ସବୁଜିମାରେ ଭରିଲା ଲଣ୍ଡା ପାହାଡ଼

ସମ୍ବଲପୁର,୨୩।୧୦(ବ୍ୟୁରୋ): ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଯୋଜନାଗୁଡିକ କାର୍ଯ୍ୟକାରୀ କରାଯାଉଛି। ଏହି ସହଭାଗିତା ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ସାହାସପୁର ପଞ୍ଚାୟତ ସାଲେସିଂ ଗ୍ରାମରେ। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଏହି ଗ୍ରାମକୁ ୨୦୧୮ ମସିହାରେ ହାତକୁ ନେଇଥିଲା। ସେତେବେଳେ ଲୋକଙ୍କ ଜୀବନଜୀବିକାର ଉନ୍ନତି ସହ ଗ୍ରାମ ନିକଟରେ ଥିବା ଶୁଗୁଲିଆ ଶିକ ନାମକ ଲଣ୍ଡା ପାହାଡ଼କୁ ସବୁଜିମା କରିବା ଲକ୍ଷ୍ୟ ରହିଥିଲା। ଏବେ ଏହି ଲକ୍ଷ୍ୟ ପୂରା ହୋଇଛି। ଲଣ୍ଡା ପାହାଡ଼ ସବୁଜିମା ହୋଇଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ସଦସ୍ୟ ବିଭିନ୍ନ ଯୋଜନାରେ ସାମିଲ ହୋଇ ଲାଭ ପାଉଛନ୍ତି। ଛତୁ ଚାଷ, ମାଛ ଚାଷ, କୁକୁଡ଼ା ଚାଷ କରିବା ସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖନନ କରି ରୋଜଗାର ସୃଷ୍ଟି କରିପାରିଛନ୍ତି। ଏହା ଦ୍ୱାରା ଆର୍ଥତ୍କ ଓ ସାମାଜିକ ସ୍ଥିତିରେ ସୁଧାର ଆସିଥିବା ଗ୍ରାମର ରୁନୁ ମଲ୍ଲିକ, ଜ୍ୟୋତି ସେଠ ପ୍ରମୁଖ କହିଛନ୍ତି।
ସେମାନେ ଆହୁରି କହିଛନ୍ତି, ପୂର୍ବରୁ ଅନେକ ସମସ୍ୟା ମଧ୍ୟରେ ପରିବାର ଚଳାଇବାକୁ ପଡୁଥିଲା। ନିକଟରେ ଥିବା ପାହାଡ଼ ଲଣ୍ଡା ହୋଇରହିଥିଲା। ୩ବର୍ଷ ପୂର୍ବେ ବନ ବିଭାଗ ପକ୍ଷରୁ ପ୍ରଥମେ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ମତ୍ସ୍ୟ ବିଭାଗ, ପ୍ରାଣୀଧନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମିଶନ ଶକ୍ତି, ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ତାଲିମ ଦିଆଯାଇଥିଲା। ଗ୍ରାମର ଅଧିକାଂଶ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ୪୨ ପରିବାର କୁକୁଡ଼ା ପାଳନ କରୁଥିବାବେଳେ ୫ ଗୋଟି ଏସ୍‌ଏଚ୍‌ଜିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସେହିପରି ମା’ ଶିବାନୀ ଏସ୍‌ଏଚ୍‌ଜି ସଦସ୍ୟ ମତ୍ସ୍ୟଚାଷ କରୁଛନ୍ତି। ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମାଛ ଚାଷରେ ବର୍ଷକୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ଏବେ ପରିବାର ପ୍ରତିପୋଷଣରେ ପୂର୍ବଭଳି ସମସ୍ୟା ରହୁ ନାହିଁ। ଅନ୍ୟପଟେ ଗ୍ରାମ ନିକଟରେ ଥିବା ଲଣ୍ଡା ପାହାଡ଼ ସାଲେସିଂ ବନ ସୁରକ୍ଷା ସମିତି ଉଦ୍ୟମରେ ସବୁଜିମାରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ୩ ବର୍ଷରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରାଯାଇଛି। ଏଠାରେ ୩୦ ହଜାରରୁ ଅଧିକ ଚାରା ରୋପଣ ହୋଇଛି। ବନ ସୁରକ୍ଷା ସମିତି ସଦସ୍ୟାସଦସ୍ୟ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି। ଯତ୍ନ ନେବାଠାରୁ ସୁରକ୍ଷା ଦେବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଉଛନ୍ତି। ୩୨ ହେକ୍ଟର ଜମିରେ ପିଜୁଳି, ଜାମୁ, ଅଇଁଲା, କୁସୁମ, ତେନ୍ତଲି, ମହାଲିଙ୍ଗ, ଡୁଙ୍ଗୁରୀ,ପଣସ, କରଞ୍ଜ ଆଦି ଗଛ ରହିଛି। ସେହିପରି ୬ ହେକ୍ଟର ଜମିରେ ଗୋ ଖାଦ୍ୟ ଓ ଜାଳେଣି କାଠ ପାଇଁ ବବୁଲ, ସେସୁଁଆ ଭଳି ଗଛ ଲଗାଇଛନ୍ତି। ସରକାରଙ୍କ ଯୋଜନାରେ ସାମିଲ ହୋଇ ଗ୍ରାମବାସୀ ରୋଜଗାରକ୍ଷମ ହୋଇପାରିଛନ୍ତି। ହେଲେ ଅନ୍ୟ ବିଭାଗ ଓ ଅଧିକ ସହାୟତା ଦିଆଗଲେ ଗାଁର ଆହୁରି ବିକାଶ ହୋଇପାରନ୍ତା ବୋଲି ସେମାନେ କହିଛନ୍ତି। ସମ୍ବଲପୁର ଡିଏଫ୍‌ଓ ବି. ନୀଳାମ୍ବର କହିଛନ୍ତି, ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କ ଆର୍ଥତ୍କ ଓ ସାମାଜିକ ସ୍ଥିତିର ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ସାଲେସିଂ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗକୁ ଏହା ଜାରି ରହିବ। ବିଶେଷ କରି ଏଥିରେ ଲୋକମାନଙ୍କ ଇଚ୍ଛାଶକ୍ତି ରହିବା ଆବଶ୍ୟକ। ଅଧିକ ଲୋକ ଯୋଜନାରେ ସାମିଲ ହୋଇ ଲାଭ ଉଠାଇବାକୁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri