ଭୂମି ଅଧିଗ୍ରହଣ, ବନ ବିଭାଗ ସର୍ତ୍ତାବଳୀ ଅଡୁଆ

ରାଉରକେଲା ଅଫିସ, ୪।୬: ରାଉରକେଲା ହକି ଛକ ଭାୟା ବନ୍ଧମୁଣ୍ଡା-ଜରେଇକେଲା ୨୫କିମି ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯାଇଛି। ଫଳରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର ହୋଇ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏବଂ ବନ ବିଭାଗର ସର୍ତ୍ତାବଳୀ ଅଡ଼ୁଆ ସାଜିଛି। ଫଳରେ ନିର୍ଦ୍ଧାରିତ ସମୟରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ଏନ୍‌ଏଚ୍‌ ପାଇଁ ୫.୯୮ଏକର ବେସରକାରୀ ଓ ୨୧.୧୪୦ ଏକର ସରକାରୀ ଜମି ଅଧିଗ୍ରହଣ ହେବ। ଅଧିଗ୍ରହଣ ହେବାକୁ ଥିବା ସରକାରୀ ଓ ବେସରକାରୀ ଜମିରେ ହଜାର ହଜାର ଲୋକ ଦୋକାନ ବଜାର କରି ଜିବିକା ନିର୍ବାହ କରୁଛନ୍ତି। ବେସରକାରୀ ଜମିର ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ମିଲିଯିବ। ମାତ୍ର ସରକାରୀ ଜମିରେ ଦୋକାନ ବଜାର କରିଥିବା ଲୋକଙ୍କୁ କ୍ଷତିପୂରଣ ମିଲିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ମଧ୍ୟରେ ଭୂମି ଅଧିଗ୍ରହଣକୁ ନେଇ ବିରୋଧୀଙ୍କ ସ୍ବର ଶାଣିତ ହେବାରେ ଲାଗିଛି। ସେହିପରି ଏହି ଏନ୍‌ଏଚ୍‌-୩୨୦(ଡି) ପାଇଁ ସମୁଦାୟ ୧୭୨୩ ବୃକ୍ଷ କଟାଯିବା ପାଇଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୧ଶହରୁ ଊର୍ଦ୍ଧ୍ୱ ଆମ୍ବ, ଲିମ୍ବ, ତେନ୍ତୁଳି ଆଦି ବିଶାଳକାୟ ବୃକ୍ଷ ବଳି ପଡିବ। ଏ ନେଇ ଜାତୀୟ ରାଜପଥ ବିଭାଗ ଓ ବନ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତି ହୋଇଛି। ମାତ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ବନ ବିଭାଗକୁ ଫାଇନାଲ ରିପୋର୍ଟ ହସ୍ତାନ୍ତର ହୋଇନାହିଁ। ରାସ୍ତା ପାଇଁ କଟାଯିବାକୁ ଥିବା ମୋଟ୍‌ ଗଛର ଦୁଇଗୁଣା ବୃକ୍ଷରୋପଣ କରିବାକୁ ବନ ବିଭାଗ ସର୍ତ୍ତ ରଖିଛି। ସେହିପରି ରାସ୍ତାରେ ୩ଟି ପ୍ରକୃଷ୍ଟ ହାତୀ ଚଲାପଥ ପାଇଁ ଅଣ୍ଡରପାସ୍‌ କନଷ୍ଟ୍ରକ୍‌ଶନ ନିର୍ମାଣ କରିବାକୁ ସର୍ତ୍ତାବଳୀରେ ଉଲ୍ଲେଖ ରହିଛି। ଉକ୍ତ ସର୍ତ୍ତାବଳୀ ପୂରଣ ହେଲେ ବନ ବିଭାଗ ଏନ୍‌ଏଚ ରାସ୍ତା ନିର୍ମାଣରେ ମୋହର ଲଗାଇବ ବୋଲି ଜଣାପଡିଛି।
ଅନ୍ୟପକ୍ଷେ ୨୫ କି.ମି. ରାସ୍ତା ପାଇଁ ମୋଟ୍‌ ୨୨୨କୋଟି ୬୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ଏବଂ ବିଭାଗ ନିର୍ଦ୍ଧାରିତ ବଜେଟ ହ୍ରାସ କରି ଟେଣ୍ଡର ଆହ୍ବାନ କରିସାରିଛି। ଏହାସହ ନୂତନ ଏନ୍‌ଏଚ ପାଇଁ ୭ଟି ସରକାରୀ ବିଭାଗକୁ ଆର୍ଥତ୍କ ମଞ୍ଜୁରୀ ଦେଇଛି। ସେଥିମଧ୍ୟରେ ଟିପିଡବ୍ଲ୍ୟୁଡିଏକୁ ୧୧କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆର୍‌ଏମ୍‌ସିକୁ ୬୦ହଜାର, ଏସ୍‌ସି ରେଲଓ୍ବେକୁ ୮କୋଟି, ଆରଡବ୍ଲ୍ୟୁଏସ୍‌ଏସ୍‌କୁ ୧କୋଟି ୬୮ଲକ୍ଷ ଟଙ୍କା, ଫରେଷ୍ଟକୁ ୩କୋଟି ୨ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଜମି ଅଧିଗ୍ରହଣ ନିମନ୍ତେ ୩୭ କୋଟି ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୋଟିଏପକ୍ଷେ ବିଭାଗ ପ୍ରଥମ କରି ପାଇଥିବା ଏନ୍‌ଏଚ୍‌ କାମକୁ କିଭଳି ନିର୍ଦ୍ଧାରିତ ଅବଧିରେ ସମ୍ପୂର୍ଣ୍ଣ କରିବ ସେ ନେଇ ତତ୍ପରତା ପ୍ରକାଶ କରିଥିବା ବେଳେ ଅନ୍ୟପକ୍ଷେ ବିଭାଗ ପାଇଁ ଭୂମି ଅଧିଗ୍ରହଣ ଓ ବନ ବିଭାଗ ସର୍ତ୍ତାବଳୀ ବାଧକ ସାଜିଛି।
ଏ ସମ୍ପର୍କରେ ରାଉରକେଲା ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ, ଏନ୍‌ଏଚ୍‌-୩୨୦ଡି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି। କେବଳ ଭୂମି ଅଧିଗ୍ରହଣ ଏବଂ ବନ ବିଭାଗ ମଞ୍ଜୁରୀ ପ୍ରକ୍ରିୟା ବକେୟା ରହିଛି। ବୃକ୍ଷ କାଟିବା ପାଇଁ ବନ ବିଭାଗକୁ ଅର୍ଥରାଶି ଅନୁମୋଦନ ହୋଇଛି। ବନ ବିଭାଗର ଅଣ୍ଡରପାସ କନଷ୍ଟ୍ରକଶନ ସର୍ତ୍ତାବଳୀ ପତ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇଛୁ। ସ୍ବୀକୃତି ମିଳିଲେ ହାତୀ ଚଲାପଥ ହେବ ବୋଲି ସେ କହିଥିଲେ। ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ କୁହନ୍ତି, ରାସ୍ତା ନିର୍ମାଣ ପୂର୍ବରୁ ରାଜପଥ ବିଭାଗକୁ ଫରେଷ୍ଟ ଆଇନ ମୁତାବକ ଜରୁରୀ ସର୍ତ୍ତାବଳୀ ଦିଆଯାଇଛି। ଏପର୍ଯ୍ୟନ୍ତ ସର୍ତ୍ତାବଳୀ ପୂରଣ ପାଇଁ କୌଣସି ରିପୋର୍ଟ ଆମର ହସ୍ତଗତ ହୋଇନାହିଁ। ସେହିପରି ସରକାରୀ ଭୂମି ଅଧିଗ୍ରହଣରେ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ବିଶ୍ରା ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri