ଭୂମି ଅଧିଗ୍ରହଣ, ବନ ବିଭାଗ ସର୍ତ୍ତାବଳୀ ଅଡୁଆ

ରାଉରକେଲା ଅଫିସ, ୪।୬: ରାଉରକେଲା ହକି ଛକ ଭାୟା ବନ୍ଧମୁଣ୍ଡା-ଜରେଇକେଲା ୨୫କିମି ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯାଇଛି। ଫଳରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର ହୋଇ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏବଂ ବନ ବିଭାଗର ସର୍ତ୍ତାବଳୀ ଅଡ଼ୁଆ ସାଜିଛି। ଫଳରେ ନିର୍ଦ୍ଧାରିତ ସମୟରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ଏନ୍‌ଏଚ୍‌ ପାଇଁ ୫.୯୮ଏକର ବେସରକାରୀ ଓ ୨୧.୧୪୦ ଏକର ସରକାରୀ ଜମି ଅଧିଗ୍ରହଣ ହେବ। ଅଧିଗ୍ରହଣ ହେବାକୁ ଥିବା ସରକାରୀ ଓ ବେସରକାରୀ ଜମିରେ ହଜାର ହଜାର ଲୋକ ଦୋକାନ ବଜାର କରି ଜିବିକା ନିର୍ବାହ କରୁଛନ୍ତି। ବେସରକାରୀ ଜମିର ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ମିଲିଯିବ। ମାତ୍ର ସରକାରୀ ଜମିରେ ଦୋକାନ ବଜାର କରିଥିବା ଲୋକଙ୍କୁ କ୍ଷତିପୂରଣ ମିଲିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ମଧ୍ୟରେ ଭୂମି ଅଧିଗ୍ରହଣକୁ ନେଇ ବିରୋଧୀଙ୍କ ସ୍ବର ଶାଣିତ ହେବାରେ ଲାଗିଛି। ସେହିପରି ଏହି ଏନ୍‌ଏଚ୍‌-୩୨୦(ଡି) ପାଇଁ ସମୁଦାୟ ୧୭୨୩ ବୃକ୍ଷ କଟାଯିବା ପାଇଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୧ଶହରୁ ଊର୍ଦ୍ଧ୍ୱ ଆମ୍ବ, ଲିମ୍ବ, ତେନ୍ତୁଳି ଆଦି ବିଶାଳକାୟ ବୃକ୍ଷ ବଳି ପଡିବ। ଏ ନେଇ ଜାତୀୟ ରାଜପଥ ବିଭାଗ ଓ ବନ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତି ହୋଇଛି। ମାତ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ବନ ବିଭାଗକୁ ଫାଇନାଲ ରିପୋର୍ଟ ହସ୍ତାନ୍ତର ହୋଇନାହିଁ। ରାସ୍ତା ପାଇଁ କଟାଯିବାକୁ ଥିବା ମୋଟ୍‌ ଗଛର ଦୁଇଗୁଣା ବୃକ୍ଷରୋପଣ କରିବାକୁ ବନ ବିଭାଗ ସର୍ତ୍ତ ରଖିଛି। ସେହିପରି ରାସ୍ତାରେ ୩ଟି ପ୍ରକୃଷ୍ଟ ହାତୀ ଚଲାପଥ ପାଇଁ ଅଣ୍ଡରପାସ୍‌ କନଷ୍ଟ୍ରକ୍‌ଶନ ନିର୍ମାଣ କରିବାକୁ ସର୍ତ୍ତାବଳୀରେ ଉଲ୍ଲେଖ ରହିଛି। ଉକ୍ତ ସର୍ତ୍ତାବଳୀ ପୂରଣ ହେଲେ ବନ ବିଭାଗ ଏନ୍‌ଏଚ ରାସ୍ତା ନିର୍ମାଣରେ ମୋହର ଲଗାଇବ ବୋଲି ଜଣାପଡିଛି।
ଅନ୍ୟପକ୍ଷେ ୨୫ କି.ମି. ରାସ୍ତା ପାଇଁ ମୋଟ୍‌ ୨୨୨କୋଟି ୬୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ଏବଂ ବିଭାଗ ନିର୍ଦ୍ଧାରିତ ବଜେଟ ହ୍ରାସ କରି ଟେଣ୍ଡର ଆହ୍ବାନ କରିସାରିଛି। ଏହାସହ ନୂତନ ଏନ୍‌ଏଚ ପାଇଁ ୭ଟି ସରକାରୀ ବିଭାଗକୁ ଆର୍ଥତ୍କ ମଞ୍ଜୁରୀ ଦେଇଛି। ସେଥିମଧ୍ୟରେ ଟିପିଡବ୍ଲ୍ୟୁଡିଏକୁ ୧୧କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆର୍‌ଏମ୍‌ସିକୁ ୬୦ହଜାର, ଏସ୍‌ସି ରେଲଓ୍ବେକୁ ୮କୋଟି, ଆରଡବ୍ଲ୍ୟୁଏସ୍‌ଏସ୍‌କୁ ୧କୋଟି ୬୮ଲକ୍ଷ ଟଙ୍କା, ଫରେଷ୍ଟକୁ ୩କୋଟି ୨ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଜମି ଅଧିଗ୍ରହଣ ନିମନ୍ତେ ୩୭ କୋଟି ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୋଟିଏପକ୍ଷେ ବିଭାଗ ପ୍ରଥମ କରି ପାଇଥିବା ଏନ୍‌ଏଚ୍‌ କାମକୁ କିଭଳି ନିର୍ଦ୍ଧାରିତ ଅବଧିରେ ସମ୍ପୂର୍ଣ୍ଣ କରିବ ସେ ନେଇ ତତ୍ପରତା ପ୍ରକାଶ କରିଥିବା ବେଳେ ଅନ୍ୟପକ୍ଷେ ବିଭାଗ ପାଇଁ ଭୂମି ଅଧିଗ୍ରହଣ ଓ ବନ ବିଭାଗ ସର୍ତ୍ତାବଳୀ ବାଧକ ସାଜିଛି।
ଏ ସମ୍ପର୍କରେ ରାଉରକେଲା ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ, ଏନ୍‌ଏଚ୍‌-୩୨୦ଡି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି। କେବଳ ଭୂମି ଅଧିଗ୍ରହଣ ଏବଂ ବନ ବିଭାଗ ମଞ୍ଜୁରୀ ପ୍ରକ୍ରିୟା ବକେୟା ରହିଛି। ବୃକ୍ଷ କାଟିବା ପାଇଁ ବନ ବିଭାଗକୁ ଅର୍ଥରାଶି ଅନୁମୋଦନ ହୋଇଛି। ବନ ବିଭାଗର ଅଣ୍ଡରପାସ କନଷ୍ଟ୍ରକଶନ ସର୍ତ୍ତାବଳୀ ପତ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇଛୁ। ସ୍ବୀକୃତି ମିଳିଲେ ହାତୀ ଚଲାପଥ ହେବ ବୋଲି ସେ କହିଥିଲେ। ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ କୁହନ୍ତି, ରାସ୍ତା ନିର୍ମାଣ ପୂର୍ବରୁ ରାଜପଥ ବିଭାଗକୁ ଫରେଷ୍ଟ ଆଇନ ମୁତାବକ ଜରୁରୀ ସର୍ତ୍ତାବଳୀ ଦିଆଯାଇଛି। ଏପର୍ଯ୍ୟନ୍ତ ସର୍ତ୍ତାବଳୀ ପୂରଣ ପାଇଁ କୌଣସି ରିପୋର୍ଟ ଆମର ହସ୍ତଗତ ହୋଇନାହିଁ। ସେହିପରି ସରକାରୀ ଭୂମି ଅଧିଗ୍ରହଣରେ କୌଣସି କ୍ଷତିପୂରଣ ମିଳିବ ନାହିଁ ବୋଲି ବିଶ୍ରା ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?