ଜମି ବିବାଦ

Dillip Cherian

ହରିୟାଣାରେ ଏକ ବହୁଚର୍ଚ୍ଚିତ ଜମି କିଣାବିକାରେ ଜଣେ ବରିଷ୍ଠ ମହିଳା ଆଇଏଏସ୍‌ ଅଧିକାରୀ, ତାଙ୍କ ସ୍ବାମୀ ଏବଂ ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଜଡ଼ିତ ରହିବା ତଥା ଜମି କିଣାବିକାକୁ ପଞ୍ଚକୁଲା ରାଜସ୍ବ ଅଧିକାରୀ ବନ୍ଦ କରିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ପଞ୍ଚକୁଲା ନିକଟରେ ଏକ ରାଜ ପରିବାର ମାଲିକାନାରେ ଥିବା ଏହି ୧୪ ଏକର ଜମିର କିଣାବିକା ଉପରେ ଗତବର୍ଷ ସେପ୍ଟେମ୍ବରରେ ଅମ୍ବାଲା ଡିଭିଜନାଲ କମିଶନର ରେଣୁ ଫୁଲିଆ ଏକ ଦଶନ୍ଧିର ପୁରୁଣା ଆଇନଗତ ପ୍ରତିବନ୍ଧକ ଉଠାଇଦେବା ପାଇଁ ଅର୍ଦ୍ଧନ୍ୟାୟିକ ନିଷ୍ପତ୍ତି ନେବା ପରେ ଏହା ଆଲୋଚନାର ପରିସରକୁ ଆସିଥିଲା। ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଶଶି ଗୁଲାଟିଙ୍କ ଭାଇଙ୍କର ଏକ ଆବେଦନକୁ କେନ୍ଦ୍ରକରି ମାତ୍ର ୧୬ ଦିନ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ନିଷ୍ପତ୍ତି ପରେ ରେଣୁଙ୍କ ସ୍ବାମୀ, ବର୍ତ୍ତମାନର ରାଜ୍ୟ ସୂଚନା କମିଶନର ତଥା ପୂର୍ବତନ ଆଇଏଏସ୍‌ ଅଧିକାରୀ ଏସ.ଏସ୍‌. ଫୁଲିଆ ଏହି ଜମିରୁ ୫ ଏକର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସରକାରୀ ରେକର୍ଡ ଅନୁଯାୟୀ, ଶଶି ଗୁଲାଟି ଏହି ଜମି ମାଲିକାନା ପାଇଥିଲେ। କିନ୍ତୁ ଏଠାରେ ସମସ୍ୟା ହେଉଛି: ପଞ୍ଚକୁଲାର କିଛି ଅଞ୍ଚଳରେ ଜମି କିଣାବିକା ଉପରେ ୨୦ ବର୍ଷର ପ୍ରତିବନ୍ଧକ ରହିଛି। ପଞ୍ଚକୁଲାର ଏସ୍‌ଡିଏମ୍‌କୁ ଅତିରିକ୍ତ ଜମିର ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଫେବୃଆରୀ ୨୦୨୩ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେବା ଯୋଗୁ ସ୍ଥିତି ଖରାପ ହୋଇଥିଲା । ଅମ୍ବାଲା କମିଶନରଙ୍କ ନିକଟରେ ହୋଇଥିବା ଆବେଦନରେ ଶଶି ଗୁଲାଟିଙ୍କ ପରିବାର ସ୍ଥଗିତାଦେଶ ହଟାଇବାକୁ ଯୁକ୍ତି କରିଥିଲେ। ସ୍ଥଗିତାଦେଶ ରଦ୍ଦ କରିବାକୁ ରେଣୁ ଫୁଲିଆଙ୍କ ନିଷ୍ପତ୍ତି ସେପ୍ଟେମ୍ବର ୨୦୨୩ରେ ଏକ ଅର୍ଦ୍ଧନ୍ୟାୟିକ ଆଦେଶ ମାଧ୍ୟମରେ ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ ଏହି ଜମି ଅନୁମତିପ୍ରାପ୍ତ ଅଞ୍ଚଳରେ ରହିିଛି । ପୁଣି ଦର୍ଶାଇଥିଲେ ଯେ, କ୍ରୟ ପାଇଁ ସମସ୍ତ ସରକାରୀ ଅନୁମତି ମିଳିଛି । କିନ୍ତୁ ବିବାଦ ଥମିବାର ନାଁ ଧରୁନାହିଁ।
ଏୟାରପୋର୍ଟରେ ଡ୍ରାମା
ଗୁଆହାଟୀରେ ବିମାନବନ୍ଦରର ଡ୍ରାମା ଅଭିଯୋଗ ଓ ଅନୁସନ୍ଧାନରେ ଶେଷ ହୋଇଛି। ଏଥିରେ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ପଡ଼ିଛି। ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଶୀଘ୍ର ତାଙ୍କ ମୂଳ କ୍ୟାଡର ଉତ୍ତରପ୍ରଦେଶକୁ ଫେରାଇ ଦିଆଯିବା ସହ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ରୁ ବିଦା କରାଯାଇଛି। ଅବଶ୍ୟ ଏହାର କୌଣସି କାରଣ ଦିଆଯାଇ ନାହିଁ, କିନ୍ତୁ ଏହା ଯେଉଁଠୁ ଆରମ୍ଭ ହୋଇଥିଲା ତାହାକୁ ଦେଖିଲେ ଏହି ଘଟଣା ରହସ୍ୟମୟ ଲାଗିବ। ଭିସ୍ତାରା ଏୟାର ପାଇଲଟଙ୍କ ଷ୍ଟ୍ରାଇକ ହୁଏତ ଏହି ‘ସଙ୍କଟ’କୁ ଫିକା କରିଦେଇଥାଇପାରେ। ତଥାପି କ’ଣ ଘଟିଥିଲା ସେ ବିଷୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଗୃହ ମନ୍ତ୍ରଣାଳୟ ପ୍ରକାଶ କରିବାକୁ ଅନିଚ୍ଛୁକ ଥିଲେ ବି କିଛି ରୋଚକ ତଥ୍ୟ ବାହାରକୁ ଆସୁଛି। ଯାହା ଏବେ ଜଣାପଡିଛି, ଗୁଆହାଟୀ ବିମାନବନ୍ଦର ପୋଲିସ ମୁଖ୍ୟ ରାଜ୍ୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଉତ୍ତର-ପୂର୍ବ ଜୋନର ସିଆରପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଗୁଆହାଟୀ ବିମାନବନ୍ଦରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇଛନ୍ତି। ଜଣେ ମହିଳା ପୋଲିସ ଅଧିକାରୀ ଏହା ଉପରେ ପ୍ରାଥମିକ ଅନୁସନ୍ଧାନ କରିଥିଲେ। ତେବେ ଘଟଣାରେ ଥିବା ମହିଳା ଜଣକ ଏହି ମାମଲାକୁ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନେବା ଯୋଗୁ ପୋଲିସ ଅଧିକାରୀ ଜଣକ ରକ୍ଷା ପାଇଯାଇଥିଲେ। କ୍ଷମା ପ୍ରାର୍ଥନା ଘଟଣାର ଅନ୍ତ ଘଟାଇଥିଲା ଓ ଏବାବଦରେ କୌଣସି ମାମଲା ପଞ୍ଜୀକୃତ ହୋଇ ନ ଥିଲା। ଘଟଣାର ସମାଧାନ ହୋଇସାରିଥିଲେ ବି ଅଧିକାରୀ ଜଣକ ପଦବୀ ଛାଡ଼ି ତାଙ୍କ ଅସ୍ଥାୟୀ ନିଯୁକ୍ତିରୁ ବିଦାୟ ନେଇଛନ୍ତି। ବର୍ତ୍ତମାନ ତାଙ୍କର କ’ଣ ହେବ, ତାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। କିନ୍ତୁ ବର୍ତ୍ତମାନ ପାଇଁ ସେ ନିଜ ରାଜ୍ୟରେ ଅପେକ୍ଷା କରି ରହିବେ।
ରେଡ୍ଡୀଙ୍କ ପାଇଁ ସମସ୍ୟା
ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଏପି ମେଡ୍‌ଟେକ ଜୋନ୍‌ ପ୍ରତିଷ୍ଠାର ତଥାକଥିତ ଅନିୟମିତତାକୁ ନେଇ ନିକଟରେ ଗୁଞ୍ଜରଣ ଉଠିବା ସହ ଜାତୀୟ ସ୍ବାସ୍ଥ୍ୟ ମିଶନ ପାଣ୍ଠିର ଦୁରୁପଯୋଗ ଉପରେ ବି ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ପୁନମ ମାଲାକୋଣ୍ଡିଆ ଏବଂ ଏପି ମେଡ୍‌ଟେକ ଜୋନ୍‌ ସିଇଓ ଜିତେନ୍ଦ୍ର କୁମାର ଶର୍ମାଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଏପି ମେଡ୍‌ଟେକ ଜୋନ୍‌କୁ ନେଇ ଉଠିଥିବା ଅଭିଯୋଗଗୁଡ଼ିକ ସ୍ବାସ୍ଥ୍ୟସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ପାଣ୍ଠି ଆବଣ୍ଟନ ଏବଂ ତାହାର ବିନିଯୋଗର ଉତ୍ତରଦାୟିତ୍ୱ ଏବଂ ତଦାରଖ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ନିର୍ବାଚନ ଋତୁରେ ଏହି ପ୍ରସଙ୍ଗ ମୁଖ୍ୟତଃ ସରକାରୀ ବିରୋଧୀ ହାଓ୍ବାର ସମ୍ମୁଖୀନ ହେଉଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ତିନି ସପ୍ତାହ ମଧ୍ୟରେ କାଉଣ୍ଟର-ଆଫିଡାଭିଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ଏହି ସମସ୍ୟାର ତ୍ୱରିତ ସମାଧାନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାଜ୍ୟ ସରକାର ତାଙ୍କ ଭାବମୂର୍ତ୍ତିର ବଡ଼ କ୍ଷତି ନ କରି ଏହି ପ୍ରସଙ୍ଗ ଶୀଘ୍ର ଥମିଯାଉ ବୋଲି ଆଶା କରୁଥିବାବେଳେ ବିରୋଧୀମାନେ ସରକାରକୁ ସାମ୍ନାକୁ ଆଣି ହୁଏତ ଖୁସି ହେଉଥିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?