବୁଲ, ସେସୁଁଆ ଭଳି ଗଛ ଲଗାଇଛନ୍ତି। ସରକାରଙ୍କ ଯୋଜନାରେ ସାମିଲ ହୋଇ ଗ୍ରାମବାସୀ ରୋଜଗାରକ୍ଷମ ହୋଇପାରିଛନ୍ତି। ହେଲେ ଅନ୍ୟ ବିଭାଗ ଓ ଅଧିକ ସହାୟତା ଦିଆଗଲେ ଗାଁର ଆହୁରି ବିକାଶ ହୋଇପାରନ୍ତା ବୋଲି ସେମାନେ କହିଛନ୍ତି। ସମ୍ବଲପୁର ଡିଏଫ୍‌ଓ ବି. ନୀଳାମ୍ବର କହିଛନ୍ତି, ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କ ଆର୍ଥତ୍କ ଓ ସାମାଜିକ ସ୍ଥିତିର ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ସାଲେସିଂ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ଏହା ଜାରି ରହିବ। ବିଶେଷ କରି ଏଥିରେ ଲୋକମାନଙ୍କ ଇଚ୍ଛାଶକ୍ତି ରହିବା ଆବଶ୍ୟକ। ଅଧିକ ଲୋକ ଯୋଜନାରେ ସାମିଲ ହୋଇ ଲାଭ ଉଠାଇବାକୁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri