ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ

ମହାକାଳପଡ଼ା,୨୯ା୮(ଡି.ଏନ.ଏ.): ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି। ସମୁଦ୍ର ଉପକୂଳବର୍ତ୍ତୀ ଗାଁରେ ଲୋକମାନେ ସାଧାରଣତଃ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକୁ ଗୋଟିଏ ମେଣ୍ଢି ୨ ଥର ଶାବକ ଜନ୍ମ ଦେଇଥାଏ। ଥରକେ ୨ରୁ ୩ଟି ଛୁଆ ଜନ୍ମ କରିଥାଏ। ଅତି ବେଶୀରେ ଗୋଟିଏ ମେଣ୍ଢାର ଓଜନ ୧୦ରୁ ୧୫ କେଜି ହୋଇଥାଏ। ବଜାର ଦର ଅନୁସାରେ ଗୋଟେ ମେଣ୍ଢା ୩ରୁ ୪ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଅନ୍ୟ ଗୃହପାଳିତ ପ୍ରାଣୀ ଅପେକ୍ଷା ମେଣ୍ଢାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ବର୍ଷକରେ ଥରେ ଟିକା ଦେଲେ ସହଜରେ ଅନ୍ୟ କୌଣସି ରୋଗ ହୋଇ ନ ଥାଏ। ହେଲେ ଗ୍ରାମାଞ୍ଚଳରେ ମେଣ୍ଢା ମାଂସ ପ୍ରତି ଉଚିତ୍‌ ମୂଲ୍ୟ ନ ମିଳିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ତେଣୁ ଚାଷୀମାନେ ଦେଶୀ ମେଣ୍ଢା ଚାଷ ଛାଡ଼ି ମେଣ୍ଢା ପ୍ରଜାତିର ଭେଡି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଭେଡି ଶିଙ୍ଗ ଭାରି ଶକ୍ତ ଓ ୧୦ଇଞ୍ଚ ଲମ୍ବ ହୋଇଥାଏ। ଏମାନେ ବାହ୍ୟ ଶତ୍ରୁକୁ ଦେଖିବା ମାତ୍ରେ ଶିଙ୍ଗ ଦ୍ବାରା ଆକ୍ରମଣ କରିଥାଆନ୍ତି। ଦେଶି ମେଣ୍ଢା ଓଜନଠାରୁ ଭେଡି ଓଜନ ୨ ଗୁଣ ଅଧିକ ହୋଇଥାଏ। ଏହା ଶରୀର ଅଧିକ ଲୋମ୍‌ ଯୁକ୍ତ ଥିବାରୁ ଖରା, ଝଡ଼ ବର୍ଷା , ଶୀତ ଆଦିକୁ ସହ୍ୟ କରିବାର କ୍ଷମତା ଥାଏ। ଭେଡ଼ି ତୃଣଭୋଜି ପ୍ରାଣୀ ହୋଇ ଥିବାରୁ ରାସ୍ତାପାର୍ଶ୍ୱ, ନଦୀ କୂଳ , ଚାରଣ ଭୂମି , ଜଙ୍ଗଲି ଗଛ ପତ୍ର ଲଟା ଆଦି ଖାଇବାକୁ ପସନ୍ଦ କରିଥାନ୍ତି। ଭେଡ଼ି ଚରାବୁଲା କରି ସାରେ ଘରକୁ ଫେରିଲେ ଚାଷୀମାନେ ଅଧିକାଂଶ ସମୟରେ ମୁଡ଼ି , ଚାଉଳ, ଗହମ ଆଦି ଆଦି ଖାଇବାକୁ ଦେଇଥାଆନ୍ତି। ଏପରି ଖାଦ୍ୟ ଖାଇବା ଦ୍ବାରା ଭେଡ଼ି ଶରୀର ଚିକ୍କଣ ଓ ହୃଷ୍ଟପୃଷ୍ଟ ହୋଇ ଥାଏ ବୋଲି ଭେଡି ଚାଷୀ ପଦନ ପ୍ରଧାନ କହିଛନ୍ତି। ଏହି ପ୍ରଜାତିର ଭେଡି ଚାଷ ବରଫାବୃତ୍ତ ଅଞ୍ଚଳ ତଥା ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ , କାଠମାଣ୍ଡୁ ଆଦି ଅଞ୍ଚଳରେ ବହୁଳ ଭାବେ ହୋଇଥାଏ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବରଫାବୃତ୍ତ ଅଞ୍ଚଳରେ ଦେଖାଯାଉଥିବା ଭେଡ଼ି ପରିବେଶସହ ଖାପ୍‌ ଖୁଆଇ ପାରୁଛନ୍ତି। ବିଶେଷ କରି ମହାକାଳପଡ଼ା ବ୍ଲକର ଜଆଁରା, ତେନ୍ତୁଲିକନ୍ଧା, ଘୋଡାବନ୍ଧକୂଳ , ବେଲାର ନୂଆଗାଁ , କେନ୍ତିଆ ଆଦି ଗ୍ରାମରେ ବହୁଳ ଭାବେ ଭେଡି ଚାଷ ହେଉଛି। ସରକାର ଭେଡି ଚାଷୀଙ୍କୁ ତାଲିମ୍‌, ରିହାତି ସୁଧରେ ଋଣ ଆଦି ଯୋଗାଇ ଦେଲେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri