ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ ୩-୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ଅଧିକ ୬ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଦିଆଯିବ। କିନ୍ତୁ ଅସଲ କଥା ହେଉଛି, ରାଜ୍ୟରେ କୃଷିର ବିକାଶ ଅନ୍ୟ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ନ ହେଉନାହିଁ। ଏହାର କାରଣ ରାଜ୍ୟର ୮୫ଭାଗ ନାମକୁମାତ୍ର ଚାଷୀ ଅଛନ୍ତି ଏବଂ ଅନ୍ୟ ସମସ୍ତେ ଜମିର ମାଲିକ। କୃଷି ବିକାଶ ନିମନ୍ତେ ଅଧିକ ଜମିକୁ ଜଳଯୋଗାଣ, ଉତ୍ତମ ବିହନ ପ୍ରୟୋଗ, ଅଧିକ ସାର ଓ କୀଟନାଶକ ବ୍ୟବହାର ପାଇଁ ନାମକୁମାତ୍ର ଚାଷୀଙ୍କ ହାତରେ ଅର୍ଥ ନାହିଁ। ତେଣୁ ଏହି ଚାଷୀମାନେ ସରକାରୀ ସୂତ୍ରରୁ ହେଉ ବା ବ୍ୟବସାୟ ସୂତ୍ରରୁ ହେଉ ରଣ କରିବାକୁ ବାଧ୍ୟ ହୁଅନ୍ତି ଅଧିକ ଅମଳ କରିବା ପାଇଁ।
ଓଡ଼ିଶା ହେଉଛି ଏକମାତ୍ର ଖାଉଟି ରାଜ୍ୟ, ଯେଉଁଠାରେ ଅଧିକ ଲୋକ ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନିର୍ଭର କରନ୍ତି। ଧାନ, ମକା, କିଛି ପରିବା, ଦୁଗ୍ଧ, କିଛି ଫଳମୂଳକୁ ବାଦ୍‌ ଦେଇ ଆଉ ସବୁ ଜିନିଷ ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଥାଏ। ଓଡ଼ିଶାର କୃଷକଙ୍କ ମଧ୍ୟରେ ୮୫ଭାଗ ଲୋକ ନାମକୁମାତ୍ର ଚାଷୀ ହୋଇଥିବାରୁ କୃଷି ଉପତ୍ାଦନ ସେମାନଙ୍କର ଆର୍ଥିକ ଅବସ୍ଥା ଓ ଜଳ, ସାର, ଉତ୍ତମ ବୀଜ ଇତ୍ୟାଦିର ପ୍ରୟୋଗ ଉପରେ ନିର୍ଭର କରେ। ଏହି ନାମକୁମାତ୍ର ଚାଷୀଙ୍କ ହାତରେ ଅର୍ଥ ନାହିଁ, ଯଦ୍ଦ୍ବାରା ସେମାନେ ଅଧିକ ଉପତ୍ାଦନ ପାଇଁ ରଣ ଆଣି ତାହାର ସଦୁପଯୋଗ କରିବେ। ଯେଉଁ କେତେକ କୃଷକ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କ ପରିବାରର ଆବଶ୍ୟକତା ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ପରିଶୋଧ କରିବା ସମ୍ଭବ ହେଉନାହିଁ। ଫଳ, ପରିବା, ମାଛ, ଅଣ୍ଡା, କୁକୁଡ଼ା ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ଲୁଗା, ଲୁଙ୍ଗି, ଗାମୁଛା ଇତ୍ୟାଦି ପ୍ରାୟ ଜିନିଷ ଓଡ଼ିଶାବାସୀଙ୍କୁ କ୍ରୟ କରିବାକୁ ପଡ଼ିଥାଏ। ଫଳରେ ଧାନ, ମକା ଆଉ ଅନ୍ୟାନ୍ୟ କିଛି ସାମଗ୍ରୀ ବିକ୍ରି କରି ସେମାନେ ଯାହା ଉପାର୍ଜନ କରନ୍ତି, ବାହାରୁ ଆସୁଥିବା ସାମଗ୍ରୀ କ୍ରୟ କରିବା ଦ୍ୱାରା ହାତରେ ଅର୍ଥ ରହେନାହିଁ।
ମୂଳକଥା ହେଉଛି, କୃଷି ଉପତ୍ାଦନ ବୃଦ୍ଧି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁନାହିଁ କାହିଁକି। ମୂଳ ପ୍ରସଙ୍ଗ ହେଉଛି, ଭାଗଚାଷୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ପ୍ରକୃତ ଚାଷୀଙ୍କ ହାତରେ ଜମି ନ ଥିବାରୁ ଜମିରୁ ଅଧିକ ଫସଲ ଉତାରିବା ପାଇଁ ଋଣକରି ଜଳ, ବିହନ, ସାର କ୍ରୟ କରିବା ପାଇଁ ସେ ସାହସ କରିପାରୁନାହିଁ। କାରଣ ଓଡ଼ିଶାରେ ବନ୍ୟା, ମରୁଡ଼ି, ବାତ୍ୟା ଗୋଟିଏ ପରେ ଗୋଟିଏ ଲାଗି ରହିଥାଏ। ଏଥିରୁ ବୁଝିବାକୁ ହେବ ଯେ ଭାଗଚାଷ ପ୍ରଥାର ସଂସ୍କାର ଜରୁରୀ ଏବଂ ଚାଷୀ ଯେ ପର୍ଯ୍ୟନ୍ତ ଜମିର ମାଲିକ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଚାଷ ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିପାରିବ ନାହିଁ। ଗତ ଦଶବର୍ଷ ମଧ୍ୟରେ ଯଦି ଆମ୍ବ, ସପେଟା, ଲିଚୁ, ଅମୃତଭଣ୍ଡା ଇତ୍ୟାଦି ଉପତ୍ାଦନ ଆଶାନୁରୂପ ବଢ଼ିଥାଏ ଏବଂ ସେହିପରି ମାଛ, କୁକୁଡ଼ା, ଅଣ୍ଡା ଇତ୍ୟାଦିର ଆମଦାନୀ କିଛି ପରିମାଣରେ କମିଥାଏ; ତେବେ ଚାଷୀକୁ ତା’ ସମସ୍ୟା ପାଇଁ ଦୋଷ ଦେଇ ହେବନାହିଁ। କାରଣ ତା’ ପାଖରେ ଅର୍ଥ ନାହିଁ କି ସେ ଜମିର ମାଲିକ ନୁହେଁ। ଗତ ୨-୩ ବର୍ଷ ଧରି ଚାଷୀମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ଏବଂ ଏହା ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ ପ୍ରାକୃତିକ ବିପତ୍ତିରୁ ଚାଷୀକୁ ଯେଉଁସବୁ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ୁଛି, ସେ ବିଷୟରେ ସମାଧାନର ଶକ୍ତି ତା’ ହାତରେ ନାହିଁ। ବଳକା ଫଳମୂଳ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ଅଭାବ ରହିଛି। ଫଳ ପ୍ରକ୍ରିୟାକରଣ ମଧ୍ୟ ସହଜ ହେଉନାହିଁ। ଜଳସେଚନର ସୁବ୍ୟବସ୍ଥା, ଉତ୍ତମ ବିହନ, କୀଟନାଶକ ଓ ସାର ଉପଯୋଗ ପାଇଁ ତା’ ହାତରେ ଯଦି କିଛି ପାଣ୍ଠି ନରହେ, ତେବେ କୃଷି ସହିତ ଆନୁଷଙ୍ଗିକ ଧନ୍ଦାଗୁଡ଼ିକର ବିକାଶ କରିବା ସମ୍ଭବ ହେବନାହିଁ। ତାହା ନହେଲା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଦୂରୀକରଣ ଦୂର କରିବା ସମ୍ଭବ ନୁହେଁ।
ଅନେକ ବର୍ଷ ପରେ ରାଜ୍ୟରେ ନବଗଠିତ ଡବଲ ଇଞ୍ଜିନ ସରକାର କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଭାଗଚାଷୀମାନଙ୍କ ସ୍ବାର୍ଥକୁ ଜଗିବେ ସରକାର। ଆଣିବେ ନୂଆ ଆଇନ। ଜମି ନ ଥାଇ ମଧ୍ୟ ସେମାନେ ଋଣ ପାଇପାରିବେ। ଓଡ଼ିଶା ଭଳି ପ୍ରାକୃତିକ ଦୁର୍ବିପାକପ୍ରବଣ ରାଜ୍ୟରେ ବିପର୍ଯ୍ୟୟରେ ଫସଲହାନି ହେଲେ ଇନପୁଟ ସବ୍‌ସିଡି ସହ ବୀମାରାଶି ମଧ୍ୟ ପାଇବାକୁ ହକ୍‌ଦାର ହେବେ। ଏଥିପାଇଁ ସରକାର ନୀତି ଆୟୋଗ ଢାଞ୍ଚାରେ ନୂଆ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ି ଚିଠା ବିଲ୍‌ ପ୍ରସ୍ତୁତ କରିଛନ୍ତି। ଏ ଚିଠା ପ୍ରାଥମିକ ପର୍ଯ୍ୟାୟରେ ଅଛି। ଖୁବ୍‌ଶୀଘ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହା ସହ ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ରାଜ୍ୟର ଚାଷୀ ଓ ଭାଗଚାଷୀଙ୍କ ମତାମତ ଲୋଡ଼ିଲେ। ଜମି ମାଲିକଙ୍କ ମତ ଲୋଡ଼ିବା ପରେ ସରକାର ଏ ନେଇ ଆଗେଇବା ପାଇଁ ଯାଉଛନ୍ତି।
ସୂଚନାଯୋଗ୍ୟ, ଭାଗଚାଷୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାକୁ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଆଇନରେ ସେଭଳି କିଛି ବ୍ୟବସ୍ଥା ନଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରେ ରାଜସ୍ବ ବିଭାଗ ଇନ୍‌ପୁଟ ସବ୍‌ସିଡି ଆକାରରେ ସହାୟତା ଦେଇଥାଏ। ମାତ୍ର ଭାଗଚାଷୀଙ୍କ ପାଇଁ କିଛି ଆଇନ ନ ଥିବାରୁ ଏହାର ଲାଭ ଜମି ମାଲିକମାନେ ପାଇଥାଆନ୍ତି। ରାଜ୍ୟ ସରକାରଙ୍କ ୨୦୧୫-୧୬ କୃଷି ଗଣନା ଦର୍ଶାଉଛି, ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୯୫ ହଜାର ୧୮୪ ଭାଗଚାଷୀଙ୍କୁ ଚିହ୍ନଟ କରାଯାଇଛି। ମାତ୍ର ବେସରକାରୀ କୃଷକ ସଂଗଠନଙ୍କ ଦାବି ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ୧୫ ଲକ୍ଷ ଡେଇଁଯିବ ବୋଲି ମତ ରଖୁଛନ୍ତି। ଭାଗଚାଷୀଙ୍କୁ ଋଣ ଯୋଗାଇବାକୁ ସରକାର ‘ବଳରାମ’ ଯୋଜନା ଆଣିଥିଲେ। ମାତ୍ର ଏ ଯୋଜନାର ସୁଫଳ ଭାଗଚାଷୀଙ୍କୁ ବିଶେଷ ମିଳୁନି। ଭାଗଚାଷୀମାନେ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଏହି ଋଣ ପାଇଁ ଆବେଦନ କରୁଛନ୍ତି। ଏଥିରେ ଯାହା ଋଣ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ଗୋଟିଏ ଗୋଷ୍ଠୀ ସର୍ବାଧିକ ୨ଲକ୍ଷ ଟଙ୍କା ଋଣ ପାଇବାର ନିୟମ ରହିଛି। ଜାତୀୟକରଣ କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ‘ବଳରାମ’ରେ ଋଣ ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରିଛନ୍ତି।
ନୂଆ ସରକାର ‘ସମୃଦ୍ଧ କୃଷକ ଯୋଜନା’ରେ ୬ ହଜାର କୋଟି ଖର୍ଚ୍ଚ କରିବାକୁ ପାଣ୍ଠି ବରାଦ କରିଛନ୍ତି। ଏହି ଯୋଜନା ଅନୁଯାୟୀ ୩୮ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଫସଲ ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବ୍ୟାଙ୍କ ଋଣ ସହ ଧାନ ବିକ୍ରି କରିବାକୁ ମଧ୍ୟ ପଞ୍ଜୀକରଣ ବେଳେ ଭାଗ ଚାଷୀଙ୍କୁ ସହାୟତା କରିବା ପାଇଁ ସ୍ବତନ୍ତ୍ର ସେଲ ଗଠନ କରିଛନ୍ତି। ଏଠାରେ ଆମେ କହି ରଖୁଛୁ ଯେ, ଭାଗଚାଷୀ ମାଲିକଙ୍କ ନିକଟରୁ ବର୍ଷକ ପାଇଁ ଚାଷଜମି ଲିଜ୍‌ରେ ନେଇଥାନ୍ତି। ସେ ଦୁଇଜଣଙ୍କ ରାଜିନାମା ଅନୁଯାୟୀ ଏଥିପାଇଁ ଧାନ ଫସଲରୁ ଅଧା ଓ ରବି ଫସଲର ଦୁଇ ପଞ୍ଚମାଂଶ ଜମି ମାଲିକଙ୍କୁ ଦେବାକୁ ପଡ଼ିଥାଏ। ଭାଗଚାଷୀ ପ୍ରାକୃତିକ ବିପର୍ଯ୍ୟୟର କ୍ଷତି ସହେ। ଅଭାବୀ ବିକ୍ରିର ଶିକାର ହୁଏ। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ସାମିଲ ହୋଇ ପାରିନଥାଏ। ଏହାବାଦ୍‌ ନିଜ ନାମରେ ଜମି ପଟ୍ଟା ନ ଥିବାରୁ ସରକାରୀ ସୁବିଧା କିମ୍ବା କ୍ଷତିପୂରଣ ପାଇପାରୁନି।
ଭାଗଚାଷୀ ଆଇନ ଚିଠା ବିଲ୍‌ ପ୍ରସ୍ତୁତି ବେଳେ ସରକାର ସ୍ଥିର କରିଥିଲେ, ଓଡ଼ିଶା ଲ୍ୟାଣ୍ଡ ରିଫର୍ମ ଆକ୍ଟ-୧୯୬୦ରେ ସରକାର ସଂଶୋଧନ ଆଣିବେ। ଜମି ମାଲିକଙ୍କ ସହ ଭାଗଚାଷୀମାନେ ଏକ ଚୁକ୍ତି କରିବେ। ଉଭୟଙ୍କ ସ୍ବାର୍ଥକୁ ସୁହାଇଲା ଭଳି ସରକାରୀ ଫର୍ମାଟ୍‌ରେ ଏ କାଗଜପତ୍ର କାମ ହେବ। ସରପଞ୍ଚଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଏଥିରେ ସ୍ବାକ୍ଷର କରିବେ। ଏହାର ବୈଧତାକୁ ଆବଶ୍ୟକସ୍ଥଳେ ଯାଞ୍ଚ କରିବାକୁ ଏହାର ନକଲ ରାଜସ୍ବ ନିରୀକ୍ଷକ ଏବଂ ତହସିଲ ଅଫିସରେ ରଖାଯିବ। ନୂଆ ବ୍ୟବସ୍ଥାରେ ଜମି ମାଲିକଙ୍କ ହାତରୁ ଜମି ଭାଗଚାଷୀ ନିକଟକୁ ଚାଲିଯିବନି କିମ୍ବା ଭାଗଚାଷୀ ମଧ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବନି। ଖୁବ୍‌ଶୀଘ୍ର ସରକାରୀ ଭାବେ ଏକ ଚିଠା ବିଲ୍‌ ପ୍ରସ୍ତୁତ ହେବାକୁ ଯାଉଛି, ଯଦ୍ଦ୍ବାରା ସରକାର ଭାଗଚାଷୀଙ୍କ ସ୍ବାର୍ଥର ସୁରକ୍ଷା କରିପାରିବେ ଏବଂ ଓଡ଼ିଶାରେ ଏହି ସ୍ବତନ୍ତ୍ର ଆଇନ ଅନ୍ତର୍ଭୁକ୍ତ ଭାଗଚାଷୀମାନେ ଚାଷବାସରେ ଯଥେଷ୍ଟ ଅଗ୍ରଗତି କରିପାରିବେ।

ଗଙ୍ଗାଧର ସାମଲ
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୮୩୨୮୯୪୮୬୪୩

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri