ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ ପାଣିରେ ଭସାଇବା ଲାଗି ସୋଲ ବନ୍ଧାଯାଇ କଣ୍ଟାକୁ ଭିତରକୁ ଦିଆଯାଏ। କଣ୍ଟାରେ ଜିଆ ଗୁନ୍ଥି ଲୋକଟି ଗାଡ଼ିଆରେ ମାଛଧରେ। ଯେତେବେଳେ ମାଛ ଜିଆକୁ ଟାଣେ ସୋଲ ଉପର ତଳ ହେବା ଜାଣି ଧରାଳି ତତ୍‌କ୍ଷଣାତ୍‌ ତାହାକୁ ଭୂଇଁ ଉପରକୁ ଛାଟେ ଓ ମାଛ ପାଏ। ମାଛ ଧରିବା ସକାଶେ ବନିଶି ମାଧ୍ୟମ ହୋଇଥିବା ବେଳେ ଜିଆ ଥୋପର କାମ କରେ। ଆଜିର ରାଜନୈତିକ ପାଣିରୁ ମାଛ ମାରିବା ପାଇଁ ପ୍ରାୟ ପ୍ରତ୍ୟେକ ଦଳ ବନିଶି ଧରି ବସିଛନ୍ତି।
କୌତୂହଳର ବିଷୟ ହେଉଛି ଅଳ୍ପ ଗଭୀର ପାଣିକୁ ଦୃଷ୍ଟି ପକାଇଲେ ମାଛଙ୍କର ମେଳି ସ୍ପଷ୍ଟ ଦିଶିଯାଉଛି। ଯେତେବେଳେ ଜଣେ ଶିଳ୍ପପତିଙ୍କ ଝିଅ ବାହାଘର ମଉଜ ମଜଲିସ୍‌ ଆରମ୍ଭ ହେଲା ସେତେବେଳେ ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌, ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ଓ ଏନ୍‌ସିପି (ଶରଦଚନ୍ଦ୍ର ପାଓ୍ବାର) ସାଂସଦ ସୁପ୍ରିୟା ସୁଲେ ଏକ ସଙ୍ଗେ ମଞ୍ଚ ଉପରେ ନାଚିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସେତେବେଳେ ସମସ୍ତଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଥିବ। ଯେଉଁ ଦେଶବାସୀ ବୁଝିବାକୁ ଚାହିଁବେ ନାହିଁ ସେମାନଙ୍କୁ ବୁଝାଇବା ଅସମ୍ଭବ। ଯେଉଁ ନାଗରିକ ଏହି ଖେଳର ଅଳ୍ପ ଭିତରକୁ ଦେଖିବେ ସେଥିରୁ ବୁଝିପାରିବେ ଯେ ଏହି ବିବାହ ଘଟଣା କେବଳ ନୁହେଁ, ସମଗ୍ର ଦେଶର ରାଜନେତା, ଶିଳ୍ପପତି, ଅମଲାତନ୍ତ୍ରୀ ଏବଂ ନ୍ୟାୟାଧୀଶମାନେ ମିଳିମିଶି ସୁଖଶାନ୍ତିରେ ଅଛନ୍ତି। ଏମାନଙ୍କ ମଧ୍ୟରେ କୌଣସି ଦ୍ୱେଷ କିମ୍ବା ମତଭେଦ ଥିଲାଭଳି ମନେ ହୁଏନାହିଁ। ତାହାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ଯେଉଁଥିରୁ ମୁଖ୍ୟ କାରଣ ହେଉଛି ଯେ, ଆଜିର ରାଜନେତାମାନଙ୍କ ହୃଦୟରେ ଦେଶବାସୀଙ୍କ ପାଇଁ ତିଳେମାତ୍ର ଦରଦ ନାହିଁ। ସମ୍ଭବତଃ ସେଥିପାଇଁ ଗୋଟିଏ ମାଛ ପରେ ଆଉ ଗୋଟେ ମାଛ ଧରିଲା ଭଳି ଉଭୟ ସରକାରୀ ଓ ଅଣସରକାରୀ ଦଳଗୁଡ଼ିକ ବନିଶି ପକାଇବାରେ ବ୍ୟସ୍ତ।
ନିକଟ ଅତୀତକୁ ଦେଖିଲେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଜିଆ ଭଳି ଦେଶରେ ପକାଇବା ପାଇଁ ସରକାର ଚିନ୍ତା କରୁଥିବାବେଳେ ଅଣସରକାରୀ ଦଳଗୁଡ଼ିକ ସେହି ଜିଆକୁ ଖାଇବା ପାଇଁ ସମ୍ପୂର୍ଣ୍ଣ ଡ୍ରାମା କରି ଦେଶବାସୀଙ୍କୁ ବାଉଳା କରୁଛନ୍ତି। ପ୍ରଥମେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି କାର୍ଯ୍ୟରୁ ଏହି ଖେଳ ଦୃଷ୍ଟିକୁ ଆସିଲା। ଅବଶ୍ୟ ତା’ପୂର୍ବରୁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକର କୁଫଳ ଆଜି ପର୍ଯ୍ୟନ୍ତ ଦେଶ ସହିବାକୁ ବାଧ୍ୟ ହେଉଛି। ପରବର୍ତ୍ତୀ ସମୟରେ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ଠାରୁ ଏବର ବନ୍ଦେ ମାତରମ୍‌, ନ୍ୟାଶନାଲ ହେରାଲ୍ଡ ମାମଲା ଏବଂ ଆଜି ଭିତରେ ମହାତ୍ମା ଗାନ୍ଧୀଙ୍କ ନାମକୁ କାଢ଼ି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ‘ଜି ରାମ୍‌ଜି’ ପୁନଃ ନାମିତ କରିବାର ଜିଆ ପୋଖରୀ ପାଣିକୁ ଗୋଳିଆ କରିଚାଲିଛି। ଅଣ ସରକାରୀ ଓ ବିରୋଧୀ ଦଳଗୁଡ଼ିକ ସେହି ଗୋଳିଆ ପାଣିର ଖୁବ୍‌ ଭଲ ଲାଭ ଉଠାଇ ନାଚଗୀତରେ ମଜ୍ଜିରହିବା ସହିତ ପ୍ରବଳ ଫାଇଦାରେ ରହୁଛନ୍ତି। ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର ଦୁଇ ମୁଖ୍ୟ ସୁନିଶ୍ଚିତ ବନ୍ଧା ହେବେ ବୋଲି ତଳତଳିଆ ସରକାରୀ ସମର୍ଥକ ଛାତିପିଟି କହୁଥିବା ବେଳେ ଉପରର ଖେଳ ବୁଝିଲା ଭଳି ବୁଦ୍ଧି ସେମାନଙ୍କର ଜନ୍ମି ନାହିଁ ବୋଲି ସେହି ମାମଲା ଖାରଜ ଖବର ପଢ଼ିଥିବା ସମସ୍ତ ନାଗରିକ ଭଲ ଭାବେ ବୁଝି ପାରିଥିବେ। ଯଦି ଯୁକ୍ତିତର୍କରେ ମୁଣ୍ଡ ନ ପୂରାଇ ଯେକୌଣସି ଭାରତୀୟ ନାଗରିକ ଆଜିର ରାଜନୈତିକ ପରିବେଶକୁ ଦେଖିପାରିବ, ସ୍ପଷ୍ଟ ଭାବେ ଆଭ୍ୟନ୍ତରୀଣ ମୁଝାମଣା ସମ୍ପର୍କରେ ହୃଦ୍‌ବୋଧ କରିପାରିବ। ଏଥିପାଇଁ କୌଣସି ମହାନ୍‌ ବିଦ୍ୱାନ୍‌ ହେବାର ପ୍ରୟୋଜନ ନାହିଁ। ବିରୋଧୀ ଦଳର ମୁଖିଆ ସାଜିଥିବା ବ୍ୟକ୍ତି ବିଭିନ୍ନ ଅପ୍ରାସଙ୍ଗିକ ବିଷୟକୁ ଉଠାଇ ଦେଶର ଦୃଷ୍ଟିକୁ ଏପାଖସେପାଖ କରିବାରେ ସଫଳତା ପାଇପାରୁଛନ୍ତି। ସେଭଳି ବିରୋଧୀଙ୍କୁ ଅତି ଭଲ ଭାବେ ପୋଷି ରଖିବାର କଳା କେନ୍ଦ୍ରକୁ ଜଣା, ସେଥିପାଇଁ ଇଡି ଦ୍ୱାରା ଦାଏର କରାଯାଇଥିବା ନ୍ୟାଶନାଲ୍‌ ହେରାଲ୍ଡ ମାମଲାକୁ ସରକାରୀ ସପକ୍ଷବାଦୀ ବିଚାରପତି ଅତି ସହଜରେ ପ୍ରମାଣ ନାହିଁ କହି ଖାରଜ କରିଦେଲେ। ଏହିଭଳି ପରିସ୍ଥିତିରେ ଆଜି ଭାରତର ଜନସାଧାରଣ ପୋଖରୀ ଭିତରେ ଡୁବ ମାରୁଛନ୍ତି। ତଳ ସ୍ତରରେ ଆମେସବୁ ଯୁକ୍ତିତର୍କ, ହଣାକଟା ଏବଂ ମାର୍‌ପିଟ କରି ଭାବୁଛୁ ଆମେ ଆମ ନେତାଙ୍କୁ ରକ୍ଷାକଲୁ। ଉପରସ୍ତରରେ ନେତା ସମସ୍ତେ ଚତୁରେ କୋଳାକୋଳି। ପୋଖରୀରେ ‘ଜିଆ ଖାଉଛି ମାଛକୁ’ ଦୃଶ୍ୟ ଭାରତର ସାଧାରଣ ନାଗରିକ ଦେଖୁଛି। କିନ୍ତୁ ବୁଝିବାରେ ଅସଫଳ ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ କିଭଳି ଭାବେ ଖସୁଛି। ଦେଶର ଅର୍ଥନୀତି କେଉଁଠାରେ ପହଞ୍ଚିପାରିଛି ଏବଂ ଭାରତ ତା’ର ଆଜି ବୈଦେଶିକ ନୀତିରେ ସମ୍ପୂର୍ଣ୍ଣ ଅସଫଳତା ପ୍ରଦର୍ଶନ କରାଇ ପୃଥିବୀରେ ମିତ୍ରବିହୀନ ରାଷ୍ଟ୍ର ଭାବେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?