ନିଶା ନିଶା ଦେଶ

ସୋମବାର ନ୍ୟାଶନାଲ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ଆନୁମାନିକ ୨,୩୮୧ କୋଟି ଟଙ୍କା ମୂଲ୍ୟର ୧.୪୪ ଲକ୍ଷ କେ.ଜି. ନିଶାଦ୍ରବ୍ୟ ନଷ୍ଟ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍‌ ନ୍ୟାଶନାଲ ସିକ୍ୟୁରିଟି ସମ୍ମଳନୀରେ ସମସ୍ତ ରାଜ୍ୟର ଆଣ୍ଟି ନାର୍କୋଟିକ୍ସ ଟାସ୍କଫୋର୍ସ ସହ ସମନ୍ବୟ ରକ୍ଷାକରି ଏହାକୁ ନଷ୍ଟ କରାଯାଇଥିଲା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭର୍ଚୁଆଲି ଏହାକୁ ନିରୀକ୍ଷଣ କରିଥିଲେ। ଏହି ପଦକ୍ଷେପ ସହ ଗତ ବର୍ଷକ ମଧ୍ୟରେ ଦେଶରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ମୋଟ ୧୦ ଲକ୍ଷ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି ଓ ଏହା ଏକ ବଡ଼ ସଫଳତା ବୋଲି ଶାହା କହିିଥିଲେ। ତାଙ୍କ ମତରେ, ଯୁବକଙ୍କୁ ନିଶା ପ୍ରଭାବରୁ ମୁକ୍ତ କରିବା ସହ ଦେଶକୁ ବେଆଇନ ନିଶାଦ୍ରବ୍ୟରୁ ସୁରକ୍ଷିତ ରଖିବାକୁ ଉକ୍ତ ଡ୍ରଗ୍ସ ବିରୋଧୀ ଯୁଦ୍ଧ ଚାଲିଛି। ଗୋଟିଏପଟେ ଡ୍ରଗ୍ସ ନଷ୍ଟ କରିବା ପ୍ରକ୍ରିୟା ଚାଲିଥିବାେବେଳ ଅନ୍ୟପଟେ ଏହାର ବେପାର ତା’ସହ ତାଳ ଦେଇ ବଢ଼ିଚାଲିଛି। ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଶାଦ୍ରବ୍ୟ ଚୋରା କାରବାରର ଏକ ସୁବିଧା ପଥ ପାଲଟିଗଲାଣି। ଆଫଗାନିସ୍ତାନ, ପାକିସ୍ତାନ, ଇରାନ୍‌ ଆଦି ଦେଶରୁ ହେରୋଇନ୍‌, ଅଫିମ ଏବଂ ବ୍ରାଉନ୍‌ସୁଗାର ପ୍ରଚୁର ପରିମାଣରେ ଭାରତକୁ ଆସୁଛି, ଯାହାର ପ୍ରମାଣ ବାରମ୍ବାର ଜବତ ଘଟଣାରୁ ଜଣାପଡ଼ୁଛି। ବର୍ଷକ ମଧ୍ୟରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ନଷ୍ଟ କରାଯିବାକୁ ନେଇ ସରକାର ପାରିବାପଣିଆ ଦେଖାଉଛନ୍ତି। କିନ୍ତୁ ୨୦୨୧ ସେପ୍ଟେମ୍ବରରେ ଆଦାନୀଙ୍କ ମାଲିକାନାରେ ଥିବା ମାନ୍ଦ୍ରା ବନ୍ଦରରୁ ଜବତ ହୋଇଥିବା ପ୍ରାୟ ୨୧,୦୦୦ କୋଟି ଟଙ୍କା ମୂଲ୍ୟର ୩,୦୦୦ କେ.ଜି. ହେରୋଇନ୍‌ ତୁଳନାରେ ସରକାରଙ୍କ ଏବକାର ଦାବି ଗୌଣ ଲାଗୁଛି। ସେ ସମୟରେ ବାହୁସ୍ଫୋଟ ନ ମାରି ବରଂ ସରକାର ଏହି କଥାକୁ ଚାପି ଦେବାର ଚେଷ୍ଟା କରିଥିଲେ। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ସୁନାପୁଅ ଆଦାନୀର ସେତେବେଳଯାଏ ଖରାପ ସମୟ ପଡ଼ି ନ ଥିଲା। ମାନ୍ଦ୍ରା ବନ୍ଦର ଜବତ ଘଟଣାକୁ ଦେଖିଲେ ଭାରତକୁ ଗୋଟିଏ ସମୟରେ ଯଦି ଏତେ ପରିମାଣର ଓ ମୂଲ୍ୟର ନିଶାଦ୍ରବ୍ୟ ଆସିପାରୁଛି, ତେବେ ସାମଗ୍ରିକ ଚାଲାଣର ପରିମାଣ କେତେ ଅଧିକ ହେବ ତାହା ଅନୁମାନ କରାଯାଇପାରେ।
ଅମିତ୍‌ ଶାହା ଏହା ମଧ୍ୟ ଦାବି କରିଛନ୍ତି ଯେ, ଉପା ସରକାରଙ୍କ ତୁଳନାରେ ଭାଜପା ସରକାରଙ୍କ ଅମଳରେ ଡ୍ରଗ୍ସ ଜବତ ହେବା, ମାମଲା ରୁଜୁ କରାଯିବା ଏବଂ ଗିରଫଦାରି ଢେର ବଢ଼ିଛି। ଶାହାଙ୍କ ମନ୍ତବ୍ୟ ପରୋକ୍ଷରେ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାରକୁ ମଧ୍ୟ ଇଙ୍ଗିତ କରୁଛି, ଯାହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେବା ଭଳି ମନେହେଉଛି। ୨୦୧୭ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ସର୍ଭେ ରିପୋର୍ଟରେ କୁହାଯାଇଥିଲା ଯେ, ୨୦୦୪ ତୁଳନାରେ ଭାରତରେ ଡ୍ରଗ୍ସ ବ୍ୟବହାର ବୃଦ୍ଧି ପାଇଛି। ୨୦୨୨ରେ ଏନ୍‌ସିବିର ଏକ ରିପୋର୍ଟ ଦର୍ଶାଇଥିଲା ଯେ, ବିଗତ ୮ ବର୍ଷରେ ନିଶା ଦ୍ରବ୍ୟ ବ୍ୟବହାରରେ ୭୦% ବୃଦ୍ଧି ଘଟିବା ସହ ୧୦ କୋଟି ଲୋକ ଏହା କବଳରେ ଅଛନ୍ତି। ସେହି ସମାନ ବର୍ଷ ନଭେମ୍ବରରେ ଜାତିସଂଘର ଡ୍ରଗ୍ସ ଆଣ୍ଡ୍‌ କ୍ରାଇମର ଓ୍ବାଲର୍‌ଡ ଡ୍ରଗ୍ସ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ନିଶାଦ୍ରବ୍ୟ ବ୍ୟବହାର ଦୃଷ୍ଟିକୋଣରୁ ଭାରତ ବିଶ୍ୱର ସବୁଠୁ ବଡ଼ ବଜାର ଓ ଏସବୁ ଆଫଗାନିସ୍ଥାନରୁ ଅଧିକ ଆସୁଛି। ବିଶେଷକରି ଜଳପଥରେ ବନ୍ଦର ଦେଇ ଅତ୍ୟଧିକ ନିଶାଦ୍ରବ୍ୟ ଭାରତରେ ପ୍ରବେଶ କରୁଥିବା ଏନ୍‌ସିବି ମଧ୍ୟ ସ୍ବୀକାର କରିଛି। ଏଣୁ କେବଳ ଡ୍ରଗ୍ସ ନଷ୍ଟ କରି ପୂର୍ବ ସରକାର ତୁଳନାରେ ଏବକାର ପ୍ରଚାର ସର୍ବସ୍ବ ସରକାର ବାହାବା ନେବା ପରିବର୍ତ୍ତେ ଏହାର ଚୋରା ଚାଲାଣ ଉପରେ କଠୋର ପଦକ୍ଷେପ ନେବା ଦରକାର। ନିଶାଦ୍ରବ୍ୟ ମାଫିଆଙ୍କ ସଙ୍ଗେ ଲଢ଼ିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇ ତା’ ପାଇଁ ପୃଥକ୍‌ ବଜେଟର ପ୍ରାବଧାନ ଏବଂ ମିଲେଟାରି ଓ ପାରାମିଲେଟାରି ବ୍ୟବସ୍ଥା କରାଯିବା ଆବଶ୍ୟକ। ଡ୍ରଗ୍ସ କାରବାରକୁ ଅନେକ ବିଲିୟନ ଡଲାର ଇଣ୍ଡଷ୍ଟ୍ରି ଭାବେ ଧରାଯାଇପାରେ। ଏଣୁ ଏହି କାରବାର ପଛରେ ଅର୍ଥ ଓ ବାହୁବଳ ସେହି ପରିମାଣରେ ରହିବା ସ୍ବାଭାବିକ। ଏବେ ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ସିକ୍ରେଟ ଓ୍ବେବ୍‌ସାଇଟ୍‌, କ୍ରିପ୍ଟୋକରେନ୍ସି ପେମଣ୍ଟ ଓ କୋରିୟର ସେବା ଏପରିକି ସୀମାରେ ଡ୍ରୋନ୍‌ ମାଧ୍ୟମରେ ଡ୍ରଗ୍ସ କାରବାର ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। କିନ୍ତୁ ଏ ସବୁଥିରେ ଭାରତର ଡ୍ରଗ୍ସ ନିୟନ୍ତ୍ରଣ ବ୍ୟବସ୍ଥା ପଛରେ ପଡ଼ିଯାଇଛି। ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଡ୍ରଗ୍ସ ବିରୋଧୀ ଦେଶ ଭାବେ ପରିଚିତ ଥାଇଲାଣ୍ଡ ନିକଟରେ ଗଞ୍ଜେଇ ବେପାରକୁ ଆଇନସମ୍ମତ କରି ଏହାର ଚୋରା ଚାଲାଣକୁ ଅନେକାଂଶରେ ନିୟନ୍ତ୍ରଣ କରିପାରିଛି। ମନେରଖିବାକୁ ହେବ ଯେ, ଥାଇଲାଣ୍ଡରେ ପୂର୍ବରୁ ନିଶାଦ୍ରଦ୍ୟ କାରବାରରେ ଜଡ଼ିତ ବ୍ୟକ୍ତିଙ୍କୁ ପାଶୀଦଣ୍ଡ ଦିଆଯାଉଥିଲା। ଥାଇଲାଣ୍ଡ ପରି ଭାରତରେ ଗଞ୍ଜେଇ ଭଳି ବହୁଳ ବେପାରକୁ ସୀମିତ ଭାବେ ଆଇନ ପରିସରକୁ ଅଣାଯାଇପାରିଲେ ତାହାର ନିୟନ୍ତ୍ରଣ କରିବା ସହଜ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?