ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥାରେ ରହିବ ଜମି ମାଲିକଙ୍କ ଅଧିକାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଚଳିତ ମାସ ୩୦ ତାରିଖରୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ନୂଆ ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ଏହି ଶିଳ୍ପ ନୀତିକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଚଳିତ ମାସ ୩୦ ତାରିଖରୁ ଡିସେମ୍ବର ୪ ଯାଏ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଏହି ନୂଆ ଶିଳ୍ପ ନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ। ମିଳିଥିବା ସୂଚନା ଅନୁସାରେ, ପ୍ରସ୍ତାବିତ ଶିଳ୍ପ ନୀତିରେ ୨ଟି ନୂଆ ଆର୍ଥିକ କରିଡର ନିର୍ମାଣ ହେବ। ଏଥିସହିତ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସମେତ ନୂଆ କରି ‘ଲ୍ୟାଣ୍ଡ ପୁଲିଂ ସ୍କିମ’ ମଧ୍ୟ ପ୍ରଚଳନ ହେବ। ଯେଉଁଥିରେ ଘରୋଇ ଜମି ମାଲିକଙ୍କ ଜମିକୁ ଇଡ୍‌କୋ ଆଣି ତାକୁ ଶିଳ୍ପାଞ୍ଚଳ ଭାବେ ବିକଶିତ କରିବ। ସେହି ଜମିରେ ଉଭୟ ଇଡ୍‌କୋ ଓ ସମ୍ପୃକ୍ତ ଜମି ମାଲିକଙ୍କର ଲିଜ୍‌ ଅଧିକାର ରହିବ।
ପ୍ରସ୍ତାବିତ ଶିଳ୍ପ ନୀତିରେ ରାଜ୍ୟରେ ପୂର୍ବ ଓ ପଶ୍ଚିମକୁ ଯୋଡ଼ିବା ପାଇଁ ନୂଆ ଆର୍ଥିକ କରିଡର ନିର୍ମାଣ ହେବ। ଖୋର୍ଦ୍ଧା-ଝାରସୁଗୁଡ଼ା ମଧ୍ୟରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଇଷ୍ଟ-ୱେଷ୍ଟ କରିଡର ଇକୋନୋମିକ କରିଡର ଖୋର୍ଦ୍ଧା, କଟକ, ଅନୁଗୋଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲା ମଧ୍ୟଦେଇ ଅତିକ୍ରମ କରିବ। ସେହିପରି ଅନ୍ୟ ଏକ ଆର୍ଥିକ କରିଡର ୨ଟି ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳ ଅଞ୍ଚଳକୁ ସଂଯୋଗ କରିବ। ଓଡ଼ିଶା ଇଷ୍ଟକୋଷ୍ଟ ଇକୋନୋମିକ କରିଡର ଭାବେ ଗୋପାଳପୁର-ଭୁବନେଶ୍ୱର-କଳିଙ୍ଗନଗର (ଜିବିକେ) ଏବଂ ପାରାଦୀପ-କେନ୍ଦ୍ରାପଡ଼ା-ଧାମରା-ସୁବର୍ଣ୍ଣରେଖା (ପିକେଡିଏସ୍‌) ନିର୍ମାଣ ହେବ। ସେହିପରି ଲ୍ୟାଣ୍ଡ ପୁଲିଂ ସ୍କିମ୍‌ ଭଳି ନୂଆ ଯୋଜନା ମାଧ୍ୟମରେ ଘରୋଇ ଲୋକଙ୍କୁ ନିଜର ଜମି ଦେବା ନିମନ୍ତେ ପ୍ରୋତ୍ସାହିତ କରାଯିବ। ସେଥିରେ ଘରୋଇ ଲୋକମାନେ ନିଜର ଜମି ଇଡ୍‌କୋକୁ ଦେବେ। ଇଡ୍‌କୋ ସେହି ଜମିକୁ ଶିଳ୍ପାଞ୍ଚଳ ଭାବେ ବିକଶିତ କରିବ। ଯେଉଁଥିରୁ କିଛି ଅଂଶର ଲିଜ୍‌ ଅଧିକାର(ଜମିର ପରିମାଣ ଉପରେ ନିର୍ଭର କରେ) ଜମି ମାଲିକଙ୍କ ପାଖରେ ରହିବ ଓ ବାକି ଲିଜ୍‌ ଅଧିକାର ଇଡ୍‌କୋ ପାଖରେ ରହିବ। ଏହି ଶିଳ୍ପାଞ୍ଚଳରେ ଯିଏ ଶିଳ୍ପ ପ୍ରତିଷ୍ଠା କରିବ ସେ ଇଡ୍‌କୋ କିମ୍ବା ଜମି ମାଲିକଙ୍କଠୁ ତାହା ନେଇପାରିବ।
ଓଡ଼ିଶାକୁ ପୂର୍ବ ଭାରତର ଔଦ୍ୟୋଗିକ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ଏହି ପ୍ରସ୍ତାବିତ ନୂଆ ଶିଳ୍ପ ନୀତିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ବିଭିନ୍ନ ଔଦ୍ୟୋଗିକ ସଂଘ, ପ୍ରତିନିଧି, ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞ, ସରକାରୀ ବିଭାଗ ଓ ହିତାଧିକାରୀଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟ ସରକାର ଏହି ଶିଳ୍ପ ନୀତି-୨୦୨୨କୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଏହି ନୂଆ ଶିଳ୍ପ ନୀତି ମାଧ୍ୟମରେ ଓଡ଼ିଶାକୁ ଦକ୍ଷିଣ ଓ ପୂର୍ବ ଏସିଆ ନିମନ୍ତେ ବାଣିଜ୍ୟ ଓ ବ୍ୟବସାୟ ପ୍ରବେଶ ଦ୍ୱାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri