ଜମି ବିବାଦ

Dillip Cherian

ହରିୟାଣାରେ ଏକ ବହୁଚର୍ଚ୍ଚିତ ଜମି କିଣାବିକାରେ ଜଣେ ବରିଷ୍ଠ ମହିଳା ଆଇଏଏସ୍‌ ଅଧିକାରୀ, ତାଙ୍କ ସ୍ବାମୀ ଏବଂ ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଜଡ଼ିତ ରହିବା ତଥା ଜମି କିଣାବିକାକୁ ପଞ୍ଚକୁଲା ରାଜସ୍ବ ଅଧିକାରୀ ବନ୍ଦ କରିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ପଞ୍ଚକୁଲା ନିକଟରେ ଏକ ରାଜ ପରିବାର ମାଲିକାନାରେ ଥିବା ଏହି ୧୪ ଏକର ଜମିର କିଣାବିକା ଉପରେ ଗତବର୍ଷ ସେପ୍ଟେମ୍ବରରେ ଅମ୍ବାଲା ଡିଭିଜନାଲ କମିଶନର ରେଣୁ ଫୁଲିଆ ଏକ ଦଶନ୍ଧିର ପୁରୁଣା ଆଇନଗତ ପ୍ରତିବନ୍ଧକ ଉଠାଇଦେବା ପାଇଁ ଅର୍ଦ୍ଧନ୍ୟାୟିକ ନିଷ୍ପତ୍ତି ନେବା ପରେ ଏହା ଆଲୋଚନାର ପରିସରକୁ ଆସିଥିଲା। ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଶଶି ଗୁଲାଟିଙ୍କ ଭାଇଙ୍କର ଏକ ଆବେଦନକୁ କେନ୍ଦ୍ରକରି ମାତ୍ର ୧୬ ଦିନ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ନିଷ୍ପତ୍ତି ପରେ ରେଣୁଙ୍କ ସ୍ବାମୀ, ବର୍ତ୍ତମାନର ରାଜ୍ୟ ସୂଚନା କମିଶନର ତଥା ପୂର୍ବତନ ଆଇଏଏସ୍‌ ଅଧିକାରୀ ଏସ.ଏସ୍‌. ଫୁଲିଆ ଏହି ଜମିରୁ ୫ ଏକର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସରକାରୀ ରେକର୍ଡ ଅନୁଯାୟୀ, ଶଶି ଗୁଲାଟି ଏହି ଜମି ମାଲିକାନା ପାଇଥିଲେ। କିନ୍ତୁ ଏଠାରେ ସମସ୍ୟା ହେଉଛି: ପଞ୍ଚକୁଲାର କିଛି ଅଞ୍ଚଳରେ ଜମି କିଣାବିକା ଉପରେ ୨୦ ବର୍ଷର ପ୍ରତିବନ୍ଧକ ରହିଛି। ପଞ୍ଚକୁଲାର ଏସ୍‌ଡିଏମ୍‌କୁ ଅତିରିକ୍ତ ଜମିର ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଫେବୃଆରୀ ୨୦୨୩ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେବା ଯୋଗୁ ସ୍ଥିତି ଖରାପ ହୋଇଥିଲା । ଅମ୍ବାଲା କମିଶନରଙ୍କ ନିକଟରେ ହୋଇଥିବା ଆବେଦନରେ ଶଶି ଗୁଲାଟିଙ୍କ ପରିବାର ସ୍ଥଗିତାଦେଶ ହଟାଇବାକୁ ଯୁକ୍ତି କରିଥିଲେ। ସ୍ଥଗିତାଦେଶ ରଦ୍ଦ କରିବାକୁ ରେଣୁ ଫୁଲିଆଙ୍କ ନିଷ୍ପତ୍ତି ସେପ୍ଟେମ୍ବର ୨୦୨୩ରେ ଏକ ଅର୍ଦ୍ଧନ୍ୟାୟିକ ଆଦେଶ ମାଧ୍ୟମରେ ସାମ୍ନାକୁ ଆସିଥିଲା। ସେ କହିଥିଲେ ଯେ ଏହି ଜମି ଅନୁମତିପ୍ରାପ୍ତ ଅଞ୍ଚଳରେ ରହିିଛି । ପୁଣି ଦର୍ଶାଇଥିଲେ ଯେ, କ୍ରୟ ପାଇଁ ସମସ୍ତ ସରକାରୀ ଅନୁମତି ମିଳିଛି । କିନ୍ତୁ ବିବାଦ ଥମିବାର ନାଁ ଧରୁନାହିଁ।
ଏୟାରପୋର୍ଟରେ ଡ୍ରାମା
ଗୁଆହାଟୀରେ ବିମାନବନ୍ଦରର ଡ୍ରାମା ଅଭିଯୋଗ ଓ ଅନୁସନ୍ଧାନରେ ଶେଷ ହୋଇଛି। ଏଥିରେ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ପଡ଼ିଛି। ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଶୀଘ୍ର ତାଙ୍କ ମୂଳ କ୍ୟାଡର ଉତ୍ତରପ୍ରଦେଶକୁ ଫେରାଇ ଦିଆଯିବା ସହ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ରୁ ବିଦା କରାଯାଇଛି। ଅବଶ୍ୟ ଏହାର କୌଣସି କାରଣ ଦିଆଯାଇ ନାହିଁ, କିନ୍ତୁ ଏହା ଯେଉଁଠୁ ଆରମ୍ଭ ହୋଇଥିଲା ତାହାକୁ ଦେଖିଲେ ଏହି ଘଟଣା ରହସ୍ୟମୟ ଲାଗିବ। ଭିସ୍ତାରା ଏୟାର ପାଇଲଟଙ୍କ ଷ୍ଟ୍ରାଇକ ହୁଏତ ଏହି ‘ସଙ୍କଟ’କୁ ଫିକା କରିଦେଇଥାଇପାରେ। ତଥାପି କ’ଣ ଘଟିଥିଲା ସେ ବିଷୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଗୃହ ମନ୍ତ୍ରଣାଳୟ ପ୍ରକାଶ କରିବାକୁ ଅନିଚ୍ଛୁକ ଥିଲେ ବି କିଛି ରୋଚକ ତଥ୍ୟ ବାହାରକୁ ଆସୁଛି। ଯାହା ଏବେ ଜଣାପଡିଛି, ଗୁଆହାଟୀ ବିମାନବନ୍ଦର ପୋଲିସ ମୁଖ୍ୟ ରାଜ୍ୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଉତ୍ତର-ପୂର୍ବ ଜୋନର ସିଆରପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଗୁଆହାଟୀ ବିମାନବନ୍ଦରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇଛନ୍ତି। ଜଣେ ମହିଳା ପୋଲିସ ଅଧିକାରୀ ଏହା ଉପରେ ପ୍ରାଥମିକ ଅନୁସନ୍ଧାନ କରିଥିଲେ। ତେବେ ଘଟଣାରେ ଥିବା ମହିଳା ଜଣକ ଏହି ମାମଲାକୁ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନେବା ଯୋଗୁ ପୋଲିସ ଅଧିକାରୀ ଜଣକ ରକ୍ଷା ପାଇଯାଇଥିଲେ। କ୍ଷମା ପ୍ରାର୍ଥନା ଘଟଣାର ଅନ୍ତ ଘଟାଇଥିଲା ଓ ଏବାବଦରେ କୌଣସି ମାମଲା ପଞ୍ଜୀକୃତ ହୋଇ ନ ଥିଲା। ଘଟଣାର ସମାଧାନ ହୋଇସାରିଥିଲେ ବି ଅଧିକାରୀ ଜଣକ ପଦବୀ ଛାଡ଼ି ତାଙ୍କ ଅସ୍ଥାୟୀ ନିଯୁକ୍ତିରୁ ବିଦାୟ ନେଇଛନ୍ତି। ବର୍ତ୍ତମାନ ତାଙ୍କର କ’ଣ ହେବ, ତାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। କିନ୍ତୁ ବର୍ତ୍ତମାନ ପାଇଁ ସେ ନିଜ ରାଜ୍ୟରେ ଅପେକ୍ଷା କରି ରହିବେ।
ରେଡ୍ଡୀଙ୍କ ପାଇଁ ସମସ୍ୟା
ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଏପି ମେଡ୍‌ଟେକ ଜୋନ୍‌ ପ୍ରତିଷ୍ଠାର ତଥାକଥିତ ଅନିୟମିତତାକୁ ନେଇ ନିକଟରେ ଗୁଞ୍ଜରଣ ଉଠିବା ସହ ଜାତୀୟ ସ୍ବାସ୍ଥ୍ୟ ମିଶନ ପାଣ୍ଠିର ଦୁରୁପଯୋଗ ଉପରେ ବି ଚର୍ଚ୍ଚା ଜୋର ଧରିଛି। ଏ ସଂକ୍ରାନ୍ତରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ପୁନମ ମାଲାକୋଣ୍ଡିଆ ଏବଂ ଏପି ମେଡ୍‌ଟେକ ଜୋନ୍‌ ସିଇଓ ଜିତେନ୍ଦ୍ର କୁମାର ଶର୍ମାଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଏପି ମେଡ୍‌ଟେକ ଜୋନ୍‌କୁ ନେଇ ଉଠିଥିବା ଅଭିଯୋଗଗୁଡ଼ିକ ସ୍ବାସ୍ଥ୍ୟସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ପାଣ୍ଠି ଆବଣ୍ଟନ ଏବଂ ତାହାର ବିନିଯୋଗର ଉତ୍ତରଦାୟିତ୍ୱ ଏବଂ ତଦାରଖ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ନିର୍ବାଚନ ଋତୁରେ ଏହି ପ୍ରସଙ୍ଗ ମୁଖ୍ୟତଃ ସରକାରୀ ବିରୋଧୀ ହାଓ୍ବାର ସମ୍ମୁଖୀନ ହେଉଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ତିନି ସପ୍ତାହ ମଧ୍ୟରେ କାଉଣ୍ଟର-ଆଫିଡାଭିଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ଏହି ସମସ୍ୟାର ତ୍ୱରିତ ସମାଧାନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାଜ୍ୟ ସରକାର ତାଙ୍କ ଭାବମୂର୍ତ୍ତିର ବଡ଼ କ୍ଷତି ନ କରି ଏହି ପ୍ରସଙ୍ଗ ଶୀଘ୍ର ଥମିଯାଉ ବୋଲି ଆଶା କରୁଥିବାବେଳେ ବିରୋଧୀମାନେ ସରକାରକୁ ସାମ୍ନାକୁ ଆଣି ହୁଏତ ଖୁସି ହେଉଥିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri